




ସୁବର୍ଣ୍ଣପୁର, ୩୧ ଡିସେମ୍ବର(ହି.ସ.) –ଆଜି ଆପରାହ୍ନ ୪.୦୦ ଘଟିକା ସମୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ରୋଗୀ କଲ୍ୟାଣ ସମିତିର କାର୍ଯ୍ୟନିର୍ବାହୀ କମିଟି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଅଧକ୍ଷତା କରିଥିଲେ ଜିଲ୍ଲାପାଳ, ସୁବର୍ଣ୍ଣପୁର, ଡ଼ ନୃପରାଜ ସାହୁ।
ଏଥିରେ ରୋଗୀମାନଙ୍କର ସଠିକ ଭାବରେ ଚିକିତ୍ସା, ଡାକ୍ତରଖାନା ପରିସର ସଫା ସୁତରା ଓ ସମସ୍ତ ରୋଗୀ ଚିକିତ୍ସା ଯନ୍ତ୍ରପାତି ର ସୁବିଧା ତଥା ମଦ୍ୟପ ରୋଗୀ ସମ୍ପର୍କୀୟଙ୍କୁ ଡାକ୍ତରଖାନା ଭିତରକୁ ପଶିବାରେ ବାରଣ କରିବା ଭଳି ଡାକ୍ତରଖାନା କୁ ପ୍ରତିଦିନ ପରିଚାଳନାରେ ଆସୁଥିବା ସମସ୍ୟାକୁ କିପରି ଦୂର କରାଯାଇପାରିବ ସେ ବିଷୟରେ ଆଲୋଚନା ହୋଇଥିଲା।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ, ରାଜେନ୍ଦ୍ର ମାଝୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀମତୀ ଉଷାରାଣୀ ଦାସ ଏବଂ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।
ବୈଠକରେ ଗତମାସରେ ହୋଇଥିବା ବୈଠକର ସମୀକ୍ଷା ସହିତ କଣ ନୂଆ କରାଯାଇ ପାରିବ ସେ ବିଷୟରେ ଜିଲ୍ଲାପାଳ ସୂଚନା ଦେଇଥିଲେ। ଏହି ସମୟରେ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ କିପରି ରେଡ କ୍ରସ ପାଇଁ ଅର୍ଥରାଶି ଯୋଗାଣ କରାଯିବ। ରେଡ କ୍ରସ ଅସହାୟ ଏବଂ ପୀଡିତ ପରିବାରଙ୍କ ସାହାଯ୍ୟ କରିଥାଏ, କିନ୍ତୁ ରେଡ କ୍ରସକୁ ଅର୍ଥରାଶି ନ ଆସୁଥିବାରୁ ଜିଲ୍ଲାପାଳ ଏହା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ସମସ୍ତେ ନିଜ ନିଜ ସ୍ତରରେ ରେଡ କ୍ରସକୁ କିପରି ପାଣ୍ଠି ଆସିପାରିବ, ସେଥିପ୍ରତି ସମସ୍ତେ ଚେଷ୍ଟା କରିବା ହେବେ ବୋଲି ଜିଲ୍ଲାପାଳ ନିର୍ଦେଶ ଦେଇଥଲେ। ଡାକ୍ତରଖାନା ପରିସରକୁ କିପରି ପ୍ରତିଦିନ ନିୟମିତ ଭାବରେ ସଫା କରାଯିବ ତାହା ମଧ୍ୟ ଆଲୋଚନା ହୋଇଥିଲା। ଏତଦବ୍ୟତୀତ ସମସ୍ତ ରୋଗୀ କେବିନ କୁ କିପରି କାର୍ଯ୍ୟକ୍ଷମ କରାଯିବ ସେଥି ପାଇଁ କର୍ମଚାରୀମାନଙ୍କୁ ଦୃଷ୍ଟି ଦେବା ପାଇଁ ଜିଲ୍ଲାପାଳ ଆଦେଶ ଦେଇଛନ୍ତି। ଏହାଛଡା ଲେବର କୋଠି ପାଇଁ ଆଉ ଏକ ଷଚ୍ଚୟକ୍ସବଙ୍କକ୍ଷସମ କ୍ଷବଭକ୍ଟଙ୍କକ୍ସ ଟେବୁଲ ର ବ୍ୟବସ୍ଥା ପାଇଁ ଜିଲ୍ଲାପାଳ ମଞ୍ଜୁରୀ ଦେଉଛନ୍ତି। ଏହି ବୈଠକରେ ଜିଲ୍ଲାରେ ଦେଖାଯାଉଥିବା ଦୀର୍ଘକାଳୀନ କିଡ଼ନୀ ରୋଗ (ଉଷକ୍ସକ୍ଟଦ୍ଭସମ କସୟଦ୍ଭରଚ୍ଚ ଊସଗ୍ଦରବଗ୍ଦର: ଉକଊ) ଚିକିତ୍ସା ଓ ନିବାରଣ ପାଇଁ ଥିବା କାର୍ଯକାରୀ ଦଳର ସମୀକ୍ଷା ହୋଇଥିଲା। ଜିଲ୍ଲାରେ ଥିବା କିଡ଼ନୀ ପ୍ରବଣ ଗାଁମାନଙ୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ପ୍ରତ୍ୟକ୍ଷ ନିରୀକ୍ଷଣ କରୁଛନ୍ତି।
ଆସନ୍ତା ଦିନମାନଙ୍କରେ କିଡ଼ନୀ ରୋଗ ପରୀକ୍ଷା ପାଇଁ ବ୍ୟବସ୍ଥା ହେବ ବୋଲି ସୂଚନା ଦିଆଯାଇଛି। ଗୋଟିଏ ଗ୍ରାମରେ ୩ରୁ ଅଧିକ ରୋଗୀ ଥିଲେ ସେହି ଗାଁ ସକ୍ରିୟ ପର୍ଯବେକ୍ଷଣରେ ରହିବ ବୋଲି ଡ୍ ଉଷାରଣୀ ଦାଶ ସୂଚନା ଦେଇଛନ୍ତି। ଏତଦବ୍ୟତୀତ ଜିଲ୍ଲା ସ୍ୱାସ୍ଥ୍ୟ ଟିମ କିଡ଼ନୀ ପ୍ରବଣ ଗ୍ରାମ ମାନଙ୍କର ପିଇବା ପାଣିକୁ ଯାଂଚ କରୁଛି ଓ ଏଥିରେ ଭାରି ଧାତୁ ଥିଲେ ସେହି ସବୁ ଟ୍ୟୁବୱେଲର ପାଣି ବ୍ୟବହାର ନକରିବା ପାଇଁ ଗ୍ରାମ ବାସୀ ଙ୍କୁ ନିର୍ଦେଶ ଦିଆଯାଇଥିବା ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି। ଜିଲ୍ଲାରେ ଏଯାଏ ୧୬ଟି ଗାଁର ପାଣି ପରୀକ୍ଷା ସରିଛି ଓ ସେଥି ମଧ୍ୟରୁ ୦୩ ଟି ଗାଁର ପାଣିରେ ଭାରି ଧାତୁର ଅଂଶ ମିଳିଥିବା ଜଣାପଡିଛି।
ଆଗାମୀ ଦିନମାନଙ୍କରେ ରୋଗ ପରୀକ୍ଷା ବଢେଇବା ସହିତ କିଡ଼ନୀ ରୋଗର ମୁଖ୍ୟ କାରଣକୁ ଚିହ୍ନଟ କରି ଉପଯୁକ୍ତ ଚିକିତ୍ସା ପ୍ରଦାନ କରି ରୋଗୀଙ୍କ ସଂଖ୍ୟା କିପରି ହ୍ରାସ କରାଯାଇ ପାରିବ ସେ ବିଷୟରେ ଜିଲ୍ଲାପାଳ ସୂଚନା ଦେଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ