ପାଟଣା ୨୩ ଫେବୃଆରୀ (ହି.ସ)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ବିହାରର ଭାଗଲପୁରରେ ଏକ ଦିବସୀୟ ଗସ୍ତରେ ପହଂଚୁଛନ୍ତି । ଏହି ଅବସରରେ ସେ ଆଗାମୀ ବିହାର ବିଧାନସଭା ନିର୍ବାଚନ ପାଇଁ ବିଜେପିର ନିର୍ବାଚନ ଅଭିଯାନର ଶୁଭାରମ୍ଭ କରିବେ । ଏହାସହିତ ପିଏମ କିଷାନ ଯୋଜନାର 19ତମ କିସ୍ତିରେ ଚାଷୀଙ୍କ ଖାତାକୁ ଟଙ୍କା ଜାରି କରିବେ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରାୟ 2000 କୋଟି ଟଙ୍କାର ଭିତ୍ତିଭୂମି ଢାଂଚା ପ୍ରକଳ୍ପର ଘୋଷଣା ବି କରାଯିବ । ଏହି ବିଶାଳ ରାଲିରେ ଭାଗଲପୁର ଓ ପଡୋଶୀ ଜିଲ୍ଲା ବାଂକା, ମୁଂଗେର ଓ ଲଖିସରାୟର ପ୍ରାୟ 5ଲକ୍ଷ ଚାଷୀ ସାମିଲ ହେବାର ସମ୍ଭାବନା ରହିଛି ।
ପିଏମଙ୍କ ଆଗମନକୁ ନେଇ ବିଜେପି ଓ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ମେଂଟର ନେତା ଓ କାର୍ଯ୍ୟକର୍ତ୍ତା ଉତ୍ସାହିତ ଅଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା