ମାଆ ଖାଲିଦା ଜିୟାଙ୍କୁ ଶ୍ରଦ୍ଧାଂଜଳି ଦେଲେ ତାରିକ ରହମାନ
ଢାକା, 31 ଡିସେମ୍ବର (ହି.ସ.)- ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି)ର କାର୍ଯ୍ୟବାହକ ଅଧ୍ୟକ୍ଷ ତାରିକ୍ ରହମାନ୍ ନିଜ ମାଆ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ଦେହାନ୍ତରେ ତାଙ୍କୁ ଭାବପ୍ରବଣ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ତାରିକ୍ ତାଙ୍କୁ ଏକ ପ୍ରଭାବଶାଳୀ ଜାତୀୟ
ଖାଲିଦା ଜିୟା


ଢାକା, 31 ଡିସେମ୍ବର (ହି.ସ.)- ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି)ର କାର୍ଯ୍ୟବାହକ ଅଧ୍ୟକ୍ଷ ତାରିକ୍

ରହମାନ୍ ନିଜ ମାଆ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ଦେହାନ୍ତରେ ତାଙ୍କୁ ଭାବପ୍ରବଣ

ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ତାରିକ୍ ତାଙ୍କୁ ଏକ ପ୍ରଭାବଶାଳୀ ଜାତୀୟ ନେତ୍ରୀ ଏବଂ ସ୍ନେହମୟୀ

ମାଆ ଭାବେ ସ୍ମରଣ କରିଛନ୍ତି। ବିଏନପି ଅଧ୍ୟକ୍ଷ ଖାଲିଦା ଜିଆଙ୍କ ଗତକାଲି ସକାଳେ ଢାକାର

ଏଭରକେୟାର୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ଘଟିଥିଲା। ଆଜି ତାଙ୍କୁ ସମାଧିସ୍ଥ

କରାଯିବ।

‘ଦ ଡେଲି ଷ୍ଟାର୍’ର ରିପୋର୍ଟ ଅନୁଯାୟୀ,

ତାରିକ୍

ଫେସବୁକ୍ ପୋଷ୍ଟରେ କହିଛନ୍ତି ଯେ ଖାଲିଦା ଜିଆଙ୍କ ସାର୍ବଜନୀନ ଜୀବନ ତ୍ୟାଗ ଓ ସଂଘର୍ଷରେ

ପରିପୂର୍ଣ୍ଣ ଥିଲା। ସେ ଘର ଓ ପରିବାରର ସବୁଠୁ ସତ୍ୟ ସଂରକ୍ଷକା ଥିଲେ। ସେ ଲେଖିଛନ୍ତି,

“ତାଙ୍କର

ଅସୀମ ପ୍ରେମ ଆମକୁ ଆମ ସବୁଠୁ କଠିନ ସମୟରେ ଶକ୍ତି ଦେଇଥିଲା।”

ଖାଲିଦାଙ୍କ

ବଡ଼ ପୁଅ ତାରିକ୍ କହିଛନ୍ତି, “ଅନେକଙ୍କ ପାଇଁ ସେ ଦେଶର ନେତ୍ରୀ,

କେବେ ବୁଝାମଣା

କରୁନଥିବା ନେତ୍ରୀ, ଗଣତନ୍ତ୍ରର ଜନନୀ, ବାଂଲାଦେଶର ମାଆ ଥିଲେ।”

ସେ କହିଛନ୍ତି ଯେ ଦେଶ ତାଙ୍କ ଅଭାବକୁ ଗଭୀର ଭାବେ ଅନୁଭବ କରିବ। ରାଜନୈତିକ ସଂଘର୍ଷର

ଦିନଗୁଡ଼ିକୁ ସ୍ମରଣ କରି ତାରିକ୍ କହିଛନ୍ତି ଯେ ତାଙ୍କ ମାଆଙ୍କୁ ଅନେକଥର ଗିରଫ କରାଯାଇଥିଲା।

ତାଙ୍କୁ ଚିକିତ୍ସା ସୁବିଧାରୁ ବଞ୍ଚିତ ରଖାଯାଇଥିଲା। ମାଆ ସେସବୁ ସହିଥିଲେ। ଯନ୍ତ୍ରଣା,

କାରାବାସ

ଓ ଅନିଶ୍ଚିତତା ସତ୍ତ୍ୱେ ମଧ୍ୟ,ମାଆ ସାହସ ଓ କରୁଣା ସହିତ ନିଜ ପରିବାରକୁ ସୁରକ୍ଷା କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande