ସ୍ୱର୍ଣ୍ଣ ମନ୍ଦିରରେ ମଥା ଟେକିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ, 8 ଡିସେମ୍ବର (ହି.ସ.)- ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆଜି ନିଜ କ୍ୟାବିନେଟ୍ ସହଯୋଗୀମାନଙ୍କ ସହ ଅମୃତସର ସ୍ଥିତ ସ୍ୱର୍ଣ୍ଣ ମନ୍ଦିରରେ ମାଥା ଟେକିବା ସହ ସେବା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ପବିତ୍ର ସ୍ଥଳର ଦର୍ଶନ ମାତ୍ରେ ଅଦ୍ଭୁତ ଶାନ୍ତିର ଅ
ସ୍ୱର୍ଣ୍ଣ ମନ୍ଦିରରେ ମଥା ଟେକିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ


ନୂଆଦିଲ୍ଲୀ, 8 ଡିସେମ୍ବର (ହି.ସ.)- ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆଜି ନିଜ

କ୍ୟାବିନେଟ୍ ସହଯୋଗୀମାନଙ୍କ ସହ ଅମୃତସର ସ୍ଥିତ ସ୍ୱର୍ଣ୍ଣ ମନ୍ଦିରରେ ମାଥା ଟେକିବା ସହ ସେବା କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ପବିତ୍ର ସ୍ଥଳର ଦର୍ଶନ ମାତ୍ରେ ଅଦ୍ଭୁତ ଶାନ୍ତିର ଅନୁଭୂତି

ହୁଏ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ହରମନ୍ଦିର ସାହିବ (ସ୍ୱର୍ଣ୍ଣ ମନ୍ଦିର)

କେବଳ ଗୋଟିଏ ଧରୋହର ନୁହେଁ, ବରଂ ଆଧ୍ୟାତ୍ମିକ

ଶକ୍ତି ଏବଂ ସେବାର ଦିବ୍ୟ କେନ୍ଦ୍ର ଅଟେ, ଯେଉଁଠାରେ ଆସ୍ଥା କର୍ମରେ ପରିଣତ ହୁଏ ଏବଂ ଭକ୍ତି ଚରିତ୍ର ଗଢ଼େ। ସେ

କହିଛନ୍ତି ଯେ ଏଠାରେ ସରବତ୍ ଦା ଭଲା ପାଇଁ ଅରଦାସ୍‌ କରିଛି ଏବଂ ସମସ୍ତଙ୍କ ସୁଖ, ସ୍ୱାସ୍ଥ୍ୟ ଓ

କଲ୍ୟାଣ ପାଇଁ ପ୍ରାର୍ଥନା କରିଛି ।

ଦିଲ୍ଲୀର ଲାଲକିଲ୍ଲାରେ ଶ୍ରୀ ଗୁରୁ ତେଗ ବହାଦୁର ଜୀଙ୍କ 350ତମ

ଶହୀଦି ଦିବସକୁ ସମର୍ପିତ ଭବ୍ୟ ସମାଗମର ସଫଳ ଆୟୋଜନ, ୱାହେଗୁରୁ ଜୀଙ୍କ ଅନନ୍ତ କୃପା ଏବଂ ଗୁରୁ ସାହିବଙ୍କ ଅପାର ଆଶୀର୍ବାଦ

ଅଟେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande