
ଜୟପୁର, 31 ଡିସେମ୍ବର (ହି.ସ.) -କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଦଣ୍ଡାବାଡ଼ି ପଞ୍ଚାୟତ ବାସି ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି l କାରଣ ଦଣ୍ଡାବାଡି ପଂଚାୟରେ ପାଞ୍ଚଟି ଗାଁ କୁ ପକ୍କା ରାସ୍ତା ନାହିଁ, କେବଳ ଫଳକ ମାରି ଚୁପ ବସିଛି ପ୍ରଶାସନ l ଅଧପାନ୍ତିରିଆ ରାସ୍ତା କୁ ନେଇ ହନ୍ତସନ୍ତ ପଂଚାୟତ ବାସି l ଏଥିଲାଗି ରାସ୍ତା ନିର୍ମାଣ ଶେଷ ହେଲେ ଭୋଟ ଦେବେ ନଚେତ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ପଂଚାୟତର ସରପଞ୍ଚ ଚେଣ୍ଡିଆ ଖିଲ ସମତ ଗ୍ରାମବାସି l ପଂଚାୟତ ମୁଖ୍ୟଳୟ କୁ ଲୋକେ ସୁବିଧା ଯାତାୟାତ କରିବେ ଏଥିଲାଗି ଦଣ୍ଡାବାଡି ସଦର ମହକୁମା ସହ ପାଞ୍ଚ ଟି ଗାଁ କୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସଂଯୋଗ ପାଇଁ ରାସ୍ତା କାମ ଆରମ୍ବ ହୋଇଛି l କଲିଆଝଲି ଠାରୁ ମରିଚଅଟାଲ, ସଲପଦର ଠାରୁ ତଟାପାଣି, ଅଣ୍ଡରିଯୋଡି ଠାରୁ ସାପଗନ୍ଦା, ଦଣ୍ଡାବାଡି ଠାରୁ ଜଙ୍ଗଲଜଡି ଓ କାଲିଆଅଟାଲ ଠାରୁ କୁଆଗନ୍ଦଲି, l ଏହି ଗାଁ ଗୁଡିକରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତା ନିର୍ମାଣ ପାଇଁ ଗାଁ ମୁଣ୍ଡରେ ଫଳକ ମରାଯାଇଛି l କିନ୍ତୁ କାମ ସରିବାରେ ନା ନେଉନି l କାଲିଆଝୋଲି ରାସ୍ତା ରେ ଆଜି ପର୍ଯ୍ୟନ୍ତ ପିଚୁ ଢୋଳା ଗଲା ନାହଁ ସେପଟେ ଅନ୍ୟ ଚାରୋଟି ଗାଁ ରାସ୍ତା ରେ ପିଚୁରାସ୍ତା ପାଲିଟିଛି ମାଟିରାସ୍ତା l ଅର୍ଦ୍ଧ ନିର୍ମିତ ରାସ୍ତା କୁ ନେଇ ହନ୍ତସନ୍ତ ପଂଚାୟତ ବାସି l ଜରୁରୀ କାଳୀନ ପରିସ୍ଥିତିରେ ଗାଁ କୁ ଆମ୍ବୁଲାନ୍ସ ଆସିପାରୁନାହିଁ l ଗ୍ରାମର ବୃଦ୍ଧବୃଦ୍ଧାମାନେ ହଇରାଣ ହରକତ ହୋଇ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଦଣ୍ଡାବାଡି ପଞ୍ଚାୟତକୁ ଆସିଥାନ୍ତି। ପିଡ଼ିଏସ ଚାଉଳ ପାଇଁ ମଧ୍ୟ ଗ୍ରାମବାସୀ ହଇରାଣ ହରକତ ହୋଇଥାନ୍ତି। ବର୍ଷା ଦିନେ ମାନଙ୍କ ଦୁଃଖ ଦୁଇଗୁଣିତ ହୋଇଯାଏ l ବେଳେ ବେଳେ ଖରାପକୁ ରାସ୍ତା କୁ ଗାଁ ଲୋକେ ନିଜେ ଖର୍ଚ୍ଚରେ ସଜାଡୁଥିବା ବେଳେ ବର୍ଷା ଆସିଲେ ସେ ସବୁ ନଷ୍ଟ ହୋଇଯାଏ l ସ୍ଥାନୀୟ ସରପଞ୍ଚ ଚେଣ୍ଡିଆ ଖିଲ ଏବଂ ଗ୍ରାମବାସୀ ବହୁବାର ବ୍ଲକ୍ ଓ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଛନ୍ତି। ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣିରେ ଅଭିଯୋଗ କରିଛନ୍ତି କିନ୍ତୁ କୌଣସି ସଫଳ ମିଳୁ ନଥିବାରୁ ପଂଚାୟତ ବାସି ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି