ଟି ସେତୁରେ ୪ ଦିନ ଯାନଚଳାଚଳ ନିଷେଧ
ଭୁବନେଶ୍ୱର, 31 ଡିସେମ୍ବର (ହି.ସ.) ବଡ଼ମ୍ବା ସିଂହନାଥ ପୀଠରେ ଆୟୋଜିତ ପ୍ରସିଦ୍ଧ ମକର ମେଳାକୁ ଦୃଷ୍ଟିରେ ରଖି ଟି–ସେତୁରେ ୪ ଦିନ ପାଇଁ ଯାନଚଳାଚଳ ଉପରେ ନିଷେଧ ଲାଗୁ କରାଯାଇଛି। ପ୍ରବଳ ଭିଡ଼ ଏବଂ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ମୁଖ୍ୟ ଧ୍ୟାନରେ ରଖି ବଡ଼ମ୍ବା ପ୍ରଶାସନ ଏହି ନିଷ୍ପତି ନେଇଛନ୍ତି । ମି
ଟି ସେତୁରେ ୪ ଦିନ ଯାନଚଳାଚଳ ନିଷେଧ


ଭୁବନେଶ୍ୱର, 31 ଡିସେମ୍ବର (ହି.ସ.) ବଡ଼ମ୍ବା ସିଂହନାଥ ପୀଠରେ ଆୟୋଜିତ ପ୍ରସିଦ୍ଧ ମକର ମେଳାକୁ ଦୃଷ୍ଟିରେ ରଖି ଟି–ସେତୁରେ ୪ ଦିନ ପାଇଁ ଯାନଚଳାଚଳ ଉପରେ ନିଷେଧ ଲାଗୁ କରାଯାଇଛି। ପ୍ରବଳ ଭିଡ଼ ଏବଂ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ମୁଖ୍ୟ ଧ୍ୟାନରେ ରଖି ବଡ଼ମ୍ବା ପ୍ରଶାସନ ଏହି ନିଷ୍ପତି ନେଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଜାନୁଆରୀ ୧୪ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଟି–ସେତୁ ଉପରେ ସମସ୍ତ ପ୍ରକାର ଯାନଚଳାଚଳ ବନ୍ଦ ରହିବ।

ମକର ମେଳା ସମୟରେ ଭକ୍ତମାନଙ୍କର ଭାରି ସମାଗମ ହେବାର ସମ୍ଭାବନା ଥିବାରୁ ଯାନଚଳାଚଳ ନିୟନ୍ତ୍ରଣ ମାଧ୍ୟମରେ ଦୁର୍ଘଟଣା ରୋକିବା ଏବଂ ସୁଚାରୁ ପରିଚାଳନା ନିଶ୍ଚିତ କରିବାକୁ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରଶାସନ ପକ୍ଷରୁ ସାଧାରଣ ଲୋକଙ୍କୁ ବିକଳ୍ପ ରାସ୍ତା ବ୍ୟବହାର କରିବା ଓ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande