ନୂଆବର୍ଷ ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ
ପୁରୀ,31 ଡିସେମ୍ବର (ହି.ସ.) -ବୁଧବାର ରାତି ୧୨ଟା ପରେ ୨୦୨୫ ବିଦାୟ ନେଇ ୨୦୨୬କୁ ସ୍ବାଗତ କରିବେ ଭକ୍ତ ଓ ଶ୍ରଦ୍ଧାଳୁ । ରାଜ୍ଯ ସରକାର, ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ଯାପକ ବ୍ଯବସ୍ଥା
ନୂଆବର୍ଷ ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ କାଳିଆ ଦର୍ଶନ ପାଇଁ ବ୍ଯାକୁଳ ଭକ୍ତ


ପୁରୀ,31 ଡିସେମ୍ବର (ହି.ସ.) -ବୁଧବାର ରାତି ୧୨ଟା ପରେ ୨୦୨୫ ବିଦାୟ ନେଇ ୨୦୨୬କୁ ସ୍ବାଗତ କରିବେ ଭକ୍ତ ଓ ଶ୍ରଦ୍ଧାଳୁ । ରାଜ୍ଯ ସରକାର, ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ଯାପକ ବ୍ଯବସ୍ଥା କରାଯାଇଛି । ବଗଲା ଧର୍ମଶାଳା ଠାରୁ ସିଂହଦ୍ଵାର ପର୍ଯ୍ୟନ୍ତ ବ୍ଯାରିକେଡ କରାଯାଇ ଖରାବର୍ଷା ପାଇଁ ଗେରୁଆ ରଙ୍ଗରେ କନା ଲଗାଯାଇଇଛି । ବ୍ଯାରିକେଡ ଯିବା ସମୟରେ ଭକ୍ତଙ୍କୁ ପାନୀୟଜଳ ଯୋଗାଣ ବ୍ଯବସ୍ଥା କରାଯାଇଛି । ନୂଆବର୍ଷ ପାଇଁ ହୋଟେଲ, ଲଜିଂ, ଧର୍ମଶାଳା ଓ ବାସଗୃହକୁ କରିଥିବା ଲଜିଂ ସବୁ ବୁକିଂ ଶେଷ ହୋଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ୬୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଟ୍ରାଫିକ କଣ୍ଟ୍ରୋଲ ପାଇଁ ସ୍ବତନ୍ତ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ସେହିପରି ସମୁଦ୍ରକୂଳରେ ପର୍ଯ୍ୟଟକଙ୍କ ଗହଳି ଦେଖିବାକୁ ମିଳିଛି । ଦିଗବାରେଣୀ ଛକ ଠାରୁ ଲାଇଟହାଉସ ପର୍ଯ୍ୟନ୍ତ ନୋ ପାର୍କିଙ୍ଗ ଜୋନ ଘୋଷଣା କରାଯାଇଛି । ଅଧିକ ଲାଇଫଗାର୍ଡ ସମୁଦ୍ରକୂଳେ ନିୟୋଜିତ ହୋଇଛନ୍ତି । ପର୍ଯ୍ୟଟକଙ୍କ ସମୁଦ୍ର ସ୍ନାନ ସମୟରେ ଲାଇଫଗାର୍ଡ ମାନେ ନଜର ରଖିବେ । ହୋଟେଲ ଗୁଡିକ ଆଲୋକ ମାଳାରେ ସଜ୍ଜିତ ହୋଇଛି । ସମୁଦ୍ରକୂଳ ଆଲୋକରେ ଆଲୋକିତ ହୋଇଯାଇଛି । ଜିରୋ ନାଇଟ ସେଲିବ୍ରେସନ ଧୁମଧାମରେ ପାଳିତ ହେଉଛି । ଶ୍ରୀମନ୍ଦିର ଚାରିଦ୍ଵାର ମୁଖଶାଳାରେ ଫୁଲରେ ସଜ୍ଜିତ କରାଯାଇଛି । ସହରର ଚାରିପଟୁ ପୋଲିସ ସୁରକ୍ଷା ବ୍ଯବସ୍ଥା କଡାକଡି କରାଯାଇଛି । ମେଡିକାଲ ଛକ ଠାରୁ ସିଂହଦ୍ଵାର ପର୍ଯ୍ୟନ୍ତ ନୋ ଭେଇକିଲ ଜୋନ କରାଯାଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ଯବସ୍ଥା କରାଯାଇଛି । ଏସପି ପ୍ରତୀକ ସିଂହ ସମସ୍ତ ବ୍ଯବସ୍ଥାକୁ ତଦାରଖ କରୁଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande