ବିନା କାରଣରେ ଯୁବକକୁ ଆକ୍ରମଣ
ଜୟପୁର, ୩୧ ଡିସେମ୍ବର (ହି.ସ.) - ଜୟପୁର ପ୍ରସାଦରାଓ ପେଟା ୪ର୍ଥ ଲାଇନର ଏମ ରମେଶକୁ ସେହି ସାହିର ସନ୍ତୋଷ ସାହୁ ନାମକ ଜଣେ ଯୁବକ ଆକ୍ରମଣ କରିଥିବା ନେଇ ଟାଉନଥାନାରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଏମ ରମେଶଙ୍କ ପୁଅକୁ ସେହି ସାହିର ଅନ୍ୟଜଣେ ଯୁବକ ମାଡ ମାରୁଥିବା ଦେଖିବା ପରେ ସ
ବିନା କାରଣରେ ଯୁବକକୁ ଆକ୍ରମଣ


ଜୟପୁର, ୩୧ ଡିସେମ୍ବର (ହି.ସ.) - ଜୟପୁର ପ୍ରସାଦରାଓ ପେଟା ୪ର୍ଥ ଲାଇନର ଏମ ରମେଶକୁ ସେହି ସାହିର ସନ୍ତୋଷ ସାହୁ ନାମକ ଜଣେ ଯୁବକ ଆକ୍ରମଣ କରିଥିବା ନେଇ ଟାଉନଥାନାରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଏମ ରମେଶଙ୍କ ପୁଅକୁ ସେହି ସାହିର ଅନ୍ୟଜଣେ ଯୁବକ ମାଡ ମାରୁଥିବା ଦେଖିବା ପରେ ସନ୍ତୋଷ ହଠାତ ଆସି ଏମ ରମେଶକୁ ଆକ୍ରମଣ କରିଥିଲେ। ଯାହା ଫଳରେ ଏମ ରମେଶ ରକ୍ତାକ୍ତ ହୋଇଯାଇଥିଲେ। ବିନା କାରଣରେ ଆକ୍ରମଣ କରିଥିବା ନେଇ ରମେଶ ଟାଉନଥାନାରେ ଅଭିଯୋଗ ଦେବା ପରେ ଟାଉନପୁଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande