ବ୍ରିଟେନରେ ଖାଲିସ୍ତାନୀ ଉପାଦାନ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଭାରତ କଲା ସ୍ୱାଗତ
ନୂଆଦିଲ୍ଲୀ, ୮ ଡିସେମ୍ବର (ହିସ) - ବ୍ରିଟେନରେ ଭାରତ ବିରୋଧୀ ଏଜେଣ୍ଡା ଚଳାଉଥିବା ଖାଲିସ୍ତାନୀ ଉପାଦାନ ବିରୋଧରେ କାର୍ଯ୍ୟକୁ ଭାରତ ସ୍ୱାଗତ କରିଛି। ଆତଙ୍କବାଦ ଏବଂ ଉଗ୍ରବାଦ ବିରୋଧରେ ବିଶ୍ୱ ସଂଗ୍ରାମକୁ ଏହା ଦୃଢ କରିବ ବୋଲି ଭାରତ କହିଛି। ସୋମବାର ସାପ୍ତାହିକ ସାମ୍ବାଦିକ ସମ୍ମିଳନୀରେ ଏକ ପ୍ରଶ୍ନର
ବ୍ରିଟେନରେ ଖାଲିସ୍ତାନୀ ଉପାଦାନ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଭାରତ କଲା ସ୍ୱାଗତ


ନୂଆଦିଲ୍ଲୀ, ୮ ଡିସେମ୍ବର (ହିସ) - ବ୍ରିଟେନରେ ଭାରତ ବିରୋଧୀ ଏଜେଣ୍ଡା ଚଳାଉଥିବା ଖାଲିସ୍ତାନୀ ଉପାଦାନ ବିରୋଧରେ କାର୍ଯ୍ୟକୁ ଭାରତ ସ୍ୱାଗତ କରିଛି। ଆତଙ୍କବାଦ ଏବଂ ଉଗ୍ରବାଦ ବିରୋଧରେ ବିଶ୍ୱ ସଂଗ୍ରାମକୁ ଏହା ଦୃଢ କରିବ ବୋଲି ଭାରତ କହିଛି।

ସୋମବାର ସାପ୍ତାହିକ ସାମ୍ବାଦିକ ସମ୍ମିଳନୀରେ ଏକ ପ୍ରଶ୍ନର ଉତରରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରନ୍ଧୀର ଜୟସୱାଲ କହିଛନ୍ତି। ସେ କହିଛନ୍ତି ଯେ ଆନ୍ତର୍ଜାତୀୟ ଅପରାଧ ନେଟୱାର୍କ ଏବଂ ଏହାର ଆର୍ôଥକ କାରବାର ବନ୍ଦ କରିବାରେ ଏଭଳି କାର୍ଯ୍ୟ ସହାୟକ ହେବ।

ମୁଖପାତ୍ର କହିଛନ୍ତି ଯେ ଏଭଳି ବ୍ୟକ୍ତି ଏବଂ ଗୋଷ୍ଠୀ ଭାରତ ଏବଂ ବ୍ରିଟେନ ପାଇଁ ଗୁରୁତର ବିପଦ। ଆତଙ୍କବାଦ ବିରୋଧୀ ତଥା ସୁରକ୍ଷା ସହଯୋଗରେ ଆମେ ବ୍ରିଟେନ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିଆସୁଛୁ।

ସୂଚନାଯୋଗ୍ୟ ଯେ ଗତ ସପ୍ତାହରେ ଖାଲିସ୍ତାନ ସମର୍ଥକ ଆତଙ୍କବାଦୀ ସଂଗଠନ ବବର ଖାଲସାଙ୍କ ଆର୍ôଥକ ସହାୟତା ବନ୍ଦ କରିବାକୁ ବ୍ରିଟିଶ ସରକାର ପ୍ରଥମ ଥର ପାଇଁ କଡା ପ୍ରତିବନ୍ଧକ ଲଗାଇଥିଲେ। ସରକାର ଗୁରୁପ୍ରୀତ ସିଂ ରିହାଲଙ୍କ ସମସ୍ତ ସମ୍ପତି ଫ୍ରିଜ୍ କରି ତାଙ୍କୁ କମ୍ପାନୀ ନିର୍ଦ୍ଦେଶକ ହେବା କିମ୍ବା ପରିଚାଳନାରେ ଭାଗ ନେବାକୁ ଅଯୋଗ୍ୟ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande