ସ୍ଵାଧୀନତା ସଂଗ୍ରାମକୁ ଏକତାର ସୂତ୍ରରେ ବାନ୍ଧିବାରେ ବନ୍ଦେ ମାତରମ୍ ର ରହିଛି ପ୍ରମୁଖ ଭୂମିକା - ଶେଖାୱତ
ନୂଆଦିଲ୍ଲୀ, ୮ ଡିସେମ୍ବର (ହି.ସ.)- କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଆଜି ଏଠାରେ କହିଛନ୍ତି ଯେ, ଭାରତ ଭଳି ଏକ ବିଶାଳ ଦେଶରେ ହେଉଥିବା ବିବିଧ ସ୍ୱାଧୀନତା ସଂଗ୍ରାମକୁ ଏକତ୍ର କରିବାରେ ବନ୍ଦେ ମାତରମ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଲୋକସଭାରେ
ସ୍ଵାଧୀନତା ସଂଗ୍ରାମକୁ ଏକତାର ସୂତ୍ରରେ ବାନ୍ଧିବାରେ ବନ୍ଦେ ମାତରମ୍ ର ରହିଛି ପ୍ରମୁଖ ଭୂମିକା - ଶେଖାୱତ


ନୂଆଦିଲ୍ଲୀ, ୮ ଡିସେମ୍ବର (ହି.ସ.)- କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଆଜି ଏଠାରେ କହିଛନ୍ତି ଯେ, ଭାରତ ଭଳି ଏକ ବିଶାଳ ଦେଶରେ ହେଉଥିବା ବିବିଧ ସ୍ୱାଧୀନତା ସଂଗ୍ରାମକୁ ଏକତ୍ର କରିବାରେ ବନ୍ଦେ ମାତରମ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଲୋକସଭାରେ ଏହି ପ୍ରସଙ୍ଗରେ ଆଲୋଚନା ଭାରତର ଗଣତାନ୍ତ୍ରିକ ଇତିହାସରେ ଏକ ଅବିସ୍ମରଣୀୟ ଦିନ ହେବ ।

ସୋମବାର ସଂସଦ ବାହାରେ ଶେଖାୱତ ଗଣମାଧ୍ୟମକୁ କହିଥିଲେ, ମୁଁ ବିଶ୍ୱାସ କରେ ଯେ, ଆଜି ଭାରତର ଗଣତାନ୍ତ୍ରିକ ଇତିହାସରେ ଏକ ଅବିସ୍ମରଣୀୟ ଦିନ ହେବ, ଯେତେବେଳେ ଆମେ ଏପରି ଏକ ଗୀତ ଉପରେ ଆଲୋଚନା କରିବୁ ଯାହା ଦେଶର ସ୍ୱାଧୀନତା ସଂଗ୍ରାମଠାରୁ ଆରମ୍ଭ କରି ଏହାର ସୀମାକୁ ସୁରକ୍ଷା ଦେଇଥିବା ପର୍ଯ୍ୟନ୍ତ ପ୍ରତ୍ୟେକ ସୈନିକଙ୍କୁ ପ୍ରେରଣା ଦେଇଛି । ଆଜି ସଂସଦରେ ବନ୍ଦେ ମାତରମ୍‌ ଉପରେ ୧୦ ଘଂଟା ଧରି ଏକ ବିତର୍କ ହେବାର କାର୍ଯ୍ୟକ୍ରମ ରହିଛି । ସେ କହିଛନ୍ତି ଯେ, ଏହି ଗୀତ ଧୀରେ ଧୀରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଅଭିବାଦନ ଠାରୁ ଆରମ୍ଭ କରି ସେମାନଙ୍କ ଜୀବନର ଶେଷ ଶବ୍ଦ ପର୍ଯ୍ୟନ୍ତ ବିକଶିତ ହୋଇଛି ।

ଶେଖାୱତ କହିଛନ୍ତି, ବନ୍ଦେ ମାତରମ୍‌'ର ୧୫୦ ବର୍ଷ ପୂରଣ ଏକ ଐତିହାସିକ ଅବସର । ଆମେ ସଦନରେ ସ୍ୱାଧୀନତା ସଂଗ୍ରାମରେ ଏହାର ଅତୁଳନୀୟ ଅବଦାନକୁ କେବଳ ସମ୍ମାନିତ କରିବୁ ନାହିଁ, ବରଂ ସ୍ୱାଧୀନତା ପରେ ଏହି ଗୀତ ସହିତ ଜଡ଼ିତ ବିବାଦୀୟ ଦିଗ ଏବଂ ବିଭାଜନକାରୀ ରାଜନୈତିକ ଆଲୋଚନା ଉପରେ ମଧ୍ୟ ଗଭୀର ଭାବରେ ଚିନ୍ତନ କରିବୁ ।

ଉଲ୍ଲେଖନୀୟ ଯେ, ବଙ୍କିମ ଚନ୍ଦ୍ର ଚାଟାର୍ଜୀ ଆଜିଠାରୁ ୧୫୦ ବର୍ଷ ପୂର୍ବେ 'ବନ୍ଦେ ମାତରମ୍‌' ଗୀତ ରଚନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande