ଜୋନ ସ୍ତରୀୟ ପ୍ରଥମ ୟୁନିଟ କପ ଉଦଯାପିତ, ଭୋଜପୁର ଚମ୍ପିୟାନ
ନୂଆପଡ଼ା,୩୧ ଡ଼ିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଦେଓବାହଲ ଗ୍ରାମ ଠାରେ ଜିଲ୍ଲା ପରିଷଦ ୪ ନଂ ଜୋନ ସ୍ତରୀୟ ୟୁନିଟି କପ କ୍ରିକେଟ ଟୁର୍ନାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି। ଖଡିଆଳ ବ୍ଲକ ଉପାଧ୍ୟକ୍ଷ ଗୌତମ ତାଣ୍ଡିଙ୍କ ନେତୃତ୍ଵରେ ଅନୁଷ୍ଠିତ ହେଇଥିବା ବେଳେ ଏମସିସି ଦେଓବାହାଲ ପରିଚାଳନ
Cricket tournament


ନୂଆପଡ଼ା,୩୧ ଡ଼ିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଦେଓବାହଲ ଗ୍ରାମ ଠାରେ ଜିଲ୍ଲା ପରିଷଦ ୪ ନଂ ଜୋନ ସ୍ତରୀୟ ୟୁନିଟି କପ କ୍ରିକେଟ ଟୁର୍ନାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି। ଖଡିଆଳ ବ୍ଲକ ଉପାଧ୍ୟକ୍ଷ ଗୌତମ ତାଣ୍ଡିଙ୍କ ନେତୃତ୍ଵରେ ଅନୁଷ୍ଠିତ ହେଇଥିବା ବେଳେ ଏମସିସି ଦେଓବାହାଲ ପରିଚାଳନା କରିଥିଲେ। ଆଜିର ଫାଇନାଲ ଖେଳରେ ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ବିଧାୟକ ଅଧୀରାଜ ମୋହନ ପାଣିଗ୍ରାହୀ, ବିଶିଷ୍ଟ ଅତିଥି ପୂର୍ବତନ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ସମ୍ମାନିତ ଅତିଥି ଭାବରେ ଖଡ଼ିଆଳ ନଗରପାଳ ଉଜ୍ଜଳ ଗୁପ୍ତା, ସିନାପାଲି ବ୍ଲକ ଉପାଧ୍ୟକ୍ଷ ମିନା ଘିଭେଲା, ଜିଲ୍ଲା କଳାକାର ସଭାପତି ସଂଘ ଅର୍ଜୁନ ଛତ୍ରୀୟା, ସରପଞ୍ଚ ସଂଘ ସଭାପତି ସନ୍ତୋଷ ମିଶ୍ର, ବରିଷ୍ଠ ସମ୍ବାଦିକ କୁନୁ କରୁଆ, ଲିଙ୍ଗ ଘିଭେଲା, ସାନମହେଶ୍ୱର ସରପଞ୍ଚ ଆଲ୍ଲାଦିନି ବେହେରା, ବରଗାଁ ସରପଞ୍ଚ ଗୋବିନ୍ଦ ବିହାରୀ ବାରିକ, ଗଡ୍ରାମୁଣ୍ଡା ସରପଞ୍ଚ ବୃନ୍ଦା ବାଗ, କେନ୍ଦୁପାଟି ସରପଞ୍ଚ ଚନ୍ଦ୍ର ଷଣ୍ଡ, ଖାସବାହାଲ ସରପଞ୍ଚ କୁନୁ ଚରଣ ବେହେରା, ସରଧାପୁର ସରପଞ୍ଚ ଉମେଶ କୈବର୍ତ୍ତ, ସମିତି ସଭ୍ୟ ଶିଶୁପାଳ ବାଗ, ଶିକ୍ଷାବିତ ଉମେଶ କ୍ଷେତ୍ରୀ, ସାମାଜିକ କର୍ମୀ ପ୍ରବୀଣ କୁମାର ମୁଣ୍ଡ, ଘାସିରାମ ତାଣ୍ଡି, ଦଶମୁ ବେହେରା, ପୁସ୍ତମ ତାଣ୍ଡି , ପୂର୍ବତନ ସରପଞ୍ଚ ଶ୍ୟାମ ସୁନ୍ଦର କୁଲଦୀପ ଅତିଥି ଭାବେ ମଞ୍ଚାସିନ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଫାଇନାଲ ଖେଳ ଜିଏସଏ ଭୋଜପୁର ଓ ବରଗାଁ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଜିଏସଏ ଭୋଜପୁର ଦଳ ନିର୍ଦ୍ଧାରିତ ୧୫ ଓଭର ବ୍ୟାଟିଂ କରି ୮ ୱିକେଟ ହରାଇ ୧୬୭ ରନ ସଂଗ୍ରହ କରିଥିଲା। ଜବାବରେ ବରଗାଁ ଦଳ ସମସ୍ତ ୱିକେଟ ହରାଇ ୭୦ ରନ ସଂଗ୍ରହ କରି ଦ୍ଵିତୀୟ ସ୍ଥାନରେ ରହି ରନର୍ସ ଅପ୍ ହୋଇଥିଲା। ଜିଏସଏ ଭୋଜପୁର ଦଲ ଚମ୍ପିୟାନ ହୋଇଥିଲେ। ଫାଇନାଲ ମ୍ୟାଚରେ ଆମ୍ପାୟର ଭାବେ ବସନ୍ତ କୁମାର ଶବର ଓ ଆଲୋକ ବାଗ ମ୍ୟାଚ ପରିଚାଳନା କରିଥିବା ବେଳେ ସ୍କୋରିଙ୍ଗ ଦାୟିତ୍ୱରେ ନରେଶ କୁମାର ମହାରଥା, ଧାରା ବିବରଣୀ କରିଥିଲେ ଥବିର ଦୀପ, ସାରାଂଶ ଦୁରିଆ, ବଳବନ୍ତ ଶବର, ମଳୟ ତାଣ୍ଡି, ନରେନ୍ଦ୍ର ତାଣ୍ଡି, ନରେଶ ମାଝୀ । କାର୍ଯ୍ୟକ୍ରମରେ ୟୁନିଟି କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ବରିଷ୍ଠ କର୍ମକର୍ତ୍ତା,ପିଣ୍ଟୁ ମେତାମ, କ୍ଷୀରୋଦ କୁମାର ବେହେରା, ଅନ୍ତରାମ ମାଝୀ ଥମିର ମଙ୍ଗରାଜ, ନବୀନ ହେର୍ନା , ଚିତ୍ରସେନ ମାଝୀ, ଦେବରାଜ ମାଝୀ, ସନ୍ତୋଷ ଭୁଏ, କୁନାଲ ବେହେରା, ବିରଞ୍ଚି ବେହେରା, ଜଳନ୍ଧର ମାଝୀ,ବାସୁଦେବ ତାଣ୍ଡି, ପ୍ରସନ୍ନ ଭୋଇ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ସହଯୋଗ କରିଥିଲେ ।ଏହି ଟୁର୍ଣ୍ଣାମେଣ୍ଟ ଗତ ଡ଼ିସେମ୍ବର ୧୪ ତାରିଖରେ ଆରମ୍ଭ ହୋଇଥିବା ବେଳେ ଏଥିରେ ଖଡିଆଳ ୪ ନଂ ଜୋନ ୪୨ ଖଣ୍ଡ ଗ୍ରାମରୁ ୩୨ ଗୋଟି ଦଳ ଯୋଗଦାନ କରିଥିଲେ । ବିଜୟୀ ଦଲକୁ ୫୦ ହଜାର ସହ ଟ୍ରଫି ଓ ଉପ ବିଜେତା ଦଳକୁ ୩୦ ହଜାର ଟଙ୍କା ସହ ଟ୍ରଫି ଓ ଦୁଇ ଗୋଟି ଦଳ ସେମି ଫାଇନାଲରେ ହାରିଥିବା ଦୁଇ ଦଲକୁ ଟ୍ରଫି ସହ ୬ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande