
କେନ୍ଦ୍ରାପଡ଼ା, ୩୧ ଡିସେମ୍ବର(ହି.ସ.) – ନାଟ୍ୟକାର ଅନନ୍ତ ଓଝାଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀ ତାଙ୍କ ଗାଁ କେନ୍ଦ୍ରାପଡ଼ା ବୀର ନୀଳକଣ୍ଠପୁର ଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ଓଡିଶାର ବହୁ ପ୍ରତିଷ୍ଠିତ କଳାକାର ଓ ନିର୍ଦ୍ଦେଶକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଓଡ଼ିଆ ମନୋରଞ୍ଜନ ଜଗତର ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ହୋଇ ଅନନ୍ତ ଓଝାଙ୍କ ନାଟ୍ୟ ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ। ସିନେମା ଓ ଯାତ୍ରା ଜଗତର ପ୍ରଖ୍ୟାତ କଳାକାରମାନଙ୍କୁ ଦେଖିବା ପାଇଁ ଅନନ୍ତ ଓଝାଙ୍କ ଗାଁରେ ଲୋକମାଙ୍କର ବେଶ୍ ଭିଡ ଜମିଥିଲା। ମଂଚରେ ବସିଛନ୍ତି ଓଡ଼ିଆ ସିନେ ଓ ଯାତ୍ରା ଜଗତର ବିଶିଷ୍ଟ କଳାକାର ତଥା ନିର୍ଦ୍ଦେଶକ। ଦିବଙ୍ଗତ ନାଟ୍ୟକାର ଅନନ୍ତ ଓଝାଙ୍କର ସ୍ମୃତି ସଭାରେ ଏମାନେ ସମସ୍ତେ ଏକାଠି ହୋଇଛନ୍ତି କ୍ଷ ଏଭଳି ଏକ ସଭା ଆୟୋଜନ ହୋଇଛି ଅନନ୍ତ ଓଝାଙ୍କ ଜନ୍ମଭୂମି କେନ୍ଦ୍ରାପଡାର ବୀରନୀଳକଣ୍ଠ ପୁର ଗାଁରେ କ୍ଷ ସ୍ୱର୍ଗତ ଅନନ୍ତ ଓଝାଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଆୟୋଜିତ ଭବ୍ୟ ଉତ୍ସବରେ ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲ ଚିଫ କାଡିଆନ ଡାକ୍ତର ଆଶୁତୋଷ ମିଶ୍ର, ପ୍ରବଚକ ସରଣାବିନ୍ଦ ଓଝା, ଯାତ୍ରା ଅଭିନେତା ଦୈତାରୀ ପଣ୍ଡା ଓ ବରିଷ୍ଠ ସାମ୍ବାଦିକ ରଞ୍ଜନ ଆଚାର୍ଯ୍ୟ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅନନ୍ତ ଓଝାଙ୍କ ନାଟ୍ୟ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ କ୍ଷ ଅନନ୍ତ ଓଝାଙ୍କୁ କୌଣସି ବିଧିବଦ୍ଧ ସ୍ୱୀକୃତି ମିଳି ନଥିଲେ ସୁଦ୍ଧା ସେ ଓଡ଼ିଆ ନାଟ୍ୟ ପ୍ରେମୀ ଦର୍ଶକଙ୍କ ହୃଦୟରେ ଚିରକାଳ ପାଇଁ ବଂଚିି ରହିବେ ବୋଲି ଉପସ୍ଥିତ ଅତିଥି ଓ ବକ୍ତାମାନେ ମତବ୍ୟକ୍ତ କରିଥିଲେ କ୍ଷ ଯାତ୍ରା ଜାଗତର କାଳଜୟୀ ନାଟ୍ୟକାର ଅନନ୍ତ ଓଝାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦୀର୍ଘ ୮ ବର୍ଷ ଧରି ଅନନ୍ତ ଓଝା ମେମୋରିଆଲ ଚାରିଟେବଲ୍ ଟ୍ରଷ୍ଟ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି କ୍ଷ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡ଼ିଆ ସିନେମା ଓ ଯାତ୍ରା ଜଗତର ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା କ୍ଷ ନାଟ୍ୟକାର ଜୀବନ ଜେନା, ନିର୍ଦେଶକ ଯୋଗେନ୍ଦ୍ର ମଲ୍ଲିକ, ଗୀତିକାର ଅରୁଣ ମନ୍ତ୍ରୀ, ଅଭିନେତା ବସନ୍ତ ସାହୁ, ଅଭିନେତ୍ରୀ ନଳିନୀ ସ୍ୱାଇଁଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମାଜସେବୀ ହଳଧର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରାଦ୍ଧ ଉତ୍ସବରେ ଯାତ୍ରା ଦୁନିଆର ବହୁ କଳାକାର ନିର୍ଦେଶକ ଓ ପ୍ରଯୋଜକ ଯୋଗଦେଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି