
ବଲାଙ୍ଗୀର, ୩୧ ଡିସେମ୍ବର(ହି.ସ.) – କିଏ କହିଲା ଆଜି ଆଉ ଗୁରୁ ଭକ୍ତି ନାହିଁ ବୋଲି, ଗୁରୁ ଭକ୍ତିର ଉଦାହରଣ ସାଜିଛି ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଲୋଇସିଂହା ବ୍ଲକ୍ ର ଆଦିବାସୀ ଉଚ୍ଚ ବିଦ୍ୟାଳୟ ତାଲଜୁରୀର ୨୦୧୭ ବ୍ୟାଚ୍ ଛାତ୍ର ଛାତ୍ରୀମାନଙ୍କ ବନ୍ଧୁ ମିଳନ,୨୦୧୭ ମସିହା ରେ ମାଟ୍ରିକ୍ ପଢୁଥିବା ସମସ୍ତ ୩୦ ଜଣ ଛାତ୍ର ଛାତ୍ରୀ ଭାବର ରଜ୍ଜୁ ରେ ବାନ୍ଧି ହୋଇ ପାଟଣାଗଡ଼ ନିକଟସ୍ଥ କୁତୁମୁଣ୍ଡା ଗ୍ରାମ ର କାହ୍ନା ନର୍ସରୀ ରେ ବହୁ ଆଡମ୍ବର ସହିତ ବନ୍ଧୁ ମିଳନରେ ସାମିଲ ହୋଇଥିଲେ, ଆଜି କାଲି ପ୍ରାୟ ବିଦ୍ୟାଳୟରେ ବନ୍ଧୁ ମିଳନ ହେଉଛି ମାତ୍ର ଏ ବ୍ୟାଚ୍ ର ଛାତ୍ର ଛାତ୍ରୀ ବନ୍ଧୁ ମିଳନ ସହିତ ଭୂଲି ନ ଥିଲେ ତାଙ୍କର ପ୍ରିୟ ଗୁରୁଙ୍କ ସମ୍ମାନକୁ, ନିଜର ପ୍ରିୟ ତଥା ପୂଜ୍ୟ ଗୁରୁ ଦିଲିପ୍ କୁମାର୍ ମିଶ୍ରଙ୍କୁ ଆମନ୍ତ୍ରଣ କରି ଉପଢୌକନ ସହିତ ମାନପତ୍ର ଦେଇ ସମ୍ମାନିତ କରି ତାଙ୍କର ଆଶିଷ କାମନା କରିଥଲେ, ଏମାନଙ୍କ ଏତାଦୃଶ କାର୍ଯ୍ୟରେ ଅଂଚଳବାସୀ ତଥା ଗ୍ରାମ ବାସୀ ବହୁତ୍ ଖୁସି ବ୍ୟକ୍ତ କରିଥଲେ, ଗୁରୁ ଶ୍ରୀଯୁକ୍ତ ମିଶ୍ର ମଧ୍ୟ ଛାତ୍ର ଛାତ୍ରୀମାନଙ୍କୁ ଆନ୍ତରିକ ଧନ୍ୟବାଦ୍ ଦେଇ ଭାବ ବିହ୍ୱଳ ହୋଇ ସମସ୍ତଙ୍କ ଉତରୋତର ଉନ୍ନତି କାମନା କରିଥଲେ।
ଆଦିବାସୀ ଉଚ୍ଚ ବିଦ୍ୟାଳୟ, ତାଲଜୁରୀ ୨୦୧୭ ବ୍ୟାଚ୍ ଛାତ୍ର ଛାତ୍ରୀଙ୍କ ଏ କାର୍ଯ୍ୟ ଭବିଷ୍ୟତ ପିଢ଼ିକୁ ନିଶ୍ଚୟ ପ୍ରେରଣା ଦେବ ଏଥିରେ ସନ୍ଦେହ ନାହିଁ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ