
ହାଇଦ୍ରାବାଦ, ୦୮ ଡିସେମ୍ବର(ହି.ସ.) – ରାଜ୍ୟ ସରକାରଙ୍କ ଦୁଇଦିନିଆ ତେଲେଙ୍ଗାନା ରାଇଜିଂଗ ଗ୍ଲୋବାଲ୍ ସମିତି ଆରମ୍ଭ ହୋଇଛି। ସମିତିର ଉଦ୍ଘାଟନ ସୋମବାର ଦିନ ରାଜ୍ୟପାଳ ଜିଷ୍ଣୁଦେବ ବର୍ମା କରିଛନ୍ତି। ସମିତିରେ କେନ୍ଦ୍ରମନ୍ତ୍ରୀ ଜି. କିଶନ ରେଡ୍ଡୀ, ମୁଖ୍ୟମନ୍ତ୍ରୀ ରେବଂତ ରେଡ୍ଡୀ, ଉପ ମୁଖ୍ୟମନ୍ତ୍ରୀ ଭଟ୍ଟି ବିକ୍ରମାର୍କ, କେତେକ ରାଜ୍ୟ ମନ୍ତ୍ରୀ, ଜନପ୍ରତିନିଧି, ପ୍ରସିଦ୍ଧ ଫିଲ୍ମ ଅଭିନେତା ନାଗାର୍ଜ୍ଜୁନ ଏବଂ ଅଲଗା ଅଲଗା ସଂଗଠନର ପ୍ରତିନିଧି ସାମିଲ ହୋଇଛନ୍ତି। ଏହି ସମିତି ରଙ୍ଗା ରେଡ୍ଡୀ ଜିଲ୍ଲାର କଂଡୁକୁର ସ୍ଥିତ ଫ୍ୟୁଚର ସିଟିରେ ୧୦୦ ଏକରରେ ହୋଇଛି।
ସମିତି ଆରମ୍ଭ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ରେମଂତ ରେଡ୍ଡୀ ଫ୍ୟୁଚର ସିଟି ପହଂଚିଛନ୍ତି ଏବଂ ଷ୍ଟଲ୍ର ନିରୀକ୍ଷଣ କରିଛନ୍ତି। ସେ ଅଧିକାରୀମାନଙ୍କୁ ଅଲଗା ଅଲଗା ବିଷୟ ଉପରେ କେତେକ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ତେଲେଙ୍ଗାନା ଥଲ୍ଳି(ମାତା)ଙ୍କ ଡିଜିଟାଲ ମୂର୍ତିର ଅନାବରଣ କରିଛନ୍ତି।
ଏହି ସମିତିରେ ୪୪ ଦେଶର ୧୫୪ ପ୍ରତିନିଧି ସାମିଲ ହେଉଛନ୍ତି। ସମିତିରେ ସାମିଲ ହେବାକୁଥିବା ଗଣମାନ୍ୟ ବ୍ୟକ୍ତି, ଯେଉଁ ହୋଟେଲ୍ରେ ରହିବେ, ସେଠାରେ କଡ଼ା ସୁରକ୍ଷାର ବ୍ୟବସ୍ଥା କରାଯାଇଛି। କମାଣ୍ଡ କଂଟ୍ରୋଲକୁ ଯୋଗାଯୋଗ କରିବା ପାଇଁ ବିଶେଷ ଅଧିକାରୀ ନିଯୁକ୍ତ କରାଯାଇଛି। ବଡ଼ ବଡ଼ ଉଦ୍ୟୋଗପତିମାନଙ୍କୁ ସିକ୍ୟୁରିଟି ଦିଆଯାଇଛି। ମଣ୍ଡପ, ଯାହାକୁ ମୁଖ୍ୟ ହଲ୍ କୁହାଯାଉଛି, ସେଥିରେ ୨୦୦୦ ଅତିଥିଙ୍କ ବସିବାର ବ୍ୟବସ୍ଥା କରାଯାଇଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି