ତୃଷ୍ଣାମୟୀ ମେହେରଙ୍କୁ 'ଶ୍ରୀମତୀ ସମ୍ବଲପୁର' ଟାଇଟଲ
ସମ୍ବଲପୁର, ୩୧, ଡିସେମ୍ବର (ହି.ସ.) - ସ୍ଥାନୀୟ ତପସ୍ୱିନୀ ପ୍ରେକ୍ଷାଳୟ ଠାରେ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ‘ଶ୍ରୀମତୀ ସମ୍ବଲପୁର’ ପ୍ରତିଯୋଗିତାର ଉଦ୍‌ଯାପିତ ହୋଇଯାଇଛି। ଚଳିତ ବର୍ଷ ତୃଷ୍ଣାମୟୀ ମେହେର ‘ଶ୍ରୀମତୀ ସମ୍ବଲପୁର’ ମକୁଟ ପିନ୍ଧିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସେ ପର
ତୃଷ୍ଣାମୟୀ ମେହେରଙ୍କୁ 'ଶ୍ରୀମତୀ ସମ୍ବଲପୁର' ଟାଇଟଲ


ତୃଷ୍ଣାମୟୀ ମେହେରଙ୍କୁ 'ଶ୍ରୀମତୀ ସମ୍ବଲପୁର' ଟାଇଟଲ


ସମ୍ବଲପୁର, ୩୧, ଡିସେମ୍ବର (ହି.ସ.) - ସ୍ଥାନୀୟ ତପସ୍ୱିନୀ ପ୍ରେକ୍ଷାଳୟ ଠାରେ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ‘ଶ୍ରୀମତୀ ସମ୍ବଲପୁର’ ପ୍ରତିଯୋଗିତାର ଉଦ୍‌ଯାପିତ ହୋଇଯାଇଛି। ଚଳିତ ବର୍ଷ ତୃଷ୍ଣାମୟୀ ମେହେର ‘ଶ୍ରୀମତୀ ସମ୍ବଲପୁର’ ମକୁଟ ପିନ୍ଧିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସେ ପରିପାଟୀ ଓ କ୍ୟାଟ ୱାକ ରେ ମଧ୍ୟ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିଲେ । ଏହି ପ୍ରତିଯୋଗିତାରେ ଇଲା ପଟ୍ଟନାୟକ ଦ୍ୱିତୀୟ ଏବଂ ପୂଜା ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିଭଳି ବୁଦ୍ଧିମତୀ ପାଇଁ ଲୋପାମୁଦ୍ରା ସାହୁ,ପ୍ରତିଭା ପ୍ରଦର୍ଶନ ରେ ପୂଜା ମିଶ୍ର ଓ ହୀରାମଣୀ ସାହୁ,ବ୍ୟକ୍ତିତ୍ୱ ରେ ଇଲା ପଟ୍ଟନାୟକ,ପରିପାଟୀ ଓ କ୍ୟାଟ୍ ୱାକ ରେ ତ୍ରୁଷ୍ଣାମୟୀ ମେହେର,ଫିଟ୍‌ନେସ୍ ଓ ଷ୍ଟାଇଲ୍ ରେ ରଶ୍ମି କୁମ୍ଭାର ପରିବାର ଗଠନରେ କବିତା ଓରାମ୍ ଏବଂ ଦର୍ଶକ ଙ୍କ ବିଚାରରେ ମୀନତି ମନସ୍ୱିନୀ ଶ୍ରେଷ୍ଠ ପୁରସ୍କାର ହାସଲ କରିଥିଲେ। ବିଚାରକ ମଣ୍ଡଳୀରେ ଡ଼ା. ହର ପ୍ରସନ୍ନ ତ୍ରିପାଠୀ, ଡ. ଦେବସ୍ମିତା ମିଶ୍ର, ଡ. ମୂରଲୀଧର ଶର୍ମା, ଆଶା ଶର୍ମା, ରେସ୍ମା ଶ୍ରୀକୁମାର, ଶିଶିର୍ କର, ବୃନ୍ଦାବନ ମହାରଣା ଓ ସମିତ କର ସାମିଲ ଥିଲେ। ବୀଣାପାଣି କଳା ବିକାଶ କେନ୍ଦ୍ରର ଅଧ୍ୟକ୍ଷା ସୁପ୍ରଭା ସାହାଣୀ ଓ ସଭାପତି ସୁରେଶ ଛନ୍ଦଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଶ୍ରୀମତୀ ସମ୍ବଲପୁର ପ୍ରକଳ୍ପ ର ମୁଖ୍ୟ ସୂର୍ଯ୍ୟ ପ୍ରକାଶ ଗୁରୁଙ୍କ ତତ୍ୱାବଧାନରେ ସମ୍ପାଦକ ଇଂ ଚମନ ବିଶ୍ୱକର୍ମା, ମାନସ ରଞ୍ଜନ ଷଡ଼ଙ୍ଗୀ ଓ ଅନ୍ୟ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ କରିଥିଲେ। କୋଷାଧ୍ୟକ୍ଷା ପ୍ରିୟଙ୍କା ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande