
Odisha, 31 ଡିସେମ୍ବର (ହି.ସ.)ଖୋର୍ଦ୍ଧା,ବାଲୁଗାଁ ଅବକାରୀ ନିରୀକ୍ଷକ ଅଜିତ ପାତ୍ରଙ୍କ ତତ୍ୱବଧାନରେ ବୁଧବାର ବାଣପୁର ଥାନା ଅନ୍ତର୍ଗତ ବିରଜାଇ ଓ କୋଷରଡା ଜଙ୍ଗଲରେ ଚଢ଼ାଉ କରି ୧୧ ହଜାର କେଜି ମହୁଲ ପୋଚ ନଷ୍ଟ କରିବା ସହ ୧୫୦୦ ଲିଟର ଦେଶୀ ମହୁଲି ଜବତ କରାଯାଇଛି।ଜବତ ମହୁଲ ପୋଚ ଓ ଦେଶୀ ମହୁଲିର ଆନୁମାନିକ ମୂଲ୍ୟ ୮ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି।ଏ ନେଇ କେଶ ନଂ ୨୪୨,୨୪୩,୨୪୪ ଓ ୨୪୫/୨୫-୨୬ ରେ ମାମଲା ରୁଜୁ କରାଯାଇଥିବା ବେଳେ କୌଣସି ଅଭିଯୁକ୍ତଙ୍କୁ ଧରି ନଥିବା ବାଲୁଗାଁ ଅବକାରୀ ଅଧିକ୍ଷକ ଶ୍ରୀ ପାତ୍ର କହିଛନ୍ତି।ଉକ୍ତ ଚଢ଼ାଉରେ ଜଟଣୀ ଅବକାରୀ ଅଧିକାରୀ ସୁଜିତ କୁମାର ମୁଦୁଲି ଓ ଟିମ,ବେଗୁନିଆ ଅବକାରୀ ଅଧିକାରୀ ସଞ୍ଜୟ କୁମାର ସୁବୁଦ୍ଧି ଓ ଟିମ,ଟାଙ୍ଗୀ ଅବକାରୀ ଅଧିକାରୀ ରମେଶ ଚନ୍ଦ୍ର ବାରିକ ଓ ଟିମ,ଏସଆଇ ମୀନକେତନ ମହାଳିକଙ୍କ ସମେତ ବାଲୁଗାଁ ଅବକାରୀ କର୍ମଚାରୀ ମାନେ ସାମିଲ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ