
ମାଲକାନଗିରି, ୩୧ ଡିସେମ୍ବର (ହି.ସ.) -ଏବେ ଚାଲିଛି ପର୍ଯ୍ୟଟନ ଋତୁ , ରାଜ୍ୟର ଭୁସ୍ୱର୍ଗ କୁହାଯାଉଥିବା ମାଲକାନଗିରି ଜିଲ୍ଳାର ବିଭିନ୍ନ ପର୍ଯ୍ୟଟନସ୍ଥଳରେ ପର୍ଯ୍ୟଟକଙ୍କ ଭିଡ଼ ଜମିବାରେ ଲାଗିଛି । ରାଜ୍ୟ ତଥା ରାଜ୍ୟ ବାହାରରୁ ବହୁ ପର୍ଯ୍ୟଟକ ମାଲକାନଗିରି ଜିଲାରେ ଥିବା ବିଭିନ୍ନ ପଯ୍ୟଟନ ସ୍ଥଳୀକୁ ବୁଲିବାକୁ ଆସୁଛନ୍ତି। ଜିଲ୍ଳା ପ୍ରଶାସନ ପର୍ଯ୍ୟଟକଙ୍କ ପାଇଁ ତପ୍ତରତା ଦେଖାଉଥିବା ବେଳେ ପର୍ଯ୍ୟଟନସ୍ଥଳରେ ହେଉଥିବା ଦୁର୍ଘଟଣା ପ୍ରଶାସନର ଚିନ୍ତାର କାରଣ ପାଲଟିଛି ।ବିଗତ କିଛି ମାସରେ ବିଭିନ୍ନ ଜଳପ୍ରପାତରୁ ଅନେକ ଅଘଟଣ ଖବର ଆସିଛି ।
ପ୍ରାକୃତିକ ପରିବେଶ ଭିତରେ ଜଳପ୍ରପାତରେ ଆମୋଦପ୍ରମୋଦ ପାଇଁ ଲୋକଙ୍କ ଗହଳି ଜମୁଛି । ଜଳପ୍ରପାତରେ କିଏ ସେଲଫି ଉଠାଉଛି ତ କିଏ ପାଣିରେ ଚାଲୁଛି । ଜଳକ୍ରୀଡାରେ ସମସ୍ତେ ବ୍ୟସ୍ତ ରହୁଛନ୍ତି । ହେଲେ ସୁରକ୍ଷା ପାଇଁ ନା କୌଣସି ବ୍ୟବସ୍ଥା ରହିଛି ନା କୌଣସି ସୂଚନା ଫଳକ ଲାଗିଛି । କେହି ପାଣିରେ ବୁଡ଼ିଗଲେ ଆଖ ପାଖରେ କୌଣସି ଅଗ୍ନିଶମ ବାହିନୀ ଉପସ୍ଥିତ ରହୁନାହାନ୍ତି । ପର୍ଯ୍ୟଟକଙ୍କ କହିବା ଅନୁସାରେ, ଏହି ଅଞ୍ଚଳରେ ସେମାନେ ନୂଆ ତେଣୁ ଏହି ଜଳପ୍ରପାତର ସ୍ଥିତି ବିଷୟରେ ଜାଣିବା ସମ୍ଭବ ନୁହେଁ । ହେଲେ ଏଠାରେ କୌଣସି ସୂଚନା ଫଳକ ନଥିବାରୁ, ନିଜେ ସଚେତନ ରହିବା ଜରୁରୀ । ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଳାରେ ପର୍ଯ୍ୟଟକ ଙ୍କ ଭିଡି ରହୁଥିବା ଜଳପ୍ରପାତ ଗୁଡିକରେ ସୁରକ୍ଷା ନିମନ୍ତେ ଫଳକ ଲଗାଇବାକୁ ଦାବୀ ହେଉଛି!
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ