
କେନ୍ଦ୍ରାପଡ଼ା, ୩୧ ଡିସେମ୍ବର(ହି.ସ.) – ଚଣ୍ଡିଖୋଲ-ପାରାଦ୍ୱିପ ଜାତୀୟ ରାଜପଥର ପ୍ରଶସ୍ତିକରଣ କାର୍ଯ୍ୟ ଦୃତଗତିରେ ଚାଲିଥିବାବେଳେ ଏହି କାର୍ଯ୍ୟକୁ ସମୟସୀମା ଭିତରେ ସାରିବା ପାଇଁ ପିଏସକେ ଠିକାଦାର କମ୍ପାନୀ ଉଦ୍ୟମ ଜାରି ରଖିଛି। କାର୍ଯ୍ୟର ଅଗ୍ରଗତି ରେ ଅନେକ ବାଧାବିଘ୍ନ ଆସୁଥିଲେ ମଧ୍ୟ ଏହାକୁ ସମାଧାନ କରି ଠିକାଦାର ସଂସ୍ଥା କାର୍ଯ୍ୟ କରିଚାଲିଛି। ଦୁହୁରିଆ ରେ ଆଉ ଏକ ନୂତନ ପୋଲ ନିର୍ମାଣ କରିବା ପାଇଁ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଭୁବନେଶ୍ୱର ସ୍ଥିତ ଜାତୀୟ ରାଜପଥର ଆଂଚଳିକ ଅଧିକାରୀ ବିରେନ୍ଦ୍ର ସିଂହଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରି ସେଠାରେ ଏକ ନୂତନ ପୋଲ ନିର୍ମାଣ କରିବା ପାଇଁ ଦାବି କରିଛନ୍ତି। ଏହି ଦାବିରେ ବିଧାୟକ ଶ୍ରୀ ବେହେରା କଟକ, ଯାଜପୁର, ଭଦ୍ରକ, ଜଗତସିଂହପୁର ଓ ଅନେକ ଜିଲ୍ଲାକୁ ସଂଯୋଗ କରୁଥିବା ଏହି ଦୁହୁରିଆ ଛକରେ ଆଉ ଏକ ନୂତନ ପୋଲ ନିର୍ମାଣ ହେଲେ ଜନ ସାଧାରଣଙ୍କ ଯାତାୟତରେ ସୁବିଧା ହେବା ସହ ଦୁର୍ଘଟଣା ରୁ ରକ୍ଷା ପାଇପାରିବେ। ଏବଂ କୈାଣସି କ୍ଷେତ୍ରରେ ଟ୍ରାଫିକ ସମସ୍ୟା ଦେଖାଯିବ ନାହିଁ। ତେଣୁ ଏଠାରେ ଆଉ ଏକ ପୋଲ ନିର୍ମାଣ କରିବାକୁ ବିଧାୟକ ଶ୍ରୀ ବେହେରାଙ୍କ ଦାବିକୁ ସାଧାରଣରେ ସ୍ୱାଗତ କରାଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ରବି