ବାଇକ ଦୁର୍ଘଟଣାରେ ଯୁବକ ଗୁରୁତର
ଜୟପୁର, ୩୧ ଡିସେମ୍ବର (ହି.ସ.) - ଜୟପୁର ସଦରଥାନା ଅନ୍ତର୍ଗତ ପୁଟରା ରୁ ଖଇରିମୁଣ୍ଡି ଆସୁଥିବା ସମୟରେ ଖଇରିମୁଣ୍ଡି ନିକଟରେ ବାଇକ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ଥିବା ନେଇ ସଦରଥାନାରେ ଅଭିଯୋଗ ହୋଇଛି। ପୁଲିସ ସୂଚନା ଅନୁଯାୟୀ ଗତକାଲି ଦିନ ୧୧ ଟା ସମୟରେ ପ୍ରହଲ୍ଲାଦ ହରିଜନ ଓ ତାଙ୍କ ପୁଅ ରିୟାଜ୍ ହ
ବାଇକ ଦୁର୍ଘଟଣାରେ ଯୁବକ ଗୁରୁତର


ଜୟପୁର, ୩୧ ଡିସେମ୍ବର (ହି.ସ.) - ଜୟପୁର ସଦରଥାନା ଅନ୍ତର୍ଗତ ପୁଟରା ରୁ ଖଇରିମୁଣ୍ଡି ଆସୁଥିବା ସମୟରେ ଖଇରିମୁଣ୍ଡି ନିକଟରେ ବାଇକ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ଥିବା ନେଇ ସଦରଥାନାରେ ଅଭିଯୋଗ ହୋଇଛି। ପୁଲିସ ସୂଚନା ଅନୁଯାୟୀ ଗତକାଲି ଦିନ ୧୧ ଟା ସମୟରେ ପ୍ରହଲ୍ଲାଦ ହରିଜନ ଓ ତାଙ୍କ ପୁଅ ରିୟାଜ୍ ହରିଜନ ଦୁଇଜଣ ଏକ ବାଇକରେ ଖଇରିମୁଣ୍ଡି ଆସୁଥିବା ସମୟରେ ବିପରିତ ଦିଗରୁ ଅନ୍ୟ ଏକ ମଟର ସାଇକଲ ଆସି ଧକ୍କା ଦେଇଥିଲା। ଫଳର ପ୍ରହଲ୍ଲାଦ ହରିଜନ ଛିଟିକି ପଡିବା ଫଳରେ ତାଙ୍କ ଗୋଡ ଏବଂ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ପ୍ରହ୍ଲ୍ଲାଦକୁ ଜୟପୁର ଡାକ୍ତରଖାନାରେ ଭର୍ତିକରିବା ପରେ କୋରାପୁଟ୍ ସ୍ଥାନାନ୍ତର କରାଯାଇଥିଲା। ରକ୍ତଶ୍ରାବ ବନ୍ଦ ନହେବା ଯୋଗୁଁ ପ୍ରହ୍ଲ୍ଲାଦକୁ ତୁରନ୍ତ ବିଶାଖପାଟଣା ନିଆଯାଇଥିଲା। ବିଶାଖାପାଟଣାରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ନେଇ ପ୍ରହ୍ଲ୍ଲାଦଙ୍କ ସାନ ଭାଇ କୈଳାଶ ହରିଜନ ସଦରଥାନାରେ ଅଭିଯୋଗ କରିବା ପରେ ସଦର ପୁଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ସଦରଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande