
ଜୟପୁର, ୩୧ ଡିସେମ୍ବର (ହି.ସ.) - ଜୟପୁର ପୌରସଂସ୍ଥା ପକ୍ଷରୁ କେବଳ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି)ଙ୍କୁ ଆହାର କେନ୍ଦ୍ରର ରୋଷେଇ ଓ ଖାଦ୍ୟ ବଣ୍ଟନ ସମେତ ରାତ୍ରି ବିଶ୍ରାମ ସ୍ଥଳ ଏବଂ ଏମସିସିର ମଳମୃତ ଓ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ନିମନ୍ତେ ଟେଣ୍ଡର ଆହ୍ୱାନ କରାଯାଇଥିଲା । କିନ୍ତୁ ଏହି ଟେଣ୍ଡର ପ୍ରକ୍ରିୟା ଏବଂ ଏହାର ସ୍ୱଚ୍ଛତାକୁ ନେଇ ସନ୍ଦେହ ରହିଛି ଏବଂ ବ୍ୟାପକ ଅନିୟମତା ହୋଇଥିବା ବେଳେ କିଛି ଏସଏଚଜି କିଭଳି ଏହି ଟେଣ୍ଡର ହାସଲ କରିବେ । ସେମାନଙ୍କୁ ସୁହାଇଲା ଭଳି ସର୍ତ ରଖାଯାଇଛି ବୋଲି ଏଥିରେ ବାଦ ପଡିଥିବା ଏସଏଚଜି କର୍ମକର୍ତା ଓ ସଦସ୍ୟ ମାନେ ଅଭିଯୋଗ ନେଇ ପୌରସଂସ୍ଥାର କାର୍ଯ୍ୟାଳୟ ସମ୍ମୁଖରେ ଆଜି ଟେଣ୍ଡର ହାସଲ କରିଥିବା ଏସଏଚଜିଙ୍କ ନାମ ଘୋଷଣଆ ପରେ ଧାରଣା ଦେଇଥିଲେ । ଏହିପରି ପୌରସଂସ୍ଥାର ମନମୁଖୀ ଏବଂ ଏକତରଫା ଟେଣ୍ଡର ପ୍ରକ୍ରିୟାରେ ନିୟମ ଯୋଗୁଁ ଏହି ଟେଣ୍ଡର ପାଇଁ ଯୋଗ୍ୟତା କରିବାକୁ ନୂତନ ଏସଏଚଜି ମାନେ ସୁଯୋଗ ପାଇପାରିବେ ନାହିଁ ବୋଲି ଧାରଣା ଦେଇଥିବା ଏସଏଚିଜି ମାନେ ଅଭିଯୋଗ କରିଛନ୍ତି । ତୁରନ୍ତ ସେମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ ସହିତ ପୁନଃର୍ବାର ସଠିକ ଭାବେ ୪ଟି ସଂସ୍ଥାକୁ ଟେଣ୍ଡର ପାଇଁ ଯୋଗ୍ୟତା ହାସଲ କରିଥିବା ୧୦ଟି ଏସଏଚଜିଙ୍କୁ ନେଇ ଲଟେରୀ କରାଯାଉ ଯେଉଁ ମାନେ ଏହି ଲଟେରୀ ପ୍ରକ୍ରିୟାରେ କୃତକାର୍ଯ୍ୟ ହେବେ ସେମାନଙ୍କୁ ଉକ୍ତ ସ୍ଥାନର ଦାୟୀତ୍ୱ ପ୍ରଦାନ କରାଯାଉ ବୋଲି ଆନ୍ଦୋଳନକାରୀ ମାନେ ଦାବି କରିଥିଲେ । ଖବରପାଇ ଘଟଣାସ୍ଥଳରେ ଟାଉନଥାନା ପୁଲିସ ପହଂଚି ଧାରଣା ଦେଇଥିବା ମହିଳା ଏସଏଚଜିଙ୍କୁ ବୁଝାସୁଝା ପରେ ଉଠିଥିଲେ । ଗତ ଡିସେମ୍ବର ମାସରେ ପ୍ରଥମ ସପ୍ତାହରେ ଉପରୋକ୍ତ ସଂସ୍ଥା ଗୁଡିକର ପରିଚାଳନା ନିମନ୍ତେ କେବଳ ମହିଳା ଏସଏଚଜି ମାନେ ଆବେଦନ କରିବା ନେଇ ଟେଣ୍ଡର ଅନଲାଇନ ମାଧ୍ୟମରେ ଆହ୍ୱାନ କରାଯାଇଥିଲା । ଏଥିରେ ଜୟପୁର ପୌରାଂଚଳର ବିଭିନ୍ନ ୱାର୍ଡର ସମୁଦାୟ ୮୩ଟି ଏସଏଚଜି ଟେଣ୍ଡର ପ୍ରକ୍ରିୟା ଯୋଗଦେଇ ଆବେଦନ ଦାଖଲ କରିଥିଲେ ସୁଦ୍ଧା ଏହିପରି ସଠିକ କାଗଜପତ୍ର ଯାଂଚ ଓ ନିୟମାବଳୀ ଅନୁଯାୟୀ ଏସ.ଏଚ ଜି ଏହି କେନ୍ଦ୍ର ମାନଙ୍କ ପରିଚାଳନା ପାଇଁ କୃତକାର୍ଯ୍ୟ ହୋଇଥିଲେ । ଏହିପରି ସର୍ତାବଳୀ ଅନୁଯାୟୀ ଏଏଚଜି ମାନଙ୍କ ବାର୍ଷିକ ଆୟ ଓ ବ୍ୟାୟ ବ୍ୟାଙ୍କ ଖାତା, କାର୍ଯ୍ୟଦକ୍ଷତା ଏବଂ ଅନ୍ୟାନ୍ୟ ସର୍ତାବଳୀ ଯାଂଚ ପରେ ଆହାର କେନ୍ଦ୍ରର ରୋଷଇଶାଳ ପରିଚାଳନା ପାଇଁ ସହରର ୧୦ଟି ଏସଏଚଜିଙ୍କ ମଧ୍ୟରୁ ୨ଟି ଏସଏଚଜି ମାଁ ଜଗତଜନନୀ ଏବଂ ଜୟ ସନ୍ତୋଷୀ ମାଁ ଏସଏଚଜି କୃତକାର୍ଯ୍ୟ ହୋଇଥିଲେ । ଉଭୟ ଏସଏଚଜିଙ୍କୁ ନେଇ ଲଟେରୀ ବିଜୟୀ ହୋଇ ରୋଷେଇଶାଳ ପାଇଁ ମାଁ ଜଗତଜନନୀ ଯୋଗ୍ୟତା ହାସଲ କରିଥିଲେ । ସେହିପରି ଜିଲ୍ଲା ଚିକିତ୍ସାଳୟ ଆହାର କେନ୍ଦ୍ର, ଟାଉନ ହଲ ଆହାର କେନ୍ଦ୍ର ଖାଦ୍ୟ ବଂଟନ ଏବଂ ରାତ୍ରୀ ଆଶ୍ରୟ ସ୍ଥଳୀର ପରିଚାଳନା ପାଇଁ ଯୋଗ୍ୟତା କରିଥିବା ସମୁଦାୟ ୨୦ଟି ଏସଏଚଜିଙ୍କଙ୍କ ମଧ୍ୟରୁ ମାତ୍ର ୩ଟି ଏସଏଚଜି ଯୋଗ୍ୟତା ହାସଲ କରିଥିଲେ । ସେମାନଙ୍କ ମଧ୍ୟରୁ ମାଁ ସମଲେଶ୍ୱରୀ, ତିତିଲି ଏସଏଚଜି ଏବଂ ମାଁ ହୁଣ୍ଡି ଠାକୁରାଣି ଏସଏଚଜିକୁ ଯଥାକ୍ରମେ ଲଟେରୀ ପ୍ରକ୍ରିୟାରେ ବିଜୟୀ ହୋଇ ଏହି ୩ଟି ସଂସ୍ଥାର ପରିଚାଳନା ଦାୟୀତ୍ୱ ପ୍ରଦାନ କରାଯାଇଥିଲା । ଆଜି ପୌରସଂସ୍ଥାର କାର?୍ୟ୍ୟାଳୟ ଠାରେ ଉପଜିଲ୍ଲାପାଳ ତଥା ପୌର କାର?୍ୟ୍ୟ ନିର୍ବାହୀ ଅଧିକାରୀ ଏ.ଶଶ୍ୟା ରେଡ୍ଡି, ଅତିରିକ୍ତ ପୌରନିର୍ବାହୀ ଅଧିକାରୀ ପୂଜା ରାଉତ , ପୌର କର୍ମଚାରୀ ଏବଂ ଯୋଗ୍ୟତା ହାସଲ କରିଥିବା ସମସ୍ତ ଏଏଚଜିଙ୍କ ଉପସ୍ଥିତିରେ ସର୍ତାବଳୀ ଯାଂଚ ଅନୁଯାୟୀ ମୂଲ୍ୟାଙ୍କନ କରିବା ପରେ ୪ଟି କେନ୍ଦ୍ର ପାଇଁ ୫ଟି ଏସଏଚଜି ଯୋଗ୍ୟତା ହାସଲ କରିଥିଲେ। ପ୍ରକାଶଯେ, ଟେଣ୍ଡର ପ୍ରକ୍ରିୟାରେ ଆହାର କେନ୍ଦ୍ର ରୋଷେଇଶାଳ ପାଇଁ ସମୁଦାୟ ୨୭ଟି ଏସଏଚଜି ଆବେଦନ କରିଥିବା ବେଳେ ୧୦ଟି ଯୋଗ୍ୟତା ହାସଲ କରିଛନ୍ତି । ସେହିପରି ଟାଉନହଲ ଏବଂ ଜିଲ୍ଲା ଚିକିତ୍ସାଳୟସ୍ଥିତ ଆହାର କେନ୍ଦ୍ର ଖାଦ୍ୟ ବିତୋରଣ ଏବଂ ଆଶ୍ରୟସ୍ଥଳୀ ପାଇଁ ସମୁଦାୟ ୨୯ଟି ମଧ୍ୟରୁ ୨୦ ଜଣ ଯୋଗ୍ୟତା ହାସଲ କରିଛନ୍ତି । ମଳମୁତ୍ର ପରିଚାଳନା ପ୍ରକ୍ରିୟାକରଣରେ ୨ଟି ଏସଏଚଜି ଟେଣ୍ଡରରେ ଆବେଦନ କରିଥିଲେ କେବଳ ଜଣଏ ଯୋଗ୍ୟତା ହାସଲ କରିଥିବା ଯୋଗୁଁ ସିଙ୍ଗଲ ଟେଣ୍ଡର ପାଇଁ ନିୟମ ଅନୁଯାୟୀ ଏହାକୁ ବାତିଲ କରାଯାଇଛି । ଏହି ସଂସ୍ଥାକୁ ହାସଲ କରିବା ନେଇ ପ୍ରାରମ୍ଭରୁ ବିବାଦ ଆରମ୍ଭ ହୋଇଥିଲା ଏବଂ ଗତ କାଉନସିଲ ବୈଠକରେ ଟେଣ୍ଡର ମାଧ୍ୟମରେ ମହିଳା ଏସଏଚଜିଙ୍କୁ ପ୍ରଦାନ କରିବାକୁ ପ୍ରସ୍ତାବ ଗୃହିତ ହୋଇଥିଲା । କିନ୍ତୁ ଏହାର କିଛି ଦିନ ପରେ ପୁଣି ୨୧ ଜଣ କାଉନସିଲର ମାନେ ସ୍ୱାକ୍ଷରିତ ଏକ ସୁପାରିଶପତ୍ର ମାଧ୍ୟମରେ ପୂର୍ବରୁ ଏହି କେନ୍ଦ୍ର ଗୁଡିକ ପରିଚାଳନା କରୁଥିବା ମହିଳା ଏସଏଚଜିଙ୍କୁ ପ୍ରଦାନ ନେଇ ପୌର ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା । କିନ୍ତୁ କାଉନସିଲର ମାନଙ୍କ ବୈଠକର ନିଷ୍ପତି ଅନୁଯାୟୀ ପୌର ନିର୍ବାହୀ ଅଧିକାରୀ ଅଗ୍ରାଧିକାର ଦେବା ସହିତ ଟେଣ୍ଡର ଆହ୍ୱାନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି