
ଭୁବନେଶ୍ୱର, 31 ଡିସେମ୍ବର (ହି.ସ.)ଓଡ଼ିଶାର ନୂଆ ମୁଖ୍ୟ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଶ୍ରୀମତୀ ଅନୁ ଗର୍ଗଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ରାଜ୍ୟର ସିଭିଲ ସର୍ଭିସ୍ ନେତୃତ୍ୱ ନେବାରେ ସେ ପ୍ରଥମ ମହିଳା ମୁଖ୍ୟ ସଚିବ ହେବାରୁ ତାଙ୍କର ନିଯୁକ୍ତିକୁ ଏକ ଐତିହାସିକ ମାଇଲଖୁଣ୍ଟ ବୋଲି ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅନୁ ଗର୍ଗଙ୍କର ବିଶାଳ ପ୍ରଶାସନିକ ଅଭିଜ୍ଞତା, ଦୂରଦୃଷ୍ଟି ଓ କାର୍ଯ୍ୟକୁଶଳତା ଓଡ଼ିଶାକୁ ବିକାଶର ନୂଆ ଉଚ୍ଚତାରେ ପହଞ୍ଚାଇବ। ତାଙ୍କର ନେତୃତ୍ୱ ରାଜ୍ୟର ଶାସନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।
ଏହାସହ ମୁଖ୍ୟମନ୍ତ୍ରୀ ଅବସରପ୍ରାପ୍ତ ପୂର୍ବତନ ମୁଖ୍ୟ ସଚିବ ମନୋଜ ଅହୁଜାଙ୍କୁ ତାଙ୍କର ଦୀର୍ଘ ଓ ସେବାମୂଳକ କାର୍ଯ୍ୟକାଳ ପାଇଁ କୃତଜ୍ଞତା ଜଣାଇଥିବା ସହ ତାଙ୍କର ଭବିଷ୍ୟତ ଜୀବନ ପାଇଁ ଶୁଭେଚ୍ଛା ମଧ୍ୟ ପ୍ରକାଶ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ