ମାନ୍ୟମକୋଣ୍ଡା ମଣ୍ଡିରେ ଚାଷୀ ଟାର୍ଗେଟ କିମ୍ବା ଟୋକନ ଅଭାବରୁ ଧାନ ବିକ୍ରି କରୁ ପାରୁନ ଥିବା ଅଭିଯୋଗ
ମାଲକାନଗିରି, ୩୧ ଡିସେମ୍ବର (ହି.ସ.) - ମାଲକାନଗିରି ଜିଲ୍ଲାରେ ଗତ ୨୪ ତାରିଖରୁ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି ମଣ୍ଡି । ତେବେ ପ୍ରଥମରୁ ହିଁ ଚାଷୀମାନେ ହଇରାଣ ହରକତ ହେଉଥିବା ଚିତ୍ର ସାମନାକୁ ଆସିଛି । ଚାଷୀଙ୍କ ନାଁ ପଞ୍ଜୀକରଣ ହୋଇଛି। କିନ୍ତୁ ମଣ୍ଡି ଅନୁଯାୟୀ ଟୋକନ ଆସି ନାହିଁ । ଜିଲ୍ଲାରୁ ସମ
ମାନ୍ୟମକୋଣ୍ଡା ମଣ୍ଡିରେ ଚାଷୀ ଟାର୍ଗେଟ କିମ୍ବା ଟୋକନ ଅଭାବରୁ ଧାନ ବିକ୍ରି କରୁ ପାରୁନ ଥିବା ଅଭିଯୋଗ


ମାଲକାନଗିରି, ୩୧ ଡିସେମ୍ବର (ହି.ସ.) - ମାଲକାନଗିରି ଜିଲ୍ଲାରେ ଗତ ୨୪ ତାରିଖରୁ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି ମଣ୍ଡି । ତେବେ ପ୍ରଥମରୁ ହିଁ ଚାଷୀମାନେ ହଇରାଣ ହରକତ ହେଉଥିବା ଚିତ୍ର ସାମନାକୁ ଆସିଛି । ଚାଷୀଙ୍କ ନାଁ ପଞ୍ଜୀକରଣ ହୋଇଛି। କିନ୍ତୁ ମଣ୍ଡି ଅନୁଯାୟୀ ଟୋକନ ଆସି ନାହିଁ । ଜିଲ୍ଲାରୁ ସମସ୍ତ ମିଲରଙ୍କ ନାଁ ମଧ୍ୟ ଏ ଯାଏଁ ନବୀକରଣ ହୋଇନାହିଁ କିମ୍ବା ଗତ ବର୍ଷ ଖରିଫ ମଣ୍ଡିର ଚାଉଳ ମଧ୍ୟ ସମ୍ପୂର୍ଣ୍ଣ ଫେରାଇ ନାହାନ୍ତି ମିଲର । ଏସବୁ ଅବ୍ୟବସ୍ଥା ମଧ୍ୟରେ ସନ୍ତୁଳି ହେଉଛନ୍ତି ସାଧାରଣ ଚାଷୀ । ଏଭଳି ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଉପାନ୍ତ ମାନ୍ୟମକୋଣ୍ଡା ମଣ୍ଡିରୁ । ଗତ ବର୍ଷ ଏହି ମଣ୍ଡିରେ ସପ୍ତାହକ ଦୁଇ ଦିନରେ ୪ ହଜାର କ୍ୱିଣ୍ଟାଲ ଧାନ କିଣିବା ଟାର୍ଗେଟ ରହିଥିବା ବେଳେ ଚଳିତ ବର୍ଷ ପ୍ରତି ମଙ୍ଗଳବାର ଦିନ ଅଢ଼େଇ ହଜାର କ୍ୱିଣ୍ଟାଲ ଧାନ କିଣିବା ଲାଗି ଟାର୍ଗେଟ ଆସିଛି । ଫଳରେ ଅଧିକାଂଶ ଚାଷୀ ଟାର୍ଗେଟ କିମ୍ବା ଟୋକନ ଅଭାବରୁ ଧାନ ବିକ୍ରି କରୁ ପାରୁନ ଥିବା ଅଭିଯୋଗ ହୋଇଛି । ମାନ୍ୟମକୋଣ୍ଡା ପଞ୍ଚାୟତ ବିଲିଗୁଡା ଗାଁର ଉଲା କୱାସୀଙ୍କର ୧୩ ଏକର ଜମିରେ ୨୪୦ ବସ୍ତା ଧାନ ଅମଳ ହୋଇଛି । ଗତ ବର୍ଷ ଉଲା ଦୁଇଟି ମଣ୍ଡିରେ ୮୦ କ୍ୱିଣ୍ଟାଲ ଧାନ ବିକ୍ରି କରି ଥିବା ବେଳେ ଏବେ ୨୪୦ ବସ୍ତା ବିକ୍ରି ଲାଗି ଟୋକନ ନ ଆସି ଥିବାରୁ ଚିନ୍ତାରେ । ସେପଟେ ମଣ୍ଡିରେ ଟାର୍ଗେଟ ବୃଦ୍ଧି ଲାଗି ଦାବି କରିଛନ୍ତି ଚାଷୀ ଓ ଜନ ପ୍ରତିନିଧି । ଅନ୍ୟପଟେ ମାଲକାନଗିରିରେ ଯୋଗାଣ ବିଭାଗରେ ଅଫିସର ମରୁଡ଼ି । ଖାଲି ପଡ଼ିଛି ଏସିଏସ୍‌ଓ ପଦବି । ୨ ଜଣ ଅତିରିକ୍ତ ସିଏସ୍‌ଓ ପଦବି ଫାଙ୍କା। ୫ ଜଣ ଯୋଗାଣ ନିରୀକ୍ଷକ ପଦବି ଖାଲି । ୪ ଟି ପ୍ରମୁଖ ସମସ୍ୟା ଯୋଗୁ ମଣ୍ଡି ବ୍ୟବସ୍ଥା ପ୍ରଭାବିତ ହେଉଥିବା ଜଣାପଡ଼ିଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande