
କେନ୍ଦୁଝର, 31 ଡିସେମ୍ବର (ହି.ସ.) - କେନ୍ଦୁଝର ଜିଲ୍ଲା ପୋଲିସ ମୁଖ୍ୟାଳୟ ପକ୍ଷରୁ ପୋଲିସ ଇନିସ୍ପେକ୍ଟର ସ୍ଥରରେ ଅଦଳ ବଦଳ କରାଯାଇଛି । ଜିଲ୍ଲା ପୋଲିସ କାର୍ଯ୍ୟାଳୟ ପକ୍ଷରୁ ବୁଧବାର ପୋଲିସ ଇନିସ୍ପେକ୍ଟର ସ୍ଥରରେ ଅଦଳ ବଦଳି ହୋଇଛି । ସୂଚନା ଅନୁସାରେ ଇନିସ୍ପେକ୍ଟର ସମ୍ପଦ କୁମାର ମହାନ୍ତି ଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟ ରୁ ରୁଗୁଡ଼ି ଥାନା, ଯୋଗମାୟା ସାହୁଙ୍କୁ ମୁଖ୍ୟାଳୟରୁ ସାଇବର ଓ ଇ ଓ ଥାନା, ମିତାଲି ମଧୁଲିତା ବିଶ୍ୱାଳ ଙ୍କୁ ମୁଖ୍ୟାଳୟରୁ ହରିଚନ୍ଦନପୁର ଥାନା, କାନନ ସାହୁଙ୍କୁ ମୁଖ୍ୟାଳୟରୁ ସୋସୋ ଥାନାକୁ ବଦଳି ହୋଇଥିବାବେଳେ କିରଣ ପ୍ରସାଦ ସାହୁଙ୍କୁ ତୁରୁମୁଙ୍ଗା ଥାନାରୁ ପାଟଣା ଥାନା, ରାବିଶଙ୍କର ଭଇସାଙ୍କୁ ରୁଗୁଡ଼ି ଥାନାରୁ ପାଣ୍ଡପଡା ଥାନା,ମାନସ କୁମାର ମାହାକୁଳ ଙ୍କୁ ପାଟଣା ଥାନାରୁ ଜିଲ୍ଲା ପୋଲିସ ମୁଖ୍ୟାଳୟ ଏବଂ ଇନିସ୍ପେକ୍ଟର ଦେବକୀ ନାଏକଙ୍କୁ ହରିଚନ୍ଦନପୁର ଥାନାରୁ ଜିଲ୍ଲା ପୋଲିସ ମୁଖ୍ୟାଳୟ କୁ ବଦଳି ହୋଇଛି ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA