ଶ୍ରୀପ୍ରିୟା ରଙ୍ଗନାଥନ ହେଲେ ବିଦେଶ ମନ୍ତ୍ରାଳୟରେ ସଚିବ(ସିପିବି-ଓଆଇଏ)
ନୂଆଦିଲ୍ଲୀ, ୩୧ ଡିସେମ୍ବର(ହି.ସ.) – ବିଦେଶ ମନ୍ତ୍ରାଳୟରେ ସଚିବ(କଂସୁଲାର, ପାସପୋର୍ଟ ଏବଂ ଭିଜା-ସିପିବି ଏବଂ ଓଭରସିଜ୍ ଇଣ୍ଡିୟାନ ଆଫେୟାର୍ସ-ଓଆଇଏ) ପଦରେ ସୁଶ୍ରୀ ଶ୍ରୀପ୍ରିୟା ରଙ୍ଗନାଥନଙ୍କୁ ନିଯୁକ୍ତ କରାଯାଇଛି। ଭାରତୀୟ ବିଦେଶ ସେବା(ଆଇଏଫ୍‌ଏସ୍‌)ର ୧୯୯୪ ବ୍ୟାଚ୍‌ର ବରିଷ୍ଠ ଅଧିକାରୀ ଶ୍ରୀପ୍ରି
ଶ୍ରୀପ୍ରିୟା ରଙ୍ଗନାଥନ ହେଲେ ବିଦେଶ ମନ୍ତ୍ରାଳୟରେ ସଚିବ(ସିପିବି-ଓଆଇଏ)


ନୂଆଦିଲ୍ଲୀ, ୩୧ ଡିସେମ୍ବର(ହି.ସ.) – ବିଦେଶ ମନ୍ତ୍ରାଳୟରେ ସଚିବ(କଂସୁଲାର, ପାସପୋର୍ଟ ଏବଂ ଭିଜା-ସିପିବି ଏବଂ ଓଭରସିଜ୍ ଇଣ୍ଡିୟାନ ଆଫେୟାର୍ସ-ଓଆଇଏ) ପଦରେ ସୁଶ୍ରୀ ଶ୍ରୀପ୍ରିୟା ରଙ୍ଗନାଥନଙ୍କୁ ନିଯୁକ୍ତ କରାଯାଇଛି।

ଭାରତୀୟ ବିଦେଶ ସେବା(ଆଇଏଫ୍‌ଏସ୍‌)ର ୧୯୯୪ ବ୍ୟାଚ୍‌ର ବରିଷ୍ଠ ଅଧିକାରୀ ଶ୍ରୀପ୍ରିୟା ରଙ୍ଗନାଥନ, ୧୯୯୨ ବ୍ୟାଚ୍‌ର ଆଇଏଫ୍‌ଏସ୍ ଅଧିକାରୀ ଅରୁଣ କୁମାର ଚାଟାର୍ଜୀଙ୍କ ସ୍ତାନ ନେବେ, ସିଏ ବୁଧବାର ୩୧ ଡିସେମ୍ବରକୁ ସେବାନିବୃତ ହୋଇଛନ୍ତି।

ମନ୍ତ୍ରିମଣ୍ଡଳର ନିଯୁକ୍ତି ସମିତି(ଏସିସି) ବୁଧବାର ଦିନ ସୁଶ୍ରୀ ରଙ୍ଗନାଥନଙ୍କ ନିଯୁକ୍ତିକୁ ମଞ୍ଜୁରୀ ଦେଇଛନ୍ତି। ଏହାସହିତ କାର୍ମିକ, ଲୋକ ଅଭିଯୋଗ ଏବଂ ପେନ୍‌ସନ ମନ୍ତ୍ରାଳୟ ଅନ୍ତର୍ଗତ କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ ଦ୍ୱାରା ଆଜି ସନ୍ଧ୍ୟାରେ ଏହି ଆଦେଶ ଜାରି କରାଯାଇଛି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande