
କୋଲକାତା, ୩୧ ଡିସେମ୍ବର(ହି.ସ.) – ପଶ୍ଚିମବଙ୍ଗରେ ଆଗାମୀ ବିଧାନସଭା ନିର୍ବାଚନ ପ୍ରସ୍ତୁତିକୁ ଧାରଦେବା ଉଦ୍ଦେଶ୍ୟରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୁଧବାର ଦିନ ନିଜ ୪୮ ଘଂଟାର ବ୍ୟସ୍ତ ଗସ୍ତ ସମାପ୍ତ କରିଛନ୍ତି। ଦିଲ୍ଲୀ ବାହାରିବା ପୂର୍ବରୁ ପ୍ରଥମେ ସେ କୋଲକାତରେ ଧାର୍ମିକ ଏବଂ ସାଂଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ କୋଲକାତା ସ୍ଥିତ ଠନଠନିଆ କାଳୀ ମନ୍ଦିରରେ ପୂଜା ଅର୍ଚ୍ଚନା କରିଛନ୍ତି। ପ୍ରାୟ ୩୦୦ ବର୍ଷ ପୁରୁଣା ଏହି ପ୍ରସିଦ୍ଧ ମନ୍ଦିରରେ ଅମିତ ଶାହ ଦୋପହର ପ୍ରାୟ ୩.୪୫ରେ ପହଂଚିଛନ୍ତି। ଏହି ମନ୍ଦିର ହିନ୍ଦୁ ତାନ୍ତ୍ରିକ ପରମ୍ପରା ସହିତ ଯୋଡ଼ିଛି ବୋଲି ମାନା ଯାଉଛି।
ମନ୍ଦିର ପହଂଚିବା ପୂର୍ବରୁ ଅମିତ ଶାହ ସହରର ପୂର୍ବ ଅଂଚଳରେ ସାଇନ୍ସ ସିଟି ସଭାଗାରରେ ପାର୍ଟି କାର୍ଯ୍ୟକ୍ରମ ସହିତ ବନ୍ଦ ଘରେ ବୈଠକ କରିଛନ୍ତି, ଯେଉଁଠାରେ ସଂଗଠନ ଏବଂ ନିର୍ବାଚନ ରଣନୀତିକୁ ନେଇ ଚର୍ଚ୍ଚା ହୋଇଛି। ଏହି ଅବସରରେ କଲେଜ ଷ୍ଟିଟ୍ ଅଂଚଳରେ ପ୍ରଦେଶ କଂଗ୍ରେସର କାର୍ଯ୍ୟକର୍ତାମାନେ ଅମିତ ଶାହଙ୍କ ବିରୋଧରେ ପ୍ରଦର୍ଶନ କରିଛନ୍ତି। ପ୍ରଦର୍ଶନକାରୀମାନେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ସ୍ଥିତିକୁ ନିୟନ୍ତ୍ରିତ କରିବା ପାଇଁ ପୋଲିସ୍ ଘଟଣାସ୍ତଳରେ ବୋରିକେଡିଂଗ କରିଥିଲା ଏବଂ ପ୍ରଦର୍ଶନକାରୀଙ୍କୁ ମନ୍ଦିର ପାଖରେ ପହଂଚିବାକୁ ରୋକିଛନ୍ତି।
ପୂଜା-ଅର୍ଚ୍ଚନା ପରେ ଅମିତ ଶାହ ସିଧା ଏୟାରପୋର୍ଟକୁ ବାହାରିଗଲେ, ଯେଉଁଠାରେ ସେ ଦିଲ୍ଲୀ ଯାଇଛନ୍ତି। ପଶ୍ଚିମବଙ୍ଗ ଗସ୍ତ ସମୟରେ ଅମିତ ଶାହ ପାର୍ଟି ନେତା ଏବଂ କାର୍ଯ୍ୟକର୍ତାଙ୍କ ସହିତ ଲଗାତାର ବୈଠକ କରି ନିର୍ବାଚନୀ ପ୍ରସ୍ତୁତିର ଯାଂଚ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି