
ନୂଆଦିଲ୍ଲୀ, 31 ଡିସେମ୍ବର (ହି.ସ.) ଓଡ଼ିଶା ଦେଇ ଯାଇଥିବା 326 ନମ୍ବର ଜାତୀୟ ରାଜପଥ (ଏନଏଚ୍)ର ସମ୍ପ୍ରସାରଣ ଏବଂ ସୁଦୃଢ଼ିକରଣ କରାଯିବା ସମ୍ପର୍କିତ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଦ୍ୱାରା ଅନୁମୋଦନ କରାଯିବାକୁ ଓଡ଼ିଶାର ପ୍ରଗତି ପାଇଁ ଏକ ପ୍ରୋତ୍ସାହନ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ସେ ସୋସିଆଲ ମିଡିଆରେ ଲେଖିଛନ୍ତି, କେନ୍ଦ୍ର କ୍ୟାବିନେଟ୍ ଓଡ଼ିଶାରେ NH-326 ର ପ୍ରଶସ୍ତିକରଣ ଏବଂ ସୁଦୃଢ଼ୀକରଣକୁ ଅନୁମୋଦନ କରିଛି। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଗଜପତି, ରାୟଗଡା ଏବଂ କୋରାପୁଟରେ ଯାତାୟାତକୁ ସୁଗମ କରିବ ଏବଂ ସଂଯୋଗୀକରଣକୁ ଉନ୍ନତ କରିବ। ଏହା ନିଯୁକ୍ତି ସୁଯୋଗ ସୃଷ୍ଟି କରିବ, ପର୍ଯ୍ୟଟନ ଓ ଶିଳ୍ପକୁ ପ୍ରୋତ୍ସାହିତ କରିବ, ଏବଂ ଆଦିବାସୀ ଅଞ୍ଚଳରେ ସମାବେଶୀ ବିକାଶକୁ ତ୍ୱରାନ୍ୱିତ କରିବ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ