

ବଲାଙ୍ଗିର, 31 ଡିସେମ୍ବର (ହି.ସ.)
ଜେ ଏସ ଏମ କଲେଜ ର ବାର୍ଷିକ ଉତ୍ସବ କଲେଜ ର ନିର୍ଦେଶକ ସି.ଏ.ଶ୍ରୀକାନ୍ତ ଶର୍ମା ଙ୍କ ଅଧ୍ୟକ୍ଷତାରେ ଗତକାଲି ପାଳିତ ହୋଇଯାଇଛି।ଶିକ୍ଷାବିତ୍ ତଥା ବଲାଙ୍ଗିର ନାଗରିକ କମିଟି ର ପୂର୍ବତନ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ମନୋ ରଞ୍ଜନ ସାହୁ ସ୍ବାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ।କଲେଜ ର ଅଧ୍ୟକ୍ଷା ମନସ୍ମିତା ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିବା ଏ ବି ରାମ ଲିପ୍ସା ସଭା ସଂଯୋଜନା କରିଥିଲେ।ଦିବସ ର ମୁଖ୍ୟଅତିଥି ଭାବରେ ବଲାଙ୍ଗିର ମହିଳା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼.ଅରବିନ୍ଦ କୁମାର ଓଝା ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କ ସାମଗ୍ରିକ ବିକାଶ ଉପରେ ଉପାଦେୟ ବକ୍ତବ୍ୟ ପ୍ରଦାନ କରିଥିଲେ।ଜୟପୁର ସ୍ଥିତ ବିକ୍ରମଦେବ ୟୁନିଭରସିଟି,କମର୍ସ ବିଭାଗ ର ମୁଖ୍ୟ ଡ଼କ୍ଟର ଦେବଦତ୍ତ ଇଣ୍ଡୋରିଆ ମୁଖ୍ୟବକ୍ତା ଭାବେ ଯୋଗଦାନ କରି ଶିକ୍ଷ୍ୟା ସହ ଜଡ଼ିତ ଥିବା ଅନେକ ମହାମନିଷୀ ମାନଙ୍କ ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ।ସମ୍ମାନିତ ଅତିଥି ଭାବେ ସ୍ବରାଜ ହସ୍ପିଟାଲ ର ପ୍ରତିଷ୍ଠାତା,ଡାକ୍ତର ସୂଜ୍ୟାନେନ୍ଦ୍ର ମିଶ୍ର, ଜେଏସଏମ କଲେଜ ର ନିର୍ଦେଶକ,ପୀତବାସ ପଣ୍ଡା,ଟିଟିଲାଗଡ ଡିଏଭି ଅଟୋନମସ କଲେଜ କମର୍ସ ବିଭାଗ ମୁଖ୍ୟ ଡକ୍ଟର କେ.ଦେବୀ,ରାଉରକେଲା ଷ୍ଟିଲ ପ୍ଲାଣ୍ଟ ର ଏଜିଏମ,ଡକ୍ଟର ଅଶୋକ କୁମାର ଜେନା ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ନିଷ୍ଟା ଏବଂ ଆତ୍ମବିଶ୍ବାସ ର ସହ ଅଧ୍ୟୟନ କଲେ ସଫଳତା ନିଶ୍ଚିତ ମିଳିବ ବୋଲି କହିଥିଲେ।ଏହି ଅବସରରେ ଡାକ୍ତର ସୁଜ୍ୟାନେନ୍ଦ୍ର ମିଶ୍ର,ଦିଲୀପ ଧଳ ଏବଂ ମୟ ପଧାନି ଙ୍କୁ ମାନପତ୍ର ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଶେଷରେ କଲେଜ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ