
ନୂଆଦିଲ୍ଲୀ, ୦୮ ଡିସେମ୍ବର(ହି.ସ.) – ଟାଟା ଏଡ଼ବାସ୍ଡ ସିଷ୍ଟମ୍ସ ଏବଂ ଲକହିଡ ମାର୍ଟିନ ଭାରତରେ ସି-୧୩୦ଜେ ସୁପର ହରକ୍ୟୁଲିସ ଏୟାରକ୍ରାପ୍ଟ ପାଇଁ ଡିଫେନ୍ସ ମେଂଟେନାଂସ, ରିପେୟାର ଏବଂ ଓଭରହଲ୍(ଏମ୍ଆର୍ଓ) ଆରମ୍ଭ କରିବେ। ଏହି ସୁବିଧା ଦୁଇ କମ୍ପାନୀଙ୍କ ଲମ୍ବା ସମୟ ହେଲା ଚାଲିଆସୁଛି ଔଦ୍ୟୋଗିକ ବୁଝାମଣା ଉପରେ ଆଧାରିତ ହେବ, ଯେଉଁଥିରେ ଭାରତୀୟ ବାୟୁସେନା ପାଇଁ ଦେଶରେ ି ସହଯୋଗ ବଢ଼ିବ ଏବଂ ଏହାସହ ବଡ଼ କ୍ଷେତ୍ରୀୟ ଏବଂ ବୈଶ୍ୱିକ ସହଯୋଗର ମଧ୍ୟ ସୁବିଧା ମିଳିବ। ଏହାର ନିର୍ମାଣ ୨୦୨୬ର ଶେଷରେ ପୁରା ହେବ ଏବଂ ଆଶା ଅଛି ଯେ ୨୦୨୭ର ଆରମ୍ଭରେ ଏମ୍ଆର୍ଓ ଅପରେସନ ପାଇଁ ପ୍ରଥମ ଏୟାରକ୍ରାପ୍ଟ ମିଳିଯିବ।
ବେଙ୍ଗାଲୁରୁରେ ଦୁଇ କମ୍ପାନୀ ସୋମବାର ଦିନ ଏହାର ଘୋଷଣା ଭୂମି ପୂଜନ ସମାରୋହ ପରେ କରାଯାଇଛି, ଯେଉଁଥିରେ ବାୟୁସେନାର ବରିଷ୍ଠ ଅଧିକାରୀ ମଧ୍ୟ ସାମିଲ ହୋଇଛନ୍ତି। ଲକ୍ହିଡ୍ ମାର୍ଟିନର ଚିଫ୍ ଅପରେଟିଂ ଅଫିସର ଫ୍ରେଂକ ସେଂଟ ଜନ୍ କହିଥିଲେ ଯେ, ଆଜି ଟାଟା ଏଡ଼ବାଂଷ୍ଡ ସିଷ୍ଟମ୍ସ ଏବଂ ଭାରତ ସହିତ ଆମର ସହଯୋଗ ବହୁତ ଆଗକୁ ବଢ଼ିଯାଇଛି। ସାତ ଦଶକରୁ ଅଧିକ ସମୟ ହେଲା ଆମେ ଭାରତର ବଢ଼ୁଥିବା ଏୟରୋସ୍ପେସ ଏବଂ ଡିଫେନ୍ସ ଇଂଡଷ୍ଟ୍ରିଆଲ ବେସ୍ ସହିତ ଆଗକୁ ବଢ଼ୁଛି। ସି-୧୩୦ ଜେ ସୁପର ହରକ୍ୟୁଲିସ୍ ଏୟାରକ୍ରାପ୍ଟ ପାଇଁ ଡିଫେନ୍ସ ମେଂଟେନେଂସ, ରିପେୟର ଏବଂ ଓଭରହଲ୍(ଏମ୍ଆର୍ଓ) ଏହି ମୂଳକୁ ଆହୁରି ମଜଭୁତ କରିବ। ଏହି ସୁବିଧା ଭାରତରେ ବିଶ୍ୱସ୍ତରୀୟ ସ୍ଥିରତା ଆଣିବା ସହିତ ଭାରତୀୟ ବାୟୁସେନାର ପ୍ରସ୍ତୁତିକୁ ଉତମ କରିବ। ଏହାସହ ଏପରି ଅବସର ତିଆରି କରିବ, ଯାହା କ୍ଷେତ୍ରୀୟ ଏବଂ ବୈଶ୍ୱିକ ସି-୧୩୦ ଅପରେଟର୍ସକୁ ସହଯୋଗ କରିବ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି