ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ଵାରା ଅସହାୟଙ୍କୁ କମ୍ବଳ ବଣ୍ଟନ
କେନ୍ଦୁଝର, 31 ଡିସେମ୍ବର (ହି.ସ.) ଶୀତ ଋତୁର ପ୍ରାଦୁର୍ଭାବକୁ ଦୃଷ୍ଟିରେ ରଖି ସହାନୁଭୂତି ମୂଳକ ପଦକ୍ଷେପ ଭାବେ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନବପ୍ରେମୀ ସେବା ଟ୍ରଷ୍ଟ୍ ଓ ଇକୋରାଇଜ୍ ଆଲିଆନ୍ସ୍ ଆସୋସିଏସନ୍ ର ମିଳିତ ଆନୁକୂଲ୍ୟରେ ନାରଦପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ବସବାସ କରି
ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ଵାରା ଅସହାୟଙ୍କୁ କମ୍ବଳ ବଣ୍ଟନ


କେନ୍ଦୁଝର, 31 ଡିସେମ୍ବର (ହି.ସ.) ଶୀତ ଋତୁର ପ୍ରାଦୁର୍ଭାବକୁ ଦୃଷ୍ଟିରେ ରଖି ସହାନୁଭୂତି ମୂଳକ ପଦକ୍ଷେପ ଭାବେ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନବପ୍ରେମୀ ସେବା ଟ୍ରଷ୍ଟ୍ ଓ ଇକୋରାଇଜ୍ ଆଲିଆନ୍ସ୍ ଆସୋସିଏସନ୍ ର ମିଳିତ ଆନୁକୂଲ୍ୟରେ ନାରଦପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ବସବାସ କରି ରହୁଥିବା ଅସହାୟ ବୃଦ୍ଧ-ବୃଦ୍ଧା ଓ ଅନାଥ ଶିଶୁମାନଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ଶୀତରୁ ରକ୍ଷା ପାଇବାରେ ଏହି ସହାୟତା ତାଙ୍କ ପାଇଁ ବଡ଼ ଆଶ୍ୱାସନ ଦେଇଥିବା କଥା ବୃଦ୍ଧ-ବୃଦ୍ଧାମାନେ ଖୁସିର ସହିତ ମତବ୍ୟକ୍ତ କରିଥିଲେ । ସୂଚନାଯୋଗ୍ୟ ଯେ, କାନୁପୁର ନଦୀବନ୍ଧ ପ୍ରକଳ୍ପ ଜରିଆରେ ସର୍ବସ୍ବ ହରାଇ ଚମକପୁର, ରେଭେନ୍ସାପୁର (କ), ଧୋବାକୁଚୁଡା, ଲୁଣଗୋଠାଣି ଆଦି ଗ୍ରାମର ବିସ୍ଥାପିତ ଅଧିବାସୀମାନେ ଅତି ଦୟନୀୟ ଭାବେ ବସବାସ କରୁଛନ୍ତି । ଏହି ପଦକ୍ଷେପ ମାନବିକତାର ଏକ ଉତ୍ତମ ଉଦାହରଣ ସୃଷ୍ଟି କରିଥିବା ବେଳେ ଇକୋରାଇଜ୍ ଆଲିଆନ୍ସ୍ ଆସୋସିଏସନ୍ ର ଚେୟାରମେନ କବିତା ମହାନ୍ତ, କୋଷାଧ୍ୟକ୍ଷ ପୁରେନ୍ଦ୍ର ମହାନ୍ତଙ୍କ ସହିତ ମାନବ ପ୍ରେମୀ ସେବା ଟ୍ରଷ୍ଟ୍ ର ଉପଦେଷ୍ଟା ପ୍ରମୋଦ କୁମାର ମହାନ୍ତ, ସଭାପତି ବିଚିତ୍ରାନନ୍ଦ ଦାସ, ସମ୍ପାଦକ ପିଣ୍ଟୁନ ନାଏକ, ଆଇନଜୀବୀ ସଞ୍ଜୟ କୁମାର ମହାନ୍ତ, ସିଲ୍କିସ୍ମିତା ମହାନ୍ତ, ଆଞ୍ଜେଲିନା ମହାନ୍ତ ପ୍ରମୁଖ ଉପସ୍ଥିତ ରହିଥିଲେ । ଅପରପକ୍ଷରେ କାର୍ଯ୍ୟକ୍ରମକୁ ସଫଳତା ପୂର୍ବକ ଆୟୋଜନ କରିବା ଦିଗରେ ଜିନ୍ଦଲ ଷ୍ଟିଲ ଫାଉଣ୍ଡେସନ ଆବଶ୍ୟକୀୟ ସହଯୋଗ ପ୍ରଦାନ କରିଥିବାର ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande