
ସମ୍ବଲପୁର, ୩୧, ଡିସେମ୍ବର (ହି.ସ) - ସମ୍ବଲପୁର ଜିଲ୍ଲାର ଜମନକିରା ନିକଟସ୍ଥ ସୁଦ ବଲଣ୍ଡା ସ୍ଥିତ କଲୋନୀ ପଡାରେ ବି.ଡବ୍ଲୁ.ଆଇ ର ସହାୟତା ରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ମହିଳା ନେତୃତ୍ୱ ତାଲିମ ସମାବେଶ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ସଭାପତି ବିଜୟ କୁମାର ମହାନ୍ତି ଅଧ୍ୟକ୍ଷତାକରି ମହିଳା ମାନେ ସାହସୀ ଓ ନିର୍ଭିକ ହେବା, ନିଜ ଅଧିକାର ପ୍ରତି ସଚେତନ ହେବା, ନିଜ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ସଂଗ୍ରାମ କରିବା ଏବଂ ନାରୀ ନିର୍ଯ୍ୟାତନା ବିରୁଦ୍ଧରେ ସ୍ୱର ଉତୋଳନ କରିବାକୁ ଆହ୍ୱାନ ଦେଇଥିଲେ । ସାମାଜିକ କର୍ମୀ କିଶୋର ଦେହୁରୀ, ସଂଘର ରାଜ୍ୟ ଉପସଭାପତି ଗୋକୁଳ ମେହେର, ସମ୍ପାଦକ ମହମ୍ମଦ ମୁର୍ତୁଜ଼ା ଓ ରାଜ୍ୟ ସମ୍ପାଦିକା ପଦ୍ମାବତୀ କିସାନ ସଂଘ ର ହାସଲ କରିଥିବା ଦାବୀ ଗୁଡିକ ସମ୍ପର୍କରେ ଏବଂ ଅପୂରଣୀୟ ଦାବୀ ଯଥାକ୍ରମେ କେନ୍ଦୁପତ୍ର ଦରବୃଦ୍ଧି, ସିଜନାଲ କର୍ମଚାରୀ ମାନଙ୍କ ସର୍ବନିମ୍ନ ମଜୁରୀ ଅନୁପାତରେ ମାସିକ ଦରମା ବୃଦ୍ଧି, ବନ୍ଧେଇ ଶ୍ରମିକ ମାନଙ୍କ ବଣ୍ଡଲ ପ୍ରତି ଦରବୃଦ୍ଧି, କନ୍ୟାବିବାହ ସହାୟତା ଦେବାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହା ସହିତ ଲଘୁ ବନଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ ଏସ ପି) ଘୋଷଣା କରି କାର୍ଯ୍ୟକାରୀ ପ୍ରଭୃତି ଦାବୀ ଜାନୁଆରୀ ସୁଦ୍ଧା ପୂରଣ ନହେଲେ ବଡ ଧରଣର ଆନ୍ଦୋଳନ ହେବ ବୋଲି ସରକାରଙ୍କୁ ଚେତାବନୀ ଦିଆଯାଇଥିଲା ।
ଏହି ସମାବେଶ ରେ କୁଚିଣ୍ଡା ବ୍ଲକ ଅଧ୍ୟକ୍ଷ ଭୁବନେଶ୍ୱର କିସାନ, ପ୍ରାଥମିକ ଶିକ୍ଷକ ସଂଘର ପୂର୍ବତନ ସଭାପତି ଭୁବନେଶ୍ୱର ଦ୍ୱିବେଦୀ, ସାମାଜିକ କର୍ମୀ ସନ୍ତୋଷ କୁମାର ପଟେଲ, ଲକ୍ଷ୍ମଣ ସାହୁ, ନୃପମନି ଧରୁଆ, ହେମନ୍ତ ବଗର୍ତି, ଅକ୍ଷୟ ମହାକୁଡ, ଫୁଲମାନି ମୁଣ୍ଡା, କେଶରୀ ବାଗ, ଝିଲ୍ଲୀ ମାଝୀ, ସୌଦାମିନି ଦେହୁରୀ, ମମତା ପଟେଲ, ଶକୁନ୍ତଳା ଦେହୁରୀ, ମଞ୍ଜୁ ଦାସ, ମିଡ଼ିଆ ସେଲ ସଂଯୋଜକ ଦେବଜ୍ୟୋତି ପଟ୍ଟନାୟକ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ