ଜାନୁୟାରୀ ମାସ ୬ରୁ ୨୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ପାଣି ପଂଚାୟତ ପକ୍ଷ ପାଳନ ପ୍ରସ୍ତୁତି
ବଲାଙ୍ଗୀର, ୩୧ ଡିସେମ୍ବର(ହି.ସ.) – ବଲାଙ୍ଗୀର ଜଳ ସଂପଦ ବିଭାଗ ତରଫରୁ ଆଗାମୀ ଜାନୁୟାରୀ ମାସ ୬ ରୁ ୨୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ପାଣି ପଂଚାୟତ ପକ୍ଷ ପାଳନ କରାଯିବ। ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଜାନୁୟାରୀ ମାସ ୬ ରୁ ୨୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ପାଣି ପଞ୍ଚାୟତ ପକ୍ଷ ପାଳନ ପ୍ରସ୍ତୁତି


ବଲାଙ୍ଗୀର, ୩୧ ଡିସେମ୍ବର(ହି.ସ.) – ବଲାଙ୍ଗୀର ଜଳ ସଂପଦ ବିଭାଗ ତରଫରୁ ଆଗାମୀ ଜାନୁୟାରୀ ମାସ ୬ ରୁ ୨୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ପାଣି ପଂଚାୟତ ପକ୍ଷ ପାଳନ କରାଯିବ। ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଦେବଦତ ରାୟ ମହାପାତ୍ର ପକ୍ଷ ପାଳନର ନୋଡାଲ ଅଧିକାରୀ ସଭା ପରିଚାଳନା କରିଥିଲେ। ଜଳ ପରିଚାଳନା କ୍ଷେତ୍ରରେ ପାଣି ପଂଚାୟତଗୁଡିକର ଗୁରୁତ୍ୱପୂର୍ଣ୍ଣ ଭୂମିକା, ସହଭାଗୀ ଜଳସେଚନ ମାଧ୍ୟମରେ ତୃଣମୂଳସ୍ତରରେ ଜଳର ଉପଲବ୍ଧତାରେ ଗୁଣାତ୍ମକ ମାନ ବୃଦ୍ଧି ଆଦି ପରିପ୍ରେକ୍ଷୀରେ ଏହି ପାଣି ପଂଚାୟତ ପକ୍ଷ ପାଳନ କରାଯାଉଛି। ଚଳିତ ବର୍ଷ ପାଣି ପଂଚାୟତ ପକ୍ଷ ଜାନୁୟାରୀ ୬ ତାରିଖରେ ସମସ୍ତ ଡିଭିଜନସ୍ତରରେ ଏବଂ ୧୩ରେ ଜିଲ୍ଲାସ୍ତରରେ ପାଳନ କରାଯିବ। ପାଣି ପଂଚାୟତର ଭୂମିକା ସଂପର୍କରେ ବାର୍ତା ନେଇ ସଚେତନତା ରଥ ପରିକ୍ରମା କରିବ। ଏହି ପରିପ୍ରେକ୍ଷୀରେ ବିଭିନ୍ନ ଡିଭିଜନସ୍ତର ବିଦ୍ୟାଳୟଗୁଡିକରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ ଲିଖନ, ପେଣ୍ଟିଂ ଓ କୁଇଜ୍ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବ। ପାଣି ପଂଚାୟତ ପକ୍ଷ ପାଳନ ଅବସରରେ ବିଭିନ୍ନ ସ୍ତରରେ ପ୍ରଦର୍ଶନୀ ଓ ପାଣି ପଂଚାୟତ ସମାବେଶମାନ ଆୟୋଜନ କରାଯିବ। ଏହସହ ସୂଚନା, ଶିକ୍ଷା ଓ ଯୋଗାଯୋଗ କାର୍ଯ୍ୟକ୍ରମ, ପ୍ରଦର୍ଶନୀ ମାଧ୍ୟମରେ ଜଳର ଉପଯୁକ୍ତ ବିନିଯୋଗ ନେଇ ସାମାଜିକ-ବ୍ୟବହାରିକ ପରିବର୍ତନର ଆବଶ୍ୟକତା ସଂପର୍କରେ ସଚେତନ କରାଯିବ। ପାଣି ପଂଚାୟତ ପୁନର୍ଗଠନ କରାଯାଇଥିବା ବେଳେ ଭୂତଳେ ପାଇପ୍ ଯୋଗେ ଜଳ ଯୋଗାଣ, ପାଣି ପଂଚାୟତଗୁଡିକର ଉନ୍ନତିକରଣ, ପାଣି ପଂଚାୟତ କର୍ମୀମାନଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ପଦକ୍ଷେପ ନିଆଯାଇଛି। ଲୋକଙ୍କ ମଧ୍ୟରେ ପାଣି ପଂଚାୟତର ଗୁରୁତ୍ୱ, ପାଣି ପଂଚାୟତ ସଦସ୍ୟ/ସଦସ୍ୟାମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ଏବଂ ଜଳ ସଂପଦର ସୁରକ୍ଷା ଓ ପାଣି ପଂଚାୟତଗୁଡିକର କାର୍ଯ୍ୟକୁ ସହାୟତା କରୁଥିବା ସମସ୍ତ ସହଭାଗୀ ଅନୁଷ୍ଠାନର ସହଯୋଗରେ ଏହି ବାର୍ଷିକ ପାଣି ପଂଚାୟତ ପକ୍ଷ ପାଳନ କରାଯିବ। ଏହି ବୈଠକରେ ଜଳସମ୍ପଦର ବିଭାଗୀୟ ଅଧିକାରୀଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande