ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ସମୀକ୍ଷା ବୈଠକ
ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ସମୀକ୍ଷା ବୈଠକ ନୂଆପଡା, ୩୧ ଡ଼ିସେମ୍ବର (ହି.ସ.)- ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମୀକ୍ଷା ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି l ଏଠାରେ ପି ଏମ୍ ଶ୍ରୀ ବିଦ୍ୟାଳୟ, ମୂଖ୍ୟମନ୍ତ୍
Meeting


ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ସମୀକ୍ଷା ବୈଠକ

ନୂଆପଡା, ୩୧ ଡ଼ିସେମ୍ବର (ହି.ସ.)- ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମୀକ୍ଷା ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି l ଏଠାରେ ପି ଏମ୍ ଶ୍ରୀ ବିଦ୍ୟାଳୟ, ମୂଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଆଦି କାର୍ଯ୍ୟକ୍ରମର ସମୀକ୍ଷା ହୋଇଥିଲା। ଜିଲ୍ଲାପାଳ ସବୁ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଏସ୍ ଏସ୍ ଡି ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ଆଦିରେ ପୁରାତନ ଛାତ୍ରଙ୍କ ମିଳନ, ଯୋଗଦାନ ଓ ବିଦ୍ୟାଳୟର ଉନ୍ନତି ପାଇଁ ଅର୍ଥ ସଂଗ୍ରହ ଉପରେ ଗୁରୁତ୍ଵ ଦେଇଥିଲେ । ଏହା ସହିତ ସମସ୍ତ ସି ଆର୍ ସି ସି ମାନଙ୍କୁ ଶ୍ରେଣୀରେ ପାଠ ପଢ଼େଇବାକୁ ଆହ୍ୱାନ ଦେଇଥିଲେ। ଜିଲ୍ଲାର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସମର୍ପିତ ଭାବରେ ଶିକ୍ଷାଦାନ କରି ଜିଲ୍ଲାକୁ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ଜିଲ୍ଲା ଭାବରେ ଗଢ଼ି ତୋଳିବା ପାଇଁ ଜିଲ୍ଲାପାଳ ଆହ୍ବାନ ଦେଇଥିଲେ l ଏହି ସଭାରେ ଜିଲ୍ଲା ଶିକ୍ଷାଧିକାରୀ ଡକ୍ଟର ପ୍ରଶାନ୍ତ କୁମାର ମହାନ୍ତି, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ରେଶମଲାଲ ନାୟକ,ସମସ୍ତ ବ୍ଲକ୍ ଶିକ୍ଷାଧିକାରୀ, ଅତିରିକ୍ତ ବ୍ଲକ୍ ଶିକ୍ଷାଧିକାରୀ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande