ଶିମଳା, 23 ଫେବୃଆରୀ (ହି.ସ)-
ହିମାଚଳ ପ୍ରଦେଶରେ ପୁଣି ଥରେ ଭୁକମ୍ପର ଝଟକା ଅନୁଭୁତ ହୋଇଛି। ରବିବାର ସକାଳେ ମଣ୍ଡୀ ଜିଲ୍ଲାରେ
ଭୁକମ୍ପର ସାମାନ୍ୟ ଝଟକା ଅନୁଭୁତ ହୋଇଛି ଯାହା କିଛି ସମୟ ପାଇଁ ଲୋକମାନଙ୍କ ମଧ୍ୟରେ ଭୟର
ବାତାବରଣ ସୃଷ୍ଟି କରିଛି।ପାଣିପାଗ ବିଜ୍ଞାନ କେନ୍ଦ୍ର ଶିମଳାଅନୁସାରେ ଭୁକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 3.7
ମାପ କରାଯାଇଛି ଏବଂ ଏହାର କେନ୍ଦ୍ରମଣ୍ଡୀ ଜିଲ୍ଲାରେ 31.48 ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ
76.95 ଡିଗ୍ରୀ ପୁର୍ବ ଦ୍ରାଘିମାରେ ଅବସ୍ଥିତ ଥିଲା।
ଭୁକମ୍ପର ଝଟକା ସକାଳ 8ଟା 42
ମିନିଟ ସମୟରେ ଘଟିଥିଲା ଏବଂ କିଛି ସେକେଣ୍ଡ ପର୍ଯ୍ୟନ୍ତ ଅନୁଭବ କରାଯାଇଥିଲା।ଏହାର କେନ୍ଦ୍ର
ମଣ୍ଡୀର ଭୁମି ପୃଷ୍ଠରୁ 7 କିଲୋମିଟର ତଳେ ଥିଲା।ତେବେ ଏହାର ତୀବ୍ରତା କମ ହେବା କାରଣରୁ ଜୀବନ
କିମ୍ବା ସମ୍ପତ୍ତି ନଷ୍ଟ ହେବାର କୌଣସି ସୁଚନା ନାହିଁ। ମଣ୍ଡୀ ଜିଲ୍ଲାରସଟେ ଅଞ୍ଚଳରେ ମଧ୍ୟ ଝଟକା ଅନୁଭବ କରାଯାଇଛି କିନ୍ତୁ
କେଉଁଠାରେ କୌଣସି ପ୍ରକାର କ୍ଷତିର ରିପୋର୍ଟ ମିଳିନାହିଁ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା