ନୂଆଦିଲ୍ଲୀ, 23 ଫେବ୍ରୁଆରି (ହି.ସ.)- ତେଲେଙ୍ଗାନାର
ନାଗରକୁରନୁଲ ଜିଲ୍ଲାର ଶନିବାର ସକାଳେ ଏସଏଲବିସି ଟନେଲ ପ୍ରକଳ୍ପର ଗୋଟିଏ ଭାଗ ଭୁଶୁଡିପଡିଛି ।
ଫଳରେ 8ଜଣ ଶ୍ରମିକ ଫସିରହିଛନ୍ତି । ଶ୍ରମିକଙ୍କୁ ବାହାରକୁ କାଢିବା ପାଇଁ ରେସକ୍ୟୁ ଅପରେସନ
ରବିବାର ବି ଜାରି ରହିଛି । ଏସଡିଆରଏଫ ଓ ଏନଡିଆରଏଫର ଟିମକୁ ସୁଡଙ୍ଗର ଭୁଶୁଡିପଡିଥିବା ଭାଗରେ
ପହଂଚିବା ପାଇଁ ଅନେକ ଚ୍ୟାଲେଂଜର ସାମ୍ନା କରିବାକୁ ପଡୁଛି । ତେଲେଙ୍ଗାନାର ଜଳସେଚନ ମନ୍ତ୍ରୀ
ଏନ.ଉତମ କୁମାର ରେଡ୍ଡୀଙ୍କ ମୁତାବକ ରାଜ୍ୟ ସରକାର ବିଶେଷଜ୍ଞଙ୍କ ସହାୟତା ନେଇଛନ୍ତି । ଗତବର୍ଷ
ଉତରାଖଣ୍ଡରେ ଏଭଳି ଘଟଣାରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିଥିବା ଲୋକ ବି ସାମିଲ ଅଛନ୍ତି ।
ଫସିରହିଥିବା ଲୋକଙ୍କ ମଧ୍ୟରେ ଦୁଇ ଇଂଜିନିୟର ଓ ଦୁଇଜଣ ଅପରେଟର ଅଛନ୍ତି । ଅନ୍ୟ 4ଜଣ ଶ୍ରମିକ
ବି ଅଛନ୍ତି । ଏମାନେ ସମସ୍ତେ ଉତର ପ୍ରଦେଶ, ଝାରଖଣ୍ଡ, ପଂଜାବ ଓ ଜମ୍ମୁକଶ୍ମୀରର ବାସିନ୍ଦା ।
ଘଟଣାର କିଛି ଘଂଟା ପରେ କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେଲେଙ୍ଗାନା
ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ରେସକ୍ୟୁ କାର୍ଯ୍ୟରେ କେନ୍ଦ୍ର
ସରକାରଙ୍କ ପକ୍ଷରୁ ସଂପୂର୍ଣ୍ଣ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ୱାସନା ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା