
ଜୟପୁର, ୩୧ ଡିସେମ୍ବର (ହି.ସ.) - ଜୟପୁର ଠାରେ ୬ଟି ଜିଲ୍ଲାର ଶିକ୍ଷକ ଓ ଅଧ୍ୟାପକଙ୍କୁ ନେଇ ମଣ୍ଡଳ ସ୍ତରୀୟ ବନ୍ଦେ ମାତରମ ପ୍ରଶିକ୍ଷଣ ଶିବିର ବୁଧବାର ଅନୁଷ୍ଠିତ ହୋଇଥିଲା। କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଜୟପୁର ପୌରସଂସ୍ଥାର ବାବା ସାହେବ ମଣ୍ଡପ ଠାରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା, କଳାହାଣ୍ଡି ଏବଂ ନୂଆପଡା ଜିଲ୍ଲାର ପ୍ରତ୍ୟେକ ବ୍ଲକ, ପୌରାଂଚଳର ୨ଜଣ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଜଣେ ଅଧ୍ୟପକ ତଥା ଅଧ୍ୟାପିକା ମାନେ ଯୋଗଦାନ କରିବା ସହ ପ୍ରଶିକ୍ଷଣ ଗ୍ରହଣ କରିଥିଲେ । ଏହିପରି ଏଠାରୁ ପ୍ରଶିକ୍ଷଣ ଗ୍ରହଣ ପରେ ସେମାନଙ୍କ ଜିଲ୍ଲାର ବ୍ଲକ ଓ ପୌରାଂଚଳରେ ପ୍ରଶିକ୍ଷଣ ପ୍ରଦାନ କରିବେ । ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତି ଅବସରରେ ସାରା ରାଜ୍ୟରେ ଏକତା, ଦେଶପ୍ରେମ ଓ ବଳିଦାନ ନେଇ ଯୁବକ ମାନଙ୍କ ମଧ୍ୟରେ ସଚେତନତା କରିବା ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହିପରି ସାରା ରାଜ୍ୟର ପ୍ରତ୍ୟେକ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ବନ୍ଦେ ମାତରମ ସଂଗୀତ ଓ ଅନ୍ୟାନ୍ୟ ପ୍ରତିଯୋଗିତା ମାଧ୍ୟମରେ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ । ସେହିପରି ଏହି ତାଲିମ କେନ୍ଦ୍ର ସଂଗୀତ ଉପରେ ଅଧିକ ଜ୍ଞାନ କିମ୍ବା ଗାୟନ କରୁଥିବା ଶିକ୍ଷକ, ଶିକ୍ଷୟତ୍ରୀ ଓ ଅଧ୍ୟାପକ, ଅଧ୍ୟାପିକା ମାନଙ୍କୁ ଅଗ୍ରାଧିକାର ଦିଆଯାଇଛି । ଏହି ପ୍ରଶିକ୍ଷଣ ଶିବିର ପରିଚାଳନା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ୯ଜଣିଆ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି