
ନୂଆଦିଲ୍ଲୀ, 8 ଡିସେମ୍ବର (ହି.ସ.)- କେନ୍ଦ୍ରୀୟ ବସ୍ତ୍ର ମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି
ଯେ ପଶ୍ଚିମବଙ୍ଗରେ ବାବରୀ ମସଜିଦ ଏକ ସୁଚିନ୍ତିତ ରଣନୀତିର ଅଂଶ। ସୋମବାର ସଂସଦ ଭବନ ପରିସରରେ ଗଣମାଧ୍ୟମ
ପ୍ରଶ୍ନରେ ସେ ଏହା କଥା କହିଛନ୍ତି। ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ସ୍ଥଗିତ ବିଧାୟକ
ହୁମାୟୁଁ କବୀରଙ୍କ ଦ୍ୱାରା 'ବାବରୀ ମସଜିଦ'ର ମୂଳଦୁଆ ପକାଇବା
ବିଷୟରେ ପଚାରାଯାଇଥିବା ପ୍ରଶ୍ନରେ କେନ୍ଦ୍ରୀୟ ମନ୍ତ୍ରୀ କହିଛନ୍ତି , “ଏହି ସମସ୍ତ ଖେଳ
ହୁମାୟୁଁ କବୀର କରିନାହାନ୍ତି,
ବରଂ ମୁଖ୍ୟମନ୍ତ୍ରୀ
ମମତା ବାନାର୍ଜୀ କରାଇଛନ୍ତି। ସେ ଜାଣିଶୁଣି ପଶ୍ଚିମବଙ୍ଗ ଭୂମିରେ ହିନ୍ଦୁ-ମୁସଲମାନ ନାମରେ
ବିବାଦ ସୃଷ୍ଟି କରୁଛନ୍ତି। ଏହି ବାବରୀ ମସ୍ଜିଦ ବିଷୟ ଗୋଟିଏ ସୁଯୋଜିତ ରଣନୀତି ଅଧୀନରେ
ଆଣାଯାଇଛି।”
ସେ ଚେତାବନୀ ଦେଇ କହିଛନ୍ତି ଯେ ଏହି କାମ ପାଇଁ ମମତା ବାନାର୍ଜୀଙ୍କୁ
କେବଳ ପଶ୍ଚିମବଙ୍ଗରେ ନୁହେଁ,
ସାରାଦେଶରେ ବିରୋଧର
ସମ୍ମୁଖୀନ ହେବାକୁ ପଡିବ ଏବଂ ଏହାର ଶାସ୍ତି ଭୋଗିବାକୁ ପଡିବ।
କେନ୍ଦ୍ରୀୟ ମନ୍ତ୍ରୀ କହିଛନ୍ତି ଯେ ‘ବନ୍ଦେ ମାତରମ୍’ ଗୀତ ଦେଶକୁ
ଏକତାର ସୂତ୍ରରେ ବାନ୍ଧିରଖିବାକୁ ସକ୍ଷମ ଗୋଟିଏ ପ୍ରତୀକ। ଏହା ସ୍ୱାଧୀନତା ସେନାନୀଙ୍କ ପାଇଁ
ଗୋଟିଏ ନାରା ଏବଂ ପ୍ରେରଣା ସ୍ରୋତ। “ଯଦି ଲୋକତନ୍ତ୍ରର ମନ୍ଦିର (ସଂସଦ)ରେ ‘ବନ୍ଦେ ମାତରମ୍’
ଉପରେ ଆଲୋଚନା ହେବ ନାହିଁ, ତେବେ କେଉଁଠି ହେବ? କିଛି ଲୋକ ‘ବନ୍ଦେ
ମାତରମ୍’କୁ ନୁହେଁ, ‘ବାବରୀ ମସ୍ଜିଦ’କୁ
ମାନନ୍ତି।”
ସେ କହିଛନ୍ତି ଯେ ‘ବନ୍ଦେ ମାତରମ୍’ 150 ବର୍ଷ ପୁରୁଣା ସ୍ୱାଧୀନତାର
ଗୀତ ଏବଂ ଏହା ଭାରତର ଐତିହ୍ୟ। ତେଣୁ ଏହା ଉପରେ ଖୋଲା ଆଲୋଚନା ହେବା ଉଚିତ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା