
ବଲାଙ୍ଗୀର, ୩୧ ଡିସେମ୍ବର(ହି.ସ.) – ଇଂରାଜୀ ନୂଆବର୍ଷ ୨୦୨୬ର ପହିଲା ଦିନଟି ସରକାରୀ କାର୍ଯ୍ୟ ଦିବସ ରହୁଥିବାରୁ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏକ ସାଧାରଣ କାର୍ଯ୍ୟ ଦିବସ ଭାବେ ଚାଲିବ। ତେଣୁ ସରକାରୀ କାର୍ଯ୍ୟାଳୟକୁ କୌଣସି ପ୍ରକାରେ ଇଂରାଜୀ ନୂଆବର୍ଷ ପାଳନର ସ୍ଥଳୀ ନ କରିବାକୁ ପରାମର୍ଶ ଦିଆଯାଇଛି। କେବଳ ବ୍ୟକ୍ତିଗତ, ସୌଜନ୍ୟମୂଳକ ସାକ୍ଷାତ ବ୍ୟତୀତ କୌଣସି ପ୍ରକାର ଉତ୍ସବ, ଭେଟଘାଟ୍, ଭୋଜିଭାତ, ପାର୍ଟି ଇତ୍ୟାଦି ସରକାରୀ କାର୍ଯ୍ୟାଳୟ ପରିସର ମଧ୍ୟରେ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଉଛି। ସମସ୍ତ କାର୍ଯ୍ୟାଳୟ ଓ ଅନୁଷ୍ଠାନର ମୁଖ୍ୟ ଏହାକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ଛଡା ସମସ୍ତ ଅଧିକାରୀ, କର୍ମଚାରୀ ଏବଂ ପରିଦର୍ଶକଙ୍କୁ ନିମ୍ନଲିଖିତ ବିଷୟଗୁଡ଼ିକ ଉପସ୍ଥାପନ କିମ୍ବା ଗ୍ରହଣ କରିବାରୁ ନିବୃତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
୧. ପ୍ଲାଷ୍ଟିକରେ ଗୁଡ଼ାଯାଇଥିବା ପୁଷ୍ପ
୨. ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକରେ ତିଆରି କିମ୍ବା ପ୍ୟାକେଜ୍ ହୋଇଥିବା ଉପହାର, ସ୍ମାରକୀ କିମ୍ବା ସାଜସଜ୍ଜା ସାମଗ୍ରୀ ପରିବେଶ ପ୍ରତି ଦାୟିତ୍ୱକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି ଏବଂ ଉପରୋକ୍ତ ନିର୍ଦ୍ଦେଶାବଳୀର କଡ଼ାକଡ଼ି ପାଳନ ନିଶ୍ଚିତ କରିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ