ଚମୋଲି- ବିଷ୍ଣୁଗଡ ଜଳ ବିଦ୍ୟୁତ ପ୍ରକଳ୍ପରେ ଲୋକୋ ଟ୍ରେନ ଧକ୍କାରେ 60 ଆହତ
ଚମୋଲି, 31 ଡିସେମ୍ବର (ହି.ସ.)- ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ପୀପଳକୋଟିରେ ଥିବା ନିର୍ମାଣାଧୀନ ଟିଏଚଡିସି ବିଷ୍ଣୁଗଡ଼ ଜଳବିଦ୍ୟୁତ ପ୍ରକଳ୍ପର ଟିବିଏମ୍ (ଟନେଲ୍ ବୋରିଂ ମେସିନ୍) ସାଇଟରେ ମଙ୍ଗଳବାର ଶିଫ୍ଟ ପରିବର୍ତ୍ତନ ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଟନେଲ୍ ଭିତରେ ଶ୍ରମିକ
ଦୁର୍ଘଟଣା


ଚମୋଲି, 31 ଡିସେମ୍ବର (ହି.ସ.)- ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ପୀପଳକୋଟିରେ ଥିବା ନିର୍ମାଣାଧୀନ ଟିଏଚଡିସି

ବିଷ୍ଣୁଗଡ଼ ଜଳବିଦ୍ୟୁତ ପ୍ରକଳ୍ପର ଟିବିଏମ୍ (ଟନେଲ୍ ବୋରିଂ ମେସିନ୍) ସାଇଟରେ ମଙ୍ଗଳବାର ଶିଫ୍ଟ

ପରିବର୍ତ୍ତନ ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଟନେଲ୍ ଭିତରେ ଶ୍ରମିକମାନଙ୍କୁ ନେବା ଆଣିବା

ପାଇଁ ବ୍ୟବହୃତ ଦୁଇଟି ଲୋକୋ ଟ୍ରେନ୍ ପରସ୍ପରେ ଧକ୍କା ହୋଇଥିଲା,

ଯାହା

ଫଳଳରେ ୬୦ ଜଣ ଶ୍ରମିକ ଆହତ ହୋଇଛନ୍ତି।

ଦୁର୍ଘଟଣାର ସୂଚନା ମିଳିବା ମାତ୍ରେ ଚମୋଲି ଜିଲ୍ଲାପାଳ ଗୌରବ କୁମାର ଏବଂ ପୁଲିସ ଅଧୀକ୍ଷକ

ସୁରଜୀତ ସିଂହ ପଁୱାର ଜିଲ୍ଲା ହସ୍ପିଟାଲ୍ ଗୋପେଶ୍ୱରକୁ ପହଞ୍ଚିଥିଲେ। ସେମାନେ ହସ୍ପିଟାଲରେ

ଭର୍ତ୍ତି ଆହତମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଛନ୍ତି ଏବଂ ଚିକିତ୍ସକମାନଙ୍କୁ

ସମସ୍ତ ଆହତଙ୍କୁ ଉତ୍ତମ ଓ ଶୀଘ୍ର ଚିକିତ୍ସା ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଜିଲ୍ଲାପାଳ କହିଛନ୍ତି ଯେ ମିଳିଥିବା ସୂଚନା ଅନୁଯାୟୀ, ଘଟଣା ସମୟରେ ପ୍ରାୟ ୧୦୦

ଜଣ ଲୋକ ସ୍ଥଳରେ ଉପସ୍ଥିତ ଥିଲେ, ଏଥିରୁ ପ୍ରାୟ ୬୦ ଜଣ ଆହତ ହୋଇଛନ୍ତି।

ଏହାମଧ୍ୟରୁ ୪୨ ଜଣ ଆହତ ଶ୍ରମିକଙ୍କୁ ଜିଲ୍ଲା ହସ୍ପିଟାଲ୍ ଗୋପେଶ୍ୱରରେ ଏବଂ ୧୭ ଜଣ ଆହତ

ଶ୍ରମିକଙ୍କୁ ପୀପଳକୋଟିର ସ୍ୱାମୀ ବିବେକାନନ୍ଦ ହସ୍ପିଟାଲରେ ଚିକିତ୍ସା ଦିଆଯାଉଛି।

ଅନ୍ୟମାନଙ୍କର ଅବସ୍ଥା ସାଧାରଣ ବୋଲି କୁହାଯାଇଛି। ପ୍ରଶାସନ ଅନୁସାରେ ସମସ୍ତ ଆହତଙ୍କର ସ୍ୱାସ୍ଥ୍ୟ

ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ନିରନ୍ତର ନିରୀକ୍ଷଣ କରାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande