ଲୋକ ମହୋତ୍ସବ କମିଟି ପକ୍ଷରୁ କୁଚିଣ୍ଡା ଓ ରେଢ଼ାଖୋଲରେ ସାଂସ୍କୃତିକ ଆଲୋଚନାଚକ୍ର
ସମ୍ବଲପୁର, ୩୧, ଡିସେମ୍ବର (ହି.ସ.) ସମ୍ବଲପୁର ଲୋକ ମହୋତ୍ସବ ଆୟୋଜନ କମିଟି ର ଆଲୋଚନାଚକ୍ର ଉପ ସମିତି ପକ୍ଷରୁ ଉପଖଣ୍ଡ ସ୍ତରୀୟ ଦୁଇଟି ସମ୍ପାନ ଅନୁଷ୍ଠିତ ହୋଇଯାଇଛି। କୁଚିଣ୍ଡା କଲେଜ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଂସ୍କୃତିବିତ ସୁରଥ ଚନ୍ଦ୍ର ନାୟକ ''ପଶ୍ଚିମ ଓଡିଶାର ଯାନିଯାତ୍ରା'' ଶୀର୍ଷକ ଆଲ
ଲୋକ ମହୋତ୍ସବ କମିଟି ପକ୍ଷରୁ କୁଚିଣ୍ଡା ଓ ରେଢ଼ାଖୋଲରେ ସାଂସ୍କୃତିକ ଆଲୋଚନାଚକ୍ର


ସମ୍ବଲପୁର, ୩୧, ଡିସେମ୍ବର (ହି.ସ.) ସମ୍ବଲପୁର ଲୋକ ମହୋତ୍ସବ ଆୟୋଜନ କମିଟି ର ଆଲୋଚନାଚକ୍ର ଉପ ସମିତି ପକ୍ଷରୁ ଉପଖଣ୍ଡ ସ୍ତରୀୟ ଦୁଇଟି ସମ୍ପାନ ଅନୁଷ୍ଠିତ ହୋଇଯାଇଛି। କୁଚିଣ୍ଡା କଲେଜ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଂସ୍କୃତିବିତ ସୁରଥ ଚନ୍ଦ୍ର ନାୟକ 'ପଶ୍ଚିମ ଓଡିଶାର ଯାନିଯାତ୍ରା' ଶୀର୍ଷକ ଆଲୋଚନାରେ ସଭାପତିତ୍ୱ କରିଥିଲେ। ଆଲୋଚକ ଭାବରେ ଲୋକ ସଂସ୍କୃତି ଗବେଷକ ଡ. ସିଦ୍ଧାର୍ଥ ପଣ୍ଡା ଓ ଡ଼. ଭାରତ ଭୂଷଣ ନନ୍ଦ ଯୋଗ ଦେଇଥିଲେ। ଏଥିରେ ଲୋକ ମହୋତ୍ସବର ଉପଦେଷ୍ଠା ସୂର୍ଯ୍ୟ ପାଣିଗ୍ରାହୀ, କଳା ସଂଗଠକ ମଳୟ ବେହେରା ଓ ଆଲୋଚନାଚକ୍ର ଉପ ସମିତି ର ଆବାହକ ପ୍ରଦୀପ କୁମାର ପଣ୍ଡା ମଂଚାସୀନ ଥିଲେ। ବକ୍ତା ମାନେ ପଶ୍ଚିମ ଓଡିଶାରେ ପ୍ରଚଳିତ ଯାନିଯାତ୍ରା ଗୁଡିକର ବର୍ଗୀକରଣ କରି ଦୃଷ୍ଟାନ୍ତ ସହିତ ଆଲୋଚନା କରିଥିଲେ। ଚଉରାଶି କୋଷ ବାମଣ୍ଡାର ଐତିହ୍ୟ, ପ୍ରଚଳିତ ବିଭିନ୍ନ ଯାତ୍ରା ତଥା ସେଗୁଡିକର ପ୍ରାଚୀନ କୀର୍ତିରାଜି ରୂପର ପ୍ରଚାର ପ୍ରସାର ଆଦି ଉପରେ ଆଲୋଚନା କରିଥିଲେ।

କଳାକାର ବିଭୂତି କଲ୍ୟାଣ ପଟେଲ, ଓମ୍ ପଟେଲ ପ୍ରମୁଖ କୁଚିଣ୍ଡା ଉପଖଣ୍ଡ ର ଯାନିଯାତ୍ରାର ପ୍ରଚାର ପ୍ରସାର ହେବା ଜରୁରୀ ବୋଲି କହିଥିଲେ । କୁଚିଣ୍ଡା ଉପଖଣ୍ଡ ର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଆଲୋକ ପଟେଲ,ଉପସମିତି ସଦସ୍ୟ ପ୍ରଶାନ୍ତ ମାଝୀ, ସଂଜୀବ ପାଢ଼ୀ ଉପସ୍ଥିତ ଥିଲେ।

ଉପସମିତି ର ଆବାହକ ଶ୍ରୀ ପଣ୍ଡା ଙ୍କ ନେତୃତ୍ୱରେ ରେଢ଼ାଖୋଲ ଭୀମ ଭୋଇ କଲେଜ ଠାରେ ସଂସ୍କୃତି ଗବେଷକ ତଥା କଳାପାଣି କଲେଜ ର ଅଧ୍ୟକ୍ଷ ମୋହନ ସାହୁ ଙ୍କ ସଭାପତିତ୍ୱ ରେ ପଶ୍ଚିମ ଓଡିଶା ର କୃଷି ଭିତିକ ଯାନିଯାତ୍ରା ଓ ପର୍ବପର୍ବାଣି ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅମୁଲ୍ୟ କୃଷ୍ଣ ପାଢ଼ୀ ମୁଖ୍ୟ ଅତିଥି, ପ୍ରାଧ୍ୟାପକ ଅଖିଳ ବିଶ୍ୱାଳ ଏବଂ ଅଧ୍ୟାପକ ମନଭଞ୍ଜନ କହଁର ଆଲୋଚକ ଭାବରେ ଯୋଗ ଦେଇ ରେଢ଼ାଖୋଲ ର ସଂସ୍କୃତି ମଧ୍ୟରେ ଲୁକ୍କାୟିତ ସମୃଦ୍ଧ ଲୋକ ଧରା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଶ୍ରୀ କହଁର ଙ୍କ ଦ୍ୱାରା ରଚିତ ରେଢ଼ାଖୋଲର ଲୋକ କାହାଣୀ ପୁସ୍ତକ ଲୋକାର୍ପିତ ହୋଇଥିଲା। ଉଭୟ କାର୍ଯ୍ୟକ୍ରମ ରେ ଆୟୋଜନ କମିଟି ର ଉପଦେଷ୍ଠା ସଦସ୍ୟ ଶ୍ରୀ ପାଣିଗ୍ରାହୀ ସମ୍ବଲପୁର ଲୋକ ମହୋତ୍ସବ ର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ। ସଭାରେ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଶେଷରେ ଆଲୋଚନାଚକ୍ର ଉପସମିତି ର ସହ ଆବାହକ ସୌମିକ ବାବୁ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande