
କେନ୍ଦ୍ରାପଡ଼ା, ୩୧ ଡିସେମ୍ବର(ହି.ସ.) – ଗତ ଡିସେମ୍ବର ୨୪ ତାରିଖ ଦିନ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟଇ ରାଜ୍ୟ ସରକାର ସମଗ୍ର ରାଜ୍ୟରେ ସର୍ବ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲାପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ସହିତ ବଡ଼ ପଦକ୍ଷେପ ମଧ୍ୟ ଗ୍ରହଣ କରିଛନ୍ତି। ନୂଆ ବର୍ଷରେ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ଆଇନଜୀବୀ ଭାଇ ବା ବନ୍ଧୁମାନଙ୍କ ପାଇଁ ଏକ ନୂଆଭେଟି ମଧ୍ୟ ରାଜ୍ୟ ସରକାର ଦେଇଥିବା ଦେଖିବାକୁ ମିଳିଛି। ଜିଲ୍ଲାରେ ପାଖାପାଖି ୩୭ ଜଣ ନବନିଯୁକ୍ତ ସରକାରୀ ଓକିଲ ନିଯୁକ୍ତି ପ୍ରଦାନ ପାଇଁ ନିର୍ଦ୍ଦେଶନାମ ଜାରି କରିଛନ୍ତିକ୍ଷ ଓକିଲ ଚୟନ ପ୍ରକ୍ରିୟା କ୍ଷେତ୍ରରେ ଏକ ବଡ଼ ଧରଣାର ପରିବର୍ତନ ଆଣିବା ସହିତ ଲୋକ ମାନଙ୍କୁ କିପରି ସ୍ୱଛ, ନିର୍ମଳ ଆଇନ ସେବା ଯୋଗାଇ ଦିଆଯାଇ ପାରିବ ସେଥିପ୍ରତି ଦୃଷ୍ଟିଦେବା ସଂଗେ ସଂଗେ ଏଲ.ଆର.ଏନ. ୧୦/୨୦୨୩ ଚିଠି ସଂଖ୍ୟା-୨୧୪୪୯/ଏଲ ଏବଂ ୨୪ ଓ ୨୫ରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ନବନିଯୁକ୍ତ ସରକାରୀ ଓକିଲ ମାନଙ୍କ କାର୍ଯ୍ୟରେ ଯୋଗଦେବା ପାଇଁ ବିଜ୍ଞପ୍ତି ଜାରି କରାଯାଇଥିବାବେଳେ ନବନିଯୁକ୍ତ ସରକାରୀ ଓକିଲ ହେଲେ ବୈଦନାଥ ଚଟପୋଦ୍ଧକ୍ଷୟ, ଦୁର୍ଯ୍ୟେୃଧନ ସାହୁ, ଆଶିଷ ସାମଲ, ସୁନାକର ପ୍ରଧାନ, ସମର କେଶରୀ ମହାପାତ୍ର, ସୁବ୍ରତ ପଟ୍ଟନାୟକ, ସରୋଜିନୀ ସାହୁ, ନେହୁର କୁମାର ସାହୁ, ପ୍ରଭାତ ରଞ୍ଜନ ଦାସ, ସାରଦା ପ୍ରସନ୍ନ ନାୟକ, ମନୋରଞ୍ଜନ ଭୂୟାଁ,ବିଭୁତି ଭୂଷଣ କର, ବିଜୟ କୁମାର ମହାନ୍ତି, ଶାନ୍ତି ସ୍ୱରୂପ ଭୂୟାଁ, କାର୍ତିକ ଚନ୍ଦ୍ର ତ୍ରିପାଠୀ, ଗଗନ ବିହାରୀ ରାଉତ, ସୁଧୀର କୁମାର ପରିଡା, ପ୍ରକାଶ ପ୍ରଧାନ, ଶ୍ରୀନାଥ ବେହୁରା, ସଂଘମିତ୍ରା ମଲ୍ଲିକ, ପ୍ରଶାନ୍ତ ଜେନା, ପ୍ରମୋଦ କୁମାର ସାହୁ, ସୁରେଶ କୁମାର ନରେନ୍ଦ୍ର, ଭବାନୀ ଶଙ୍କର ପଣ୍ଡା, ସୁଶାନ୍ତ ସାମଲ, ପ୍ରଣତି ଦାସ, ଧୀରେନ୍ଦ୍ର ନାଥ ସାହୁ, ଚିତରଞ୍ଜନ ଦାସ, ଲକ୍ଷ୍ମଣ ରାଉତ, ପ୍ରଦୀପ କୁମାର ରାୟ, ପ୍ରମୋଦ କୁମାର ରାୟ, ଦେବଦତ ଦାସ, ଅକ୍ଷୟ ସ୍ୱାଇଁ, ଅସିତ ମହାପାତ୍ର, ଜ୍ଞାନ ରଞ୍ଜନ ପ୍ରଧାନ, ବିନୋଦ ବେହେରା, ଶିଶିର କୁମାର ମଲ୍ଲିକ, ତ୍ରୈଲୋକ୍ୟନାଥ ସ୍ୱାଇଁ, ଗଣେଷ ଚନ୍ଦ୍ର ସେଠୀ, ଦୀପକ କୁମାର ପାଣି, ପବିତ୍ର କୁମାର ପରିଡା, ଜଗନ୍ନାଥ ବାରିକ, ରଞ୍ଜନ ପାତ୍ର ଓ ଅଶୋକ ସାମଲ ପ୍ରମୁଖଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ରବି