ଛତିଶଗଡ଼ର ଖୈରାଗଡ଼ରେ ୪୫ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ରାମଧେର ମଜ୍ଜି ସହିତ ୧୨ ନକ୍ସଲ କଲେ ଆତ୍ମସମର୍ପଣ
ଖୈରାଗଢ଼/ରାୟପୁର, ୦୮ ଡିସେମ୍ବର(ହି.ସ.) – ଛତିଶଗଡ଼ର ଖୈରାଗଡ଼ ଜିଲ୍ଲାର ବକରକଟ୍ଟା ଥାନାର ଗାଆଁ କୁମ୍‌ହିରେ ସୋମବାର ସକାଳେ ରାମଧେର ମଜ୍ଜି ସହିତ ସିପିଆଇ ସିସିଏମ୍‌, ଡିବିସିଏମ୍‌, ଏସିଏମ୍ ଏବଂ ପିଏମ୍ ସ୍ତରର ୧୨ ନକ୍ସଲ ୧୨ ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିଛନ୍ତି। ଏହା ଉପରେ ମୋଟ ୮୧ ଲକ୍ଷ ଟଙ୍କ
ଛତିଶଗଡ଼ର ଖୈରାଗଡ଼ରେ ୪୫ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ରାମଧେର ମଜ୍ଜି ସହିତ ୧୨ ନକ୍ସଲ କଲେ ଆତ୍ମସମର୍ପଣ


ଖୈରାଗଢ଼/ରାୟପୁର, ୦୮ ଡିସେମ୍ବର(ହି.ସ.) – ଛତିଶଗଡ଼ର ଖୈରାଗଡ଼ ଜିଲ୍ଲାର ବକରକଟ୍ଟା ଥାନାର ଗାଆଁ କୁମ୍‌ହିରେ ସୋମବାର ସକାଳେ ରାମଧେର ମଜ୍ଜି ସହିତ ସିପିଆଇ ସିସିଏମ୍‌, ଡିବିସିଏମ୍‌, ଏସିଏମ୍ ଏବଂ ପିଏମ୍ ସ୍ତରର ୧୨ ନକ୍ସଲ ୧୨ ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିଛନ୍ତି। ଏହା ଉପରେ ମୋଟ ୮୧ ଲକ୍ଷ ଟଙ୍କାର ମୁଣ୍ଡଜାମିନୀ ଘୋଷିତ ଥିଲା।

ଏମାନଙ୍କ ମଧ୍ୟରୁ ସବୁଠାରୁ ବଡ଼ ୪୫ ଲକ୍ଷର ମୁଣ୍ଡଜାମିନି ନକ୍ସଲି ଏବଂ କେନ୍ଦ୍ରୀୟ ସମିତି ସଦସ୍ୟ(ସିସିଏମ୍‌) ତଥା ଏମ୍‌ଏମ୍ସି(ମଧ୍ୟପ୍ରଦେଶ-ମହାରାଷ୍ଟ୍ର-ଛତିଶଗଡ଼)ଜୋନ୍ ପ୍ରଭାରୀ ରାମଧେର ମଜ୍ଜି ଥିଲା। ଅଂଚଳରେ ମଜ୍ଜିର ଆଦେଶ ଚାଲୁଥିଲା। ଏମାନଙ୍କ ମଧ୍ୟରୁ କେତେକଙ୍କ ବିରୋଧରେ ଗମ୍ଭୀର ନକ୍ସଲ ଘଟଣାରେ ସାମିଲ ହେବାର ଅଭିଯୋଗ ରହିଥିଲା। ରାମଧେରକୁ ନିକଟରେ ଏମ୍‌ଏମ୍‌ସି ଜୋନ୍‌ର ଦାୟିତ୍ୱ ପ୍ରଦାନ କରାଯାଇଥିଲା। ପୋଲିସ୍‌ର ଦାବି ଯେ ରାମଧେରର ଆତ୍ମସମର୍ପଣ ଦ୍ୱାରା ଅଂଚଳରେ ଏମ୍‌ଏମ୍‌ସି ଜୋନ୍‌ର ଶେଷ ହୋଇଯାଇଛି।

ଖୈରାଗଡ଼ ଜିଲ୍ଲା ପ୍ରଶାସନ ଆଜି କହିଛନ୍ତି ଯେ ଛଅ ମହିଳା ସହିତ ମୋଟ ୧୨ ନକ୍ସଲମାନେ ହିଂସାର ରାସ୍ତା ଛାଡ଼ି ମୁଖ୍ୟାଧାରକୁ ଫେରାଇ ଆଣିବାର ନିଷ୍ପତି ନେଇଛନ୍ତି। ସମସ୍ତଙ୍କୁ ଶାସନର ପୁନର୍ବାସ ଯୋଜନାର ଲାଭ ଦିଆଯିବ। ଆତ୍ମସମର୍ପଣ ପରେ ପୁରା ଅଂଚଳରେ ସୁରକ୍ଷା ବଳଙ୍କ ମନୋବଳ ବଢ଼ିଛି। ଏହି ଆତ୍ମସମର୍ପଣ କ୍ଷେତ୍ରରେ ନକ୍ସଲି ନେଟୱାର୍କକୁ ସମାପ୍ତ କରିବାର ଦିଗରେ ବଡ଼ ସଫଳତା ସାବ୍ୟସ୍ତ ହୋଇଛି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande