ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ୨୦୨୫
ସୁବର୍ଣ୍ଣପୁର, ୩୧ ଡିସେମ୍ବର(ହି.ସ.) – ଆଜି ସୁବର୍ଣ୍ଣପୁର ଜିଲ୍ଲାରେ ଜିଲ୍ଲାପାଳଙ୍କ ଛୋଟ ସମ୍ମିଳନୀ କକ୍ଷରେ ଅପରାହ୍ନ ୫ ଟା ସମୟରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୁବର୍ଣ୍ଣପୁର ଶ୍ରୀମତୀ ଅଞ୍ଜଳୀନା ପ୍ରଧାନଙ୍କ ଅଧ୍ୟକ୍ଷତା କର
ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ୨୦୨୫


ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ୨୦୨୫


ସୁବର୍ଣ୍ଣପୁର, ୩୧ ଡିସେମ୍ବର(ହି.ସ.) – ଆଜି ସୁବର୍ଣ୍ଣପୁର ଜିଲ୍ଲାରେ ଜିଲ୍ଲାପାଳଙ୍କ ଛୋଟ ସମ୍ମିଳନୀ କକ୍ଷରେ ଅପରାହ୍ନ ୫ ଟା ସମୟରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୁବର୍ଣ୍ଣପୁର ଶ୍ରୀମତୀ ଅଞ୍ଜଳୀନା ପ୍ରଧାନଙ୍କ ଅଧ୍ୟକ୍ଷତା କରିଥିଲେ। ସଭାରେ ୨୦୨୪ ଓ ୨୦୨୫ ମସିହାର ଜାନୁଆରୀରୁ ନଭେମ୍ବର ମାସ ପର୍ଯ୍ୟନ୍ତ ଘଟିଥିବା ଦୁର୍ଘଟଣା ତଥ୍ୟ, ଦୁର୍ଘଟଣାର କାରଣ ମୋଟର ଯାନ ଆଇନର କଡାକଡି ଭାବେ କାର୍ଯ୍ୟକାରୀ କରିବା ଆଦି ବିଷୟରେ ଆଲୋଚନା କରାଯାଇଥିଲା। ସୂଚନା ଅନୁସାରେ ୨୦୨୪ (ଜାନୁଆରୀ-ନଭେମ୍ବର) ମସିହାରେ ମୋଟ ୪୨ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ୪୩ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୨୫ ମସିହାରେ (ଜାନୁଆରୀ-ନଭେମ୍ବର) ଏହି ସଂଖ୍ୟା କମି ୨୮ ହୋଇଛି, ଯେଉଁଥିରେ ମୋଟ ୨୮ ଜଣଙ୍କ ମୃତ୍ୟୁ ହୋଇଛି। ଏତଦବ୍ୟତୀତ ଜିଲ୍ଲା ସଡ଼କ ଏବଂ ପରିବହନ ବିଭାଗ ୧୦ ଟି ବ୍ଲାକ ସ୍ପଟ ଚିହ୍ନଟ କରିଛନ୍ତି। ସେଗୁଡ଼ିକ ହେଲା କୁଳିପାଲି ଛକ ଏନ୍‌ଏଚ୍‌-୫୭, ବିଶାଳପାଲି ଛକ ଏନ୍‌ଏଚ୍‌-୧୨୬ ଇ, ଡୁଙ୍ଗୁରିପାଲି ଛକ ଏନ୍‌ଏଚ୍‌-୨୬, ଅର୍ଜୁନପୁର ଛକ ଏନ୍‌ଏଚ୍‌-୫୭, ସିଂହଯୁବା ମାର୍କେଟ ଏନ୍‌ଏଚ୍‌-୧୨୬ ଇ, ସିଆଳଜୁରୀ ଗ୍ରାମ ଏନ୍‌ଏଚ୍‌-୫୭, ବାଙ୍କୀପାଲି ଛକ ଗଊଜ-୩୯, ବିଦୁରପାଲି ଛକ ଝଐ-୧୫, ଦକ୍ଷିଣୀପାଲି ଛକ ଉଲୁଣ୍ଡା ଏନ୍‌ଏଚ୍‌-୧୫, ଘାଟକେଂଟାରା ନଦୀ ପୋଲ ଏନ୍‌ଏଚ୍‌-୫୭।

ସମଗ୍ର ତଥ୍ୟ ଅନୁସାରେ ଗତବର୍ଷ (୨୦୨୪) ତୁଳନାରେ ଏବର୍ଷ (୨୦୨୫)ରେ ଦୁର୍ଘଟଣା ସଂଖ୍ୟାରେ ହ୍ରାସ ଦେଖାଯାଇଛି, ଯାହାର ମୂଳ କାରଣ ହେଉଛି ସଚେତନତା ଅଭିଯାନ, ଯାତାୟାତ ନିୟମ ପାଳନ ଓ କଡା କଡ଼ି ଭାବେ କାର୍ଯ୍ୟକାରୀ କରିବା ଯୋଗୁଁ ।

ଆଜି ପ୍ରଦୂଷଣ ସାର୍ଟିଫିକେଟ ଯାଂଚ, ଉଭୟ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥର ମରାମତି, ପାର୍କିଂ ସମସ୍ୟା, ଉପଯୁକ୍ତ ସଙ୍କେତର ବ୍ୟବହାର, ସର୍ଭିସ୍ ରୋଡ୍‌ରେ ପାର୍କିଂ, ଡାକ୍ତରଖାନା ରାସ୍ତା ଜାମ ସମସ୍ୟା, ସଡ଼କ ସୁରକ୍ଷା ନିୟମ ବିଷୟରେ ସଚେତନତା କାର୍ଯ୍ୟକ୍ରମ ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ପ୍ରଧାନ ମହୋଦୟା ଏହି ସବୁ ସମସ୍ୟାର ମୁକାବିଲା ପାଇଁ ଅଧିକ ସଂଖ୍ୟାର “ବ୍ଲାକ୍ ସ୍ପଟ୍‌”/ଦୁର୍ଘଟଣାପ୍ରବଣ ସ୍ଥାନ ଚିହ୍ନିତ କରି ସେଠାରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯିବା ପାଇଁ ଗୁରୁତ୍ୱ ଆରୋପ କରିଥିଲେ।

ରୋଡ୍ ସାଇନେଜ୍ ଲଗେଇବା, ଧୁଳି ହଟାଇବା ପାଇଁ ଫଗ୍ ସ୍ପ୍ରେ ଠିକ୍ ଭାବରେ କରିବା, ପ୍ରୟାପ୍ତ ଆଲୋକ ବ୍ୟବସ୍ଥା କରିବା, ଡାକ୍ତରଖାନା ଓ ସ୍କୁଲ ସଡ଼କରେ ସ୍ପିଡ଼ ବ୍ରେକରର ବ୍ୟବସ୍ଥା, ସଡ଼କ ସୁରକ୍ଷା ନିୟମ ଅନୁସରଣ କରିବା ପାଇଁ ଦାୟିତ୍ୱ ଗ୍ରହଣ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ।

ଏହି ବୈଠକରେ ଆସନ୍ତା ଜାନୁଆରୀରେ ପାଳିତ ହେବାକୁ ଥିବା ସଡ଼କ ସୁରକ୍ଷା ମାସ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ଆସନ୍ତା ମାସ ପ୍ରଥମ ସପ୍ତାହରେ ଏହା ଆରମ୍ଭ ହେବ ଯେଉଁଥିରେ ମାସର ପ୍ରତ୍ୟେକ ଦିନ ସଡ଼କ ଏବଂ ପରିବହନ ବିଭାଗ ପକ୍ଷରୁ ଯାନବାହାନ ଚାଳକ ଏବଂ ପଥିକମାନଙ୍କ ପାଇଁ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମରେ ସ୍କୁଲ ଏବଂ କଲେଜ ପିଲାଙ୍କୁ ନେଇ ଏକ ବିଶାଳ ରାଲିର ଆୟୋଜନ ହେବ, ପଥ ପ୍ରାନ୍ତ ନାଟକ, ରକ୍ତଦାନ ଶିବିର, ଆଖି ପରୀକ୍ଷା ଏବଂ ପ୍ରତିଦିନ କଡାକଡି ଭାବରେ ସଡ଼କ ସୁରକ୍ଷା ନିୟମ ଭଙ୍ଗ କରୁଥିବା ଲୋକଙ୍କ ଠାରୁ ଜୋରିମାନା ଆଦାୟ କରାଯିବାର କାର୍ଯ୍ୟକ୍ରମ ରହିଛି।

ଉକ୍ତ ବୈଠକରେ ସୁବର୍ଣ୍ଣପୁରର ଆଂଚଳିକ ସଡ଼କ ଓ ପରିବହନ ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକତ୍ସା ଅଧିକାରୀ, ଟ୍ରକ ଓ ବସ ଆସୋସିଏସନର ପ୍ରେସିଡେଂଟ, ଏବଂ ଗଣମାଧ୍ୟମ ପ୍ରତିଦିଧିମାନେ ଓ ଜିଲ୍ଲା ସଡ଼କ ସୁରକ୍ଷା କମିଟି ର ସଦସ୍ୟମାନେ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande