
ନୂଆଦିଲ୍ଲୀ, 8 ଡିସେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବନ୍ଦେ ମାତରମ୍
ଗୀତର 150 ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ଗୀତକୁ ନଦୀର ପ୍ରବାହ ସହିତ ତୁଳନା କରିଛନ୍ତି । ସେ
କହିଛନ୍ତି ଯେ ବନ୍ଦେ ମାତରମ୍ ନିଜ ସହିତ ପ୍ରେରଣାର ପ୍ରବାହ ନେଇ ଆଗେ ବଢ଼ୁଛି ଏବଂ ସ୍ୱାଧୀନତା
ପରେ ଏବେ ଏହା ଆମକୁ ସମୃଦ୍ଧି ଦିଗକୁ ନେଇଯିବ।
ସୋମବାର ଲୋକସଭାରେ ବନ୍ଦେ ମାତରମ୍ ଉପରେ ଚର୍ଚ୍ଚାର ଆରମ୍ଭ କରି ସେ
କହିଛନ୍ତି ଯେ ପୂର୍ବ ଯୁଗରେ ଏହି ଗୀତ ସହିତ ଅନ୍ୟାୟ ହୋଇଥିଲା। ସେ ନିଜ ଭାଷଣରେ ଗାନ୍ଧୀଜୀଙ୍କ
ଏହି କଥାକୁ ଉଦାହରଣ ଦେଇ କହିଛନ୍ତି ଯେ ବନ୍ଦେ ମାତରମ୍ ଏତେ ଲୋକପ୍ରିୟ ହୋଇଗଲା ଯେ ଏହାକୁ
ରାଷ୍ଟ୍ରଗାନ୍ ହେବା ଉଚିତ। ସେ କହିଛନ୍ତି ଯେ ଆଜି ସେହି ପରିସ୍ଥିତିକୁ ଜାଣିବାର ଆବଶ୍ୟକତା ଅଛି
ଯେ, କେଉଁ ଶକ୍ତି ଥିଲା, ଯାହା ଏହି ପୂଜ୍ୟ ଭାବନା ଉପରେ ପ୍ରଭାବ ପକାଇଥିଲା ଏବଂ ବିବାଦକୁ
ଟାଣିଥିଲା ।
ପ୍ରଧାନମନ୍ତ୍ରୀ ଗୃହରେ ଏହି ଗୀତ ସହିତ ସମ୍ବନ୍ଧିତ ଇତିହାସ, ଭାବଜାଗରଣ, ପ୍ରେରଣା ଏବଂ
ଅନ୍ୟାନ୍ୟ ତଥ୍ୟଗୁଡ଼ିକ ଦେଇଥିଲେ । ଏହା ସହିତେ କଂଗ୍ରେସ୍ ଉପରେ ଏହି ଗୀତ ସହିତ ଅନ୍ୟାୟ
କରିବାର ଅଭିଯୋଗ ମଧ୍ୟ ଲଗାଇଲେ। ସେ ଜନପ୍ରତିନିଧିମାନଙ୍କୁ ଆହ୍ୱାନ କରିଥିଲେ ଯେ ଏହି
ଚର୍ଚ୍ଚାରେ ଅଂଶ ନେବା ଆମ ପାଇଁ ଏକ ଐତିହାସିକ ଦାୟିତ୍ୱ ଅଟେ।
ପ୍ରଧାନମନ୍ତ୍ରୀ କଂଗ୍ରେସ୍ ଏବଂ ପୂର୍ବ ପ୍ରଧାନମନ୍ତ୍ରୀ ଜବାହରଲାଲ
ନେହରୁ ଉପରେ ତୁଷ୍ଟିକରଣର ଅଭିଯୋଗ ମଧ୍ୟ କରିଥିଲେ। ସେ କହିଥିଲେ ଯେ ମୁସଲିମ୍ ଲିଗ୍ର ବିରୋଧ ପରେ
କଂଗ୍ରେସ୍ ଏହି ଗୀତକୁ ପୁନଃସମୀକ୍ଷା କଲା। ସେ କହିଥିଲେ ଯେ ନେହରୁ 1937 ମସିହାରେ ମୁହମ୍ମଦ
ଅଲୀ ଜିନ୍ନାଙ୍କ ଗୀତ ବିରୋଧୀ ମତାମତ ପରେ ଏହି ଗୀତକୁ ମୁସଲମାନମାନଙ୍କୁ “ଇରିଟେଟ୍” କରୁଥିବା
ବୋଲି କହିଥିଲେ, ଯାହାକୁ ସେ
ସୁଭାଷଚନ୍ଦ୍ର ବୋଷଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଥିଲେ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବନ୍ଦେ ମାତରମ୍ ଗୀତକୁ କାଟିଦେବା ହିଁ
ଦେଶ ବିଭାଜନର ଭିତି ପକାଇଥିଲା। ସେ କହିଛନ୍ତି ଯେ ସାମାଜିକ ସମ୍ମିଳନୀର ନାମରେ ବନ୍ଦେ ମାତରମ୍
ଗୀତର ବ୍ୟବହାରର ସମୀକ୍ଷା କରାଯାଇଥିଲା ଏବଂ ଏହାକୁ କଟାଯାଇଥିଲା। କଂଗ୍ରେସ୍ ମୁସଲିମ୍ ଲିଗ୍
ସମ୍ମୁଖରେ ନଇଁଥିଲା ଏବଂ ତାଙ୍କର ତୁଷ୍ଟିକରଣ ନୀତି ଦେଶକୁ ଏକ ଦିନ ଭାରତର ବିଭାଜନ ସ୍ୱୀକାର
କରିବାକୁ ବାଧ୍ୟ କଲା।
ପ୍ରଧାନମନ୍ତ୍ରୀ ନିଜ ଭାଷଣର ଆରମ୍ଭ ଏହି ଗୀତରୁ ପ୍ରେରଣା ନେଇ ଦେଶ
ପାଇଁ ପ୍ରାଣ ଆହୁତି କରିଥିବା ଜଣା–ଅଜଣା ସେନାନୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ କରିଥିଲେ।
ସେ ବନ୍ଦେ ମାତରମ୍ ଗୀତର 50 ଏବଂ 100 ବର୍ଷ ପୂର୍ତ୍ତି ବେଳେ ଦେଶର
ପରିସ୍ଥିତିକୁ ସ୍ମରଣ କରାଇ କହିଛନ୍ତି ଯେ 150 ବର୍ଷ ପୂର୍ତ୍ତିର ଏହି ଅବସରକୁ ଆମେ ଦେଶର
ଗୌରବକୁ ପୁନଃସ୍ଥାପିତ କରିବା ପାଇଁ ବ୍ୟବହାର କରିବା ଉଚିତ। ସେ କହିଛନ୍ତି ଯେ 50 ବର୍ଷ ପୂରା
ହେବାବେଳେ ଦେଶ ଦାସତ୍ୱରେ ଥିଲା ଏବଂ 100 ବର୍ଷ ପୂରା ହେବାବେଳେ ଦେଶ ଜରୁରୀକାଳ ସ୍ଥିତି ଦେଇ
ଯାଉଥିଲା। ଜରୁରୀକାଳରେ ସଂବିଧାନର ସ୍ବରକୁ ଦବା କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା