ବିଧାନସଭା ନିର୍ବାଚନ ପୂର୍ବରୁ ଅମିତ ଶାହ କଲିକତାରେ କଲେ ଗୁରୁତ୍ୱପୂର୍ଣ୍ଣ ବୈଠକ
କଲିକତା, ୩୧ ଡିସେମ୍ବର (ହି.ସ.) – ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ତାର ରଣନୀତିକୁ ଶାଣିତ କରିବା ଆରମ୍ଭ କରିଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୁଧବାର କଲିକତାର ସାଇନସ ସିଟିରେ ଏକ ଗୁରୁତ୍ୱପୂର୍ଣ୍ଣ ଦଳୀୟ ସଂଗଠନ ବୈଠକ କରିଛନ୍ତି । ନି
ବିଧାନସଭା ନିର୍ବାଚନ ପୂର୍ବରୁ ଅମିତ ଶାହ କଲିକତାରେ କଲେ ଗୁରୁତ୍ୱପୂର୍ଣ୍ଣ ବୈଠକ


କଲିକତା, ୩୧ ଡିସେମ୍ବର (ହି.ସ.) – ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ତାର ରଣନୀତିକୁ ଶାଣିତ କରିବା ଆରମ୍ଭ କରିଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୁଧବାର କଲିକତାର ସାଇନସ ସିଟିରେ ଏକ ଗୁରୁତ୍ୱପୂର୍ଣ୍ଣ ଦଳୀୟ ସଂଗଠନ ବୈଠକ କରିଛନ୍ତି । ନିର୍ବାଚନ ସ୍ତ୍ରସ୍ତୁତି ଦୃଷ୍ଟିରୁ ଏହି ବୈଠକକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ବୈଠକରେ ରାଜ୍ୟ ସଂଗଠନର ବର୍ତମାନର ସ୍ଥିତି, କର୍ମୀଙ୍କ ସକ୍ରିୟତା ଏବଂ ବୁଥ୍ ସ୍ତର ପର୍ଯ୍ୟନ୍ତ ସଂଗଠନକୁ ସୁଦୃଢ଼ କରିବା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଅମିତ ଶାହ ନେତାମାନଙ୍କୁ ସ୍ପଷ୍ଟ ଭାବରେ କହିଥିଲେ ଯେ, ଆଗାମୀ ବିଧାନସଭା ନିର୍ବାଚନ ପଶ୍ଚିମବଙ୍ଗ ପାଇଁ ନିର୍ଣ୍ଣାୟକ ଏବଂ ଦଳକୁ ପ୍ରତ୍ୟେକ ସ୍ତରରେ ପୂର୍ଣ୍ଣ ପ୍ରସ୍ତୁତି ସହିତ ମଇଦାନକୁ ପ୍ରବେଶ କରିବାକୁ ପଡ଼ିବ । ଭୂମିଗତ ପରିସ୍ଥିତି ସମୀକ୍ଷା କରିବା ସମୟରେ ସେ ସଂଗଠନରେ ସମନ୍ୱୟ ଏବଂ ଶୃଙ୍ଖଳା ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ ।

ସାଇନ୍ସ ସିଟିରେ ଅନୁଷ୍ଠିତ ଏହି ବୈଠକରେ ଦଳର ବରିଷ୍ଠ ନେତା, ସାଂଗଠନିକ ଅଧିକାରୀ ଏବଂ ନିର୍ବାଚନ ରଣନୀତି ସହିତ ଜଡ଼ିତ ପ୍ରମୁଖ ବ୍ୟକ୍ତିମାନେ ଯୋଗ ଦେଇଥିଲେ । ସହରାଂଚଳରେ ଦଳର ସ୍ଥିତି, ଭୋଟରଙ୍କ ସହ ଯୋଗାଯୋଗ ଏବଂ ସ୍ଥାନୀୟ ସମସ୍ୟା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା ।

ଅମିତ ଶାହ କର୍ମୀ ମାନଙ୍କୁ ବାର୍ତା ଦେଇଥିଲେ ଯେ, ଜନସାଧାରଣଙ୍କ ସହିତ ନିରନ୍ତର ଯୋଗାଯୋଗ ରକ୍ଷା କରିବା ଏବଂ ସରକାରଙ୍କ ନୀତିଗୁଡ଼ିକୁ ସ୍ପଷ୍ଟ ଭାବରେ ଜଣାଇବା ଗୁରୁତ୍ୱପୂର୍ଣ୍ଣ ଅଟେ । ବୈଠକ ପରେ ପଶ୍ଚିମବଙ୍ଗର ରାଜନୈତିକ ପରିସ୍ଥିତି, ବିପକ୍ଷର ରଣନୀତି ଏବଂ ଆଗାମୀ ମାସର କାର୍ଯ୍ୟଯୋଜନା ଉପରେ ମଧ୍ୟ ବିଚାର କରାଯାଇଥିଲା । କୁହାଯାଇଛି ଯେ, ଏହି ବୈଠକ ମାଧ୍ୟରେ ଅମିତ ଶାହା ସଂଗଠନକୁ ନିର୍ବାଚନ ମୋଡ଼କୁ ଆଣିବାର ସ୍ପଷ୍ଟ ସଂକେତ ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande