ପ୍ରଧାନ ଶିକ୍ଷକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହ
ନୂଆପଡ଼ା,୩୧ ଡ଼ିସେମ୍ବର (ହି.ସ.) - ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଚଲାନପଡ଼ା ରାମନାଥ ଉଚ୍ଚ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ସଞ୍ଜୀବ କୁମାର ଠାକୁରଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସମାରୋହ ଆଜି ଅନୁଷ୍ଠିତ ହୋଇଯାଇଛି। ସମାରୋହରେ ସହକାରୀ ଶିକ୍ଷକ ଗୋପାଳ ନାରୟଣ ଯୋଶୀ ଅଧ୍ୟକ୍ଷତା କରିଥିବା ବେଳେ ମ
Retirement


ନୂଆପଡ଼ା,୩୧ ଡ଼ିସେମ୍ବର (ହି.ସ.) - ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଚଲାନପଡ଼ା ରାମନାଥ ଉଚ୍ଚ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ସଞ୍ଜୀବ କୁମାର ଠାକୁରଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସମାରୋହ ଆଜି ଅନୁଷ୍ଠିତ ହୋଇଯାଇଛି। ସମାରୋହରେ ସହକାରୀ ଶିକ୍ଷକ ଗୋପାଳ ନାରୟଣ ଯୋଶୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ରାମନାଥ ଉଚ୍ଚ ବିଦ୍ୟାପୀଠର ପ୍ରତିଷ୍ଠାତା ଦୁଃଖ ଭଞ୍ଜନ ସିଂ ବାରିକ, ସମ୍ମାନିତ ଅତିଥି ଭାବେ ପରିଚାଳନା କମିଟିର ସଭାପତି ଶ୍ରୀରାମ ସମରେନ୍ଦ୍ର ସିଂ ବାରିକ, ସଦସ୍ୟ ପ୍ରଶାନ୍ତ କୁମାର ବାରିକ ଯୋଗଦାନ କରି ଅବସର ଗ୍ରହଣ କରିଥିବା ଶ୍ରୀ ଠାକୁରଙ୍କ ଶିକ୍ଷକ ଜୀବନୀ ସହ ବ୍ୟକ୍ତିଗତ ଜୀବନୀ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ କ୍ରୀଡା ଶିକ୍ଷକ ରାଜକପୁର ବାରିକ ମଞ୍ଚ ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷକ ସନତ କୁମାର ମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକରେ ସହକାରି ଶିକ୍ଷକ ଦିନନାଥ ସାହୁ, ଅତିଥି ଶିକ୍ଷକ ବିରେନ୍ଦ୍ର କୁମାର ନନ୍ଦ, ଅବସର ଗ୍ରହଣ କରିଥିବା ଶିକ୍ଷକ ଫକୀର ମୋହନ ଦାସ, ଅତିଥି ଶିକ୍ଷକ ପ୍ରଭାକର ପଟ୍ଟନାୟକ, ଚତୁର୍ଥ କର୍ମଚାରୀ ଲିଙ୍ଗରାଜ ବେହେରା, ସୁରେଶ କୁମାର ମାଝୀ, ରୋଷେୟା ଜୟନ୍ତୀ ରାଉତ, ସୁଜାତା ବାରିକ, ଗାୟତ୍ରୀ ବାରିକ ଉପସ୍ଥିତ ରହି ସହଯୋଗ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande