ଏସ୍‌ଆଇଆର୍ ବିରୋଧରେ ନୁହେଁ, କିନ୍ତୁ ସମୟ ସୀମା ବଢ଼ିବା ଦରକାର- ମାୟାବତୀ
ଲକ୍ଷେ୍ଣø, ୦୯ ଡିସେମ୍ବର(ହି.ସ.) – ସଂସଦରେ ନିର୍ବାଚନ ସୁଧାରକୁ ନେଇ ଆଲୋଚନା ହୋଇଛି। ଏହାକୁ ନେଇ ବହୁଜନ ସମାଜ ପାର୍ଟି(ବସପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ପୂର୍ବ ମୁଖ୍ୟମନ୍ତ୍ରୀ ମାୟାବତୀ ନିଜ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ନିର୍ବାଚନ ପ୍ରକ୍ରିୟାରେ ଅନ୍ୟ ସୁଧାର ଆଣିବା ସହିତ ତିନି ମୁ
ଏସ୍‌ଆଇଆର୍ ବିରୋଧରେ ନୁହେଁ, କିନ୍ତୁ ସମୟ ସୀମା ବଢ଼ିବା ଦରକାର- ମାୟାବତୀ


ଲକ୍ଷେ୍ଣø, ୦୯ ଡିସେମ୍ବର(ହି.ସ.) – ସଂସଦରେ ନିର୍ବାଚନ ସୁଧାରକୁ ନେଇ ଆଲୋଚନା ହୋଇଛି। ଏହାକୁ ନେଇ ବହୁଜନ ସମାଜ ପାର୍ଟି(ବସପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ପୂର୍ବ ମୁଖ୍ୟମନ୍ତ୍ରୀ ମାୟାବତୀ ନିଜ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ନିର୍ବାଚନ ପ୍ରକ୍ରିୟାରେ ଅନ୍ୟ ସୁଧାର ଆଣିବା ସହିତ ତିନି ମୁଖ୍ୟ ସୁଧାର ଆଣିବା ବହୁତ ଜରୁରୀ ଅଟେ।

ମାୟାବତୀ ମଙ୍ଗଳବାର ଦିନ ସୋସିଆଲ ମିଡିୟା ଏକ୍ସରେ ଲେଖିଛନ୍ତି ଯେ ମତଦାତା ସୂଚୀର ବିଶେଷ ଗଭୀର ପୁନରୀକ୍ଷଣ(ଏସ୍‌ଆଇଆର୍‌)କୁ ନେଇ ଯାହା ପୁରା ଦେଶରେ ପ୍ରକ୍ରିୟା ଚାଲୁରହିଛି ବସପା ଏହା ବିରୋଧରେ ନାହିଁ। କିନ୍ତୁ ବସପା କହିଥିଲା ଯେ ଏ ସମ୍ବନ୍ଧରେ ମତଦାତା ସୂଚୀରେ ନାମ ଭରିବାକୁ ଯାହା ପ୍ରକ୍ରିୟା ହୁଏ, ଏଥିପାଇଁ ଯାହା ସମୟ ସୀମା ନିର୍ଦ୍ଧାରିତ କରାଯାଇଛି ତାହା ବହୁତ କମ୍ ଅଟେ। ଏହି କାରଣରୁ ବିଏଲ୍‌ଓ ଉପରେ ମଧ୍ୟ ବହୁତ ଚାପ ରହିଥିଲା। କାମର ଚାପ କାରଣରୁ କେତେକ ବିଏଲ୍‌ଓ ନିଜ ଜୀବନ ମଧ୍ୟ ହରାଇଛନ୍ତି। ଯେଉଁଠାରେ କୋଟି କୋଟି ମତଦାତା ସେଠାରେ ବିଏଲ୍‌ଓକୁ ଉଚିତ୍ ସମୟ ମିଳିବା ଦରକାର। ବିଶେଷକରି ସେହି ପ୍ରଦେଶରେ ଯେଉଁଠାରେ ଜଲ୍‌ଦି କୌଣସି ନିର୍ବାଚନ ନାହିଁ।

ଉତର ପ୍ରଦେଶରେ ପ୍ରାୟ ୧୫.୪୦ କୋଟିରୁ ଅଧିକ ମତଦାତା ଅଛନ୍ତି ଏବଂ ଯଦି ସେଠାରେ ଏସ୍‌ଆଇଆର୍‌ର କାମ ଜଲ୍‌ଦବାଜୀରେ ପୁରା କରିବାର ଚେଷ୍ଟା କରାଯାଏ ତେବେ ଏହାର ଫଳାଫଳ ଏହା ହେବ ଯେ ତାଙ୍କୁ ବୈଧ-ମତଦାତା ବିଶେଷତଃ ଯେଉଁମାନେ ଗରିବ ଏବଂ କାମ କରିବା ବିଷୟରେ ବହାରକୁ ଯାଇଛନ୍ତି, ତେବେ ପୁଣି ତାଙ୍କ ନାମ ମତଦାତା ସୂଚୀରେ ରହିଯିବ ଏବଂ ମତଦାନରୁ ବଂଚିତ ରହିଯିବ। ଯାହା ପୂରାପୁରି ଅନୁଚିତ ହେବ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande