ନିର୍ବାଚନ ଆୟୋଗଙ୍କୁ ସାକ୍ଷାତ କଲେ ତୃଣମୂଳ ପ୍ରତିନିଧିମଣ୍ଡଳ
ନୂଆଦିଲ୍ଲୀ, ୩୧ ଡିସେମ୍ବର(ହି.ସ.) – ତୃଣମୂଳ କଂଗ୍ରେସର ପ୍ରତିନିଧିମଣ୍ଡଳ ମତଦାତା ସୂଚୀକୁ ଅପଡେଟ୍ କରିବା ସହିତ ଯୋଡ଼ିଥିବା ସମସ୍ୟା ଉପରେ ରାଷ୍ଟ୍ରୀୟ ମହାସଚିବ ଅଭିଷେକ ବାନାର୍ଜୀଙ୍କ ନେତୃତ୍ୱରେ ବୁଧବାର ଦିନ ଏଠାରେ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ସହିତ ସାକ୍ଷାତ କରିଛନ୍ତି। ଏଥିରେ ପାର୍ଟି ଆଠରୁ ଦଶ
ନିର୍ବାଚନ ଆୟୋଗଙ୍କୁ ସାକ୍ଷାତ କଲେ ତୃଣମୂଳ ପ୍ରତିନିଧିମଣ୍ଡଳ


ନୂଆଦିଲ୍ଲୀ, ୩୧ ଡିସେମ୍ବର(ହି.ସ.) – ତୃଣମୂଳ କଂଗ୍ରେସର ପ୍ରତିନିଧିମଣ୍ଡଳ ମତଦାତା ସୂଚୀକୁ ଅପଡେଟ୍ କରିବା ସହିତ ଯୋଡ଼ିଥିବା ସମସ୍ୟା ଉପରେ ରାଷ୍ଟ୍ରୀୟ ମହାସଚିବ ଅଭିଷେକ ବାନାର୍ଜୀଙ୍କ ନେତୃତ୍ୱରେ ବୁଧବାର ଦିନ ଏଠାରେ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ସହିତ ସାକ୍ଷାତ କରିଛନ୍ତି। ଏଥିରେ ପାର୍ଟି ଆଠରୁ ଦଶ ବିଷୟ ଉଠାଇଛନ୍ତି।

ସାକ୍ଷାତ ପରେ ପାର୍ଟି ମହାସଚିବ ବାନାର୍ଜୀ କହିଛନ୍ତି ଯେ ଦୁଇରୁ ତିନି ବିଷୟକୁ ଛାଡ଼ି ଆମେ କୌଣସି ବିଷୟ ଉପରେ ଜବାବ ମିଳିନାହିଁ ଏବଂ ଆୟୋଗ ପକ୍ଷରୁ ସମସ୍ତ ବିଷୟକୁ ନାଗରିକତା ପର୍ଯ୍ୟନ୍ତ ନିଆଯାଇଛି। ଅନ୍ୟପକ୍ଷରେ ନିର୍ବାଚନ ଆୟୋଗ ତୃଣମୂଳ କଂଗ୍ରେସକୁ ନିର୍ବାଚନ ପ୍ରତିିନିଧିଙ୍କୁ ଧମକାଇବା ବିଷୟ ରଖାଯାଇଛି ଏବଂ ଉଲ୍ଲଂଘନ ଉପରେ ଶକ୍ତ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି।

ବୈଠକ ଦ୍ୱିପହର ୧୨ଟାରେ ଆରମ୍ଭ ହୋଇଛି ଏବଂ ପ୍ରାୟ ଅଢ଼େଇ ଘଂଟା ପର୍ଯ୍ୟନ୍ତ ଚାଲିଥିଲା। ଗତ ମାସ ୨୮ ନଭେମ୍ବରକୁ ମଧ୍ୟ ପାର୍ଟିର ୧୦ ସଦସ୍ୟିୟ ପ୍ରତିନିଧିମଣ୍ଡଳ ନିର୍ବାଚନ ଆୟୋଗଙ୍କୁ ସାକ୍ଷାତ କରିଥିଲେ। ନିର୍ବାଚନ ଆୟୋଗଙ୍କ ସୂତ୍ର ଅନୁଯାୟୀ ପ୍ରତିନିଧିମଣ୍ଡଳକୁ କୁହାଯାଇଛି ଯେ ପାର୍ଟି ସୁନିଶ୍ଚିତ କରନ୍ତୁ ଯେ ତାଙ୍କର ରାଜନୀତିକ ପ୍ରତିନିଧି ନିର୍ବାଚନ ଡ୍ୟୁଟିରେ ଥିବା କୌଣସି କର୍ମଚାରୀଙ୍କ ଧମକାଇବାରେ ସାମିଲ ନହୁଅନ୍ତୁ। ଆଇନ୍‌କୁ ନିଜ ହାତକରେ ନେବାକୁ ଚେଷ୍ଟା କରୁଥିବା କୌଣସି ତତ୍ୱ ବିରୁଦ୍ଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ କରାଯିବ। ରାଜନୀତିକ ପ୍ରତିନିଧିମାନେ ବା କାର୍ଯ୍ୟକର୍ତାଙ୍କ ବିଏଲ୍‌ଓ, ଇଆର୍‌ଓ, ଏଇଆର୍‌ଓ, ଅବ୍‌ଜବର ଆଦି ସହିତ କୌଣସି ନିର୍ବାଚନ କର୍ମଚାରୀଙ୍କୁ ଧମକାଇବାକୁ ବରଦାସ୍ତ କରାଯିବ ନାହିଁ।

ଆୟୋଗ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ମଞ୍ଜୁର କରାଯାଇଥିବା ବୃଦ୍ଧ ହୋଇଥିବା ମାନଦେୟ ସମସ୍ତ ବିଏଲ୍‌ଓଙ୍କୁ ତୁରନ୍ତ ଜାରି କରିବାକୁ କହିଛନ୍ତି। ପ୍ରତିନିଧିମଣ୍ଡଳକୁ ଏହା ମଧ୍ୟ କୁହାଯାଇଛି ମତଦାତାଙ୍କ ସୁବିଧା ପାଇଁ ହାଇରାଇଜ ବିଲ୍ଡିଂ, ଗେଟେଡ କମ୍ୟୁନିଟିରେ ପୋଲିଂ ଷ୍ଟେସନ କରାଯିବ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande