ଉତ୍କଳ ସମ୍ମିଳନୀର ଜିଲ୍ଲାସ୍ତରୀୟ ପ୍ରତିଷ୍ଠା ଦିବସ ପାଳିତ
ଜୟପୁର, ୩୧ ଡିସେମ୍ବର (ହି.ସ.) - ଜୟପୁର ଯାଦବ ଭବନ ଠାରେ ଉତ୍କଳ ସମ୍ମିଳନୀର ୧୨୨ ତମ ପ୍ରତିଷ୍ଠା ଦିବସ ସଭାପତି ମଦନ ମୋହନ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ପୂର୍ବ ପୌର ଉପାଧ୍ୟକ୍ଷ ସୂର୍ଯ୍ୟନାରାୟଣ ରଥ ମୁଖ୍ୟ ବକ୍ତା ହରିହର କରସୁଧା ପଟ୍ଟନାୟକ ଏବଂ ସମ୍ମାନୀତ
ଉତ୍କଳ ସମ୍ମିଳନୀର ଜିଲ୍ଲାସ୍ତରୀୟ ପ୍ରତିଷ୍ଠା ଦିବସ ପାଳିତ.


ଜୟପୁର, ୩୧ ଡିସେମ୍ବର (ହି.ସ.) - ଜୟପୁର ଯାଦବ ଭବନ ଠାରେ ଉତ୍କଳ ସମ୍ମିଳନୀର ୧୨୨ ତମ ପ୍ରତିଷ୍ଠା ଦିବସ ସଭାପତି ମଦନ ମୋହନ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ପୂର୍ବ ପୌର ଉପାଧ୍ୟକ୍ଷ ସୂର୍ଯ୍ୟନାରାୟଣ ରଥ ମୁଖ୍ୟ ବକ୍ତା ହରିହର କରସୁଧା ପଟ୍ଟନାୟକ ଏବଂ ସମ୍ମାନୀତ ଅତିଥି ଭାବେ ଆଇନଜୀବୀ ବାଲା ରାୟ ମଂଚାସୀନ ଥିଲେ । ସଭାରେ ଅବିଭକ୍ତ କୋରାପୁଟର ସମସ୍ୟା ଉପରେ କେନ୍ଦ୍ର କାର୍ଯ୍ୟକର୍ତାଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । କୋଟିଆ ପୋଲାଭରମ ତଥା ଗୁଣପୁର ସମସ୍ୟା ଉପରେ ବକ୍ତବ୍ୟ ପ୍ରଦାନ କରିବା ସହ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଉପସଭାପତି ଶ୍ରୀ ରାଜେନ୍ଦ୍ର ଗୌଡ ଅତିଶୀଘ୍ର କାର୍ଯ୍ୟକାରିଣୀ ଡାକି ସମଗ୍ର ଜିଲ୍ଲାରେ ଏ ସବୁ ସମସ୍ୟା ଉପରେ ଲୋକ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ ।

କାର୍ଯ୍ୟକ୍ରମ ବିଷୟରେ ସଂପାଦକ ଶ୍ରୀ ନବୀନ ମାଦଳା କହିଥିବାବେଳେ ସଂଗଠନ ସମ୍ପାଦ ଶ୍ରୀ ପରମେଶ୍ୱର ପାତ୍ର ମନ୍ଚ ପରିଚାଳନା କରିଥିଲେ । ସଭାରେ ଚନ୍ଦ୍ରମଣି ବାରିକ, ଚନ୍ଦ୍ରକାନ୍ତ ସୂତାର, ଶ୍ରୀ ରାମ ନାୟକ ପ୍ରଭୂତି ବହୁ ବୁଦ୍ଧିଜୀବୀ ଅଂଶଗ୍ରହଣ କରିଥିଲେ । ଶେଷରେ କୁନାଳ ନାୟକ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande