ବିଏମ୍ ସିର 37ତମ ସାଧାରଣ ବୈଠକ ବକେୟା ଥିବା ଏଜେନ୍ସିଙ୍କ ହୋଡିଂ କାଢିବ ବିଏମ୍ ସି
Bhubaneswar, 31 ଡିସେମ୍ବର (ହି.ସ.) • ସ୍ମାର୍ଟ ସିଟି ବଦଳରେ ବିଏମ୍ ସି ନେବ ଜନପଥ ହୋଡିଂ ଟାକ୍ସ • ବିଏମ୍ ସି ମାର୍କେଟ ବ୍ୟତୀତ ଅନ୍ୟ ମାର୍କେଟର ବ୍ୟବସାୟୀଙ୍କଠାରୁ ଆଦାୟ ହେବ ୟୁଜର୍ସ ଫି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ର 37 ତମ ସାଧାରଣ ପରିଷଦ ବୈଠକ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠି
ଦଗଲସଲ


Bhubaneswar, 31 ଡିସେମ୍ବର (ହି.ସ.)

• ସ୍ମାର୍ଟ ସିଟି ବଦଳରେ ବିଏମ୍ ସି ନେବ ଜନପଥ ହୋଡିଂ ଟାକ୍ସ

• ବିଏମ୍ ସି ମାର୍କେଟ ବ୍ୟତୀତ ଅନ୍ୟ ମାର୍କେଟର ବ୍ୟବସାୟୀଙ୍କଠାରୁ ଆଦାୟ ହେବ ୟୁଜର୍ସ ଫି

ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ର 37 ତମ ସାଧାରଣ ପରିଷଦ ବୈଠକ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି । ବିଏମ୍ ସି ମୁଖ୍ୟାଳୟସ୍ଥିତ ଏକାମ୍ର ହଲରେ ଅନୁଷ୍ଠିତ ଏହି ସାଧାରଣ ବୈଠକରେ ମେୟର ଶ୍ରୀମତୀ ସୁଲୋଚନା ଦାସ, ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର, କମିଶନର ଶ୍ରୀ ଚଞ୍ଚଳ ରାଣା, ସିଟି ଇଂଜିନିୟର ଶ୍ରୀ ନାରଦ ଚନ୍ଦ୍ର ରଥ, ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ, ଶ୍ରୀମତୀ ସସ୍ମିତା ସାହୁ ଓ ଶ୍ରୀ କୈଳାସ ଚନ୍ଦ୍ର ଦାସ, ମୁଖ୍ୟ ବିତ୍ତ ଅଧିକାରୀ ଶ୍ରୀ ଦୀପକ ରଂଜନ ବେହେରା ମଞ୍ଚାସୀନ ଥିଲେ ।

ଆଲୋଚନା ଆରମ୍ଭ ପୂର୍ବରୁ ରାଜ୍ୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା । ପରେ ଏଜେଣ୍ଡା ଅନୁସାରେ ଗୃହର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସ୍ୱାଗତ ଅଭିଭାଷଣ ପ୍ରଦାନ ପୂର୍ବକ ପଥ ଉତ୍ସବକୁ ଚଳିତ ବର୍ଷ ସ୍ୱତନ୍ତ୍ର ଭାବେ କରିବା ଏବଂ ଏଥିପାଇଁ ସମସ୍ତ କର୍ପୋରେଟର ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ କମିଶନର । କେବଳ ସେତିକି ନୂହେଁ ନୂଆ ବର୍ଷରେ କିଛି ନୂଆ ଆଶା ଓ କିଛି ନୂଆ କାର୍ଯ୍ୟ କରିବା ପାଇଁ କମିଶନର ସମସ୍ତଙ୍କୁ ଆହ୍ୱାନ ଦେବା ସହ ବିଏମ୍ ସିକୁ ଦେଶର ସ୍ୱଚ୍ଛ ସହର ତାଲିକାର ପ୍ରଥମ ତିନୋଟି ସ୍ଥାନ ମଧ୍ୟରେ ରଖିବା ପାଇଁ କର୍ପୋରେଟରମାନଙ୍କର ସହାୟତା କାମନା କରିଛନ୍ତି । ଏହା ସହ ଟିଟିଏସ୍, ବାୟୋ ମାଇନିଂ, ଦୟା ଓ୍ୱେଷ୍ଟ ସହ ଅନେକ ବଡ ବଡ ପ୍ରକଳ୍ପ କାମ କରିବାକୁ ରହିଛି ବୋଲି ସେ କହିଥିଲେ ।

ଭୁବନେଶ୍ୱର ମହାନଗର ନିଗମକୁ ଦେଶର ସ୍ୱଚ୍ଛ ତାଲିକାର ତିନି ନମ୍ବର ଭିତରେ ରଖିବାକୁ ହେଲେ ସମସ୍ତ କର୍ପୋରେଟର ଓ ବିଏମ୍ ସି ଅଧିକାରୀ, କର୍ମଚାରୀଙ୍କର ମିଳିତ ପ୍ରୟାସ ଦରକାର । ନୂଆ ବର୍ଷରେ ସେଥିପାଇଁ ସମସ୍ତେ ଆଗେଇ ଆସିବାକୁ ପ୍ରାରମ୍ଭିକ ଅଭିଭାଷଣରେ ମାନନୀୟା ମେୟର ଆହ୍ୱାନ ଦେଇଥିଲେ । ସମସ୍ତଙ୍କୁ ନବ ବର୍ଷ 2026ର ଅଭିନନ୍ଦନ ଜଣାଇବା ସହ ନୂଆ ବର୍ଷ ନୂତନ ଆଶା ଓ ଉଦ୍ଧିପନା ନେଇ ଆସୁଛି । ଗତବର୍ଷ ହୋଇଥିବା ବିଭିନ୍ନ ପ୍ରକଳ୍ପ ସଂପର୍କରେ ସମ୍ୟକ ସୂଚନା ଦେବା ସହ ଆଗାମୀ ଦିନରେ ଅନେକ କାର୍ଯ୍ୟ କରିବାର ଅଛି । ସଂପ୍ରତି ଆଉ 24ଟି ଓ୍ୱାର୍ଡରେ ଓ୍ୱାର୍ଡ ଅଫିସ ହୋଇନଥିବା, ବର୍ଷା ଦିନ ପୂର୍ବରୁ ସମସ୍ତ ରାସ୍ତାଘାଟ ମରାମତି ତଥା ନୂତନ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ କରିବା, ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରିବା ଆଦି ସଂପର୍କରେ ସୂଚନା ଦେଇଥିଲେ ।

ପରେ ଏଜେଣ୍ଡା ଅନୁଯାୟୀ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଥମେ ପୂର୍ବ ବୈଠକରେ ନିଆଯାଇଥିବା ନିଷ୍ପତ୍ତିଗୁଡିକ କେତେଦୂର କାର୍ଯ୍ୟକାରୀ ହୋଇଛି, ସେ ସଂପର୍କରେ ଆଲୋଚନା କରାଯାଇଥିଲା । ପରେ କର୍ପୋରେଟର ଓ ଉପବିଭାଗୀୟ ଅଧିକାରୀମାନଙ୍କ ପକ୍ଷରୁ ଆସିଥିବା ପ୍ରସ୍ତାବ ଗୁଡିକ ଉପରେ ଆଲୋନଚା କରାଯାଇଥିଲା । ପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ରାଜସ୍ୱ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ କମିଶନର । ରାଜସ୍ୱ ବୃଦ୍ଧି ଯେଉଁ ପରିମାଣରେ ହେବ, ସେହି ପରିମାଣରେ 5ମ ଅର୍ଥ କମିଶନର ଅର୍ଥ ବରାଦ କରିବେ ବୋଲି କମିଶନର ଗୃହକୁ ଅବଗତ କରାଇଥିଲେ । ତେଣୁ ଟାକ୍ସ ଆଦାୟକୁ ଗୁରୁତ୍ୱ ଦିଆଯାଇଥିଲେ । ତେବେ ଆବଶ୍ୟକ କର୍ମଚାରୀ ନଥିବାରୁ ଜଣେ ଜଣେ ଓ୍ୱାର୍ଡ ଅଫିସର ଏକାଧିକ ଓ୍ୱାର୍ଡରୁ ଟାକ୍ସ କଲେକ୍ସନ କରୁଛନ୍ତି । ଫଳରେ ଅନ୍ୟାନ୍ୟ ବିକାଶ ମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ବୋଲି କର୍ପୋରେଟରମାନେ ଅଭିଯୋଗ କରିଥିଲେ । ତେବେ ରାଜ୍ୟ ସରକାରଙ୍କୁ ଏ ସଂପର୍କରେ ପତ୍ର ଲେଖାଯିବ ଏବଂ ରାଜ୍ୟ ସରକାର ଚାହିଁଲେ, ଟାକ୍ସ କଲେକ୍ଟର ନିଯୁକ୍ତି କରିପାରିବେ ବୋଲି ଗୃହକୁ ଅବଗତ କରାଇଥିଲେ କମିଶନର । ଆଜି ମୋଟ 15 ପ୍ରସ୍ତାବ ଉପରେ ଗୃହରେ ଆଲୋଚନା ହେବା ସହ ନିଷ୍ପତ୍ତି ନିଆଯାଇଛି ।

ସେହିପରି କର୍ପୋରେଟରମାନଙ୍କ ପକ୍ଷରୁ 21ରୁ ଅଧିକ ପ୍ରଶ୍ନୋତ୍ତର ଉପରେ ଆଲୋଚନା ହୋଇଥିଲା ।

ବିଏମ୍ ସି ଅଂଚଳରେ ହୋଡିଂ ମାରିବା ପାଇଁ ଅନୁମତି ନେଇଥିବା ସଂସ୍ଥା ବକେୟା ରାଶି ପୈଠ କରି ନଥିବାରୁ ତାର ସମସ୍ତ ହୋଡିଂ କାଟିଦେବା ପାଇଁ ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇଛି । ଆସନ୍ତା 2 ତାରିଖରୁ ଏହି ଅଭିଯାନ ଆରମ୍ଭ ହେବାକୁ ସ୍ଥିର ହୋଇଛି । ସହରରେ ଥିବା ସମସ୍ତ ଟଏଲେଟ୍ (ଲୁ)ର ପରିଚାଳନା ତଥା ନବିକରଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ସେହିପରି ପୂର୍ବରୁ ଜନପଥରେ ଲାଗିଥିବା ହୋଡିଂରୁ ଯେଉଁ ଆୟହେଉଥିଲା ତାହା ସ୍ମାର୍ଟ ସିଟିକୁ ଯାଉଥିଲା । ମାତ୍ର ଏବେଠାରୁ ସେ ସବୁ ବିଏମ୍ ସିକୁ ଆସିବ । 5000 ବର୍ଗଫୁଟ ରୁ ଅଧିକ ସ୍ଥାନରେ କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଏନ୍ ଓ ସି ଅନୁମୋଦନ କରିବା ପୂର୍ବରୁ ତାହା ପ୍ଲାନିଂ ଷ୍ଟାଣ୍ଡିଂ କମିଟି କୁ ଅବଗତ କରିବା ପାଇଁ ନିଷ୍ପତ୍ତି ହୋଇଛି । ନିୟମ ଉଲ୍ଲଘଂନ କରି ବହୁତଳ ଆପାର୍ଟମେଣ୍ଟ ନିର୍ମାଣ କଲେ, ସେମାନଙ୍କଠାରୁ ଜୋରିମାନା ଆଦାୟ ହେବ କିମ୍ବା କାର୍ଯ୍ୟ ବନ୍ଦ କରିଦିଆଯିବା ନେଇ ଗୃହରେ ଆଲୋଚନା ହୋଇଥିଲା । ସମସ୍ତ ବ୍ୟବସାୟୀଙ୍କଠାରୁ ଯଥୋଚିତ ୟୁଜର୍ସ ଫି ଆଦାୟ କରାଯିବା ନେଇ ଆଲୋଚନା ହୋଇଥିଲା ।

ଏହି ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ ଓ କୈଳାସ ଚନ୍ଦ୍ର ଦାସ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande