ଭାରତର ସମସ୍ତ ଭାଷା ହେଉଛନ୍ତି  ରାଷ୍ଟ୍ର ଭାଷା – ଅରୁଣ କୁମାର
ଭାଷାକୁ ନେଇ ବିବାଦ ହେବା ଦୁର୍ଭାଗ୍ୟଜନକ ଭାରତରେ କୌଣସି ପ୍ରାଦେଶିକ ଭାଷା ନୁହେଁ, ସବୁ ଭାଷାର ଭାବ ହେଉଛି ରାଷ୍ଟ୍ରୀୟ ନୂଆଦିଲ୍ଲୀ, ୨୪ ଫେବୃଆରୀ (ହି.ସ.) – ଭାରତର ସମସ୍ତ ଭାଷା କେହି ପ୍ରାଦେଶିକ ଭାଷା ନୁହନ୍ତି ବରଂ ସମସ୍ତ ଭାଷା ହେଉଛନ୍ତି ରାଷ୍ଟ୍ରୀୟ ଭାଷା । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ
All languages of India are the national languages


ଭାଷାକୁ ନେଇ ବିବାଦ ହେବା ଦୁର୍ଭାଗ୍ୟଜନକ

ଭାରତରେ କୌଣସି ପ୍ରାଦେଶିକ ଭାଷା ନୁହେଁ, ସବୁ ଭାଷାର ଭାବ ହେଉଛି ରାଷ୍ଟ୍ରୀୟ

ନୂଆଦିଲ୍ଲୀ, ୨୪ ଫେବୃଆରୀ (ହି.ସ.) – ଭାରତର ସମସ୍ତ ଭାଷା କେହି ପ୍ରାଦେଶିକ ଭାଷା ନୁହନ୍ତି ବରଂ ସମସ୍ତ ଭାଷା ହେଉଛନ୍ତି ରାଷ୍ଟ୍ରୀୟ ଭାଷା । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସହ ସରକାର୍ଯ୍ୟବାହ ଅରୁଣ କୁମାର ଏହା କହିଛନ୍ତି ।

ସେ କହିଛନ୍ତି ଯେ, ସମସ୍ତ ରାଜ୍ୟରେ ନିଜର ସରକାରୀ କାମ, ପ୍ରଶାସନ ଓ ବ୍ୟବହାର ନିଜ ନିଜର ଭାଷାରେ ହେବା ଉଚିତ। ରାଷ୍ଟ୍ରୀୟ ସ୍ତରରେ ସହଜର ସହିତ ସମ୍ବାଦ କରିବାକୁ କମନ ନ୍ୟାସନାଲ ଲାଙ୍ଗୁଏଜ ଭାବେ ହିନ୍ଦୀର ବିକାଶ କରାଯାଇ ପାରିବ । କିନ୍ତୁ କାହା ଉପରେ ଏହା ଲଦା ଯିବା ଉଚିତ ନୁହେଁ ।

ମୁମ୍ବାଇରେ ଆଇଡିଆଜ ଅଫ ଇଣ୍ଡିଆ ନାମରେ ଏକ ଟିଭି ଶୋରେ ପ୍ରଶ୍ନକର୍ତା ତାଙ୍କୁ ପଚାରିଥିଲେ ଯେ ସଂଘ ରାଷ୍ଟ୍ର ପ୍ରଥମର କଥା କହିଥାଏ । ହେଲେ ଆମ ଦେଶରେ ଅନେକ ରାଜ୍ୟ ଏପରି ଅଛନ୍ତି ଯେଉଁ ମାନେ ରାଜ୍ୟ ପ୍ରଥମ କଥା କହିଥାନ୍ତି । ସେ ପଚାରିଥିଲେ ଯେ ବିଶେଷ ଭାବେ ଭାଷାକୁ ନେଇ ତାମିଲନାଡୁ ବା ପୂର୍ବୋତରର ରାଜ୍ୟ ମାନେ ନିଜ ଭାଷାକୁ ପ୍ରାଥମିକତା ଦେବାକୁ ଚାହାନ୍ତି ।ଆମ ଦେଶରେ ରାଷ୍ଟ୍ରଭାଷା ହିନ୍ନଦୀ । ଏହାକୁ ନେଇ କିଛି ରାଜ୍ୟରେ ବିରୋଧ ହୋଇଥାଏ । ଏ ସମ୍ପର୍କରେ ସଂଘର ଦୃଷ୍ଟିକୋଣ କଣ, କଣ ରାଷ୍ଟ୍ରଭାଷାକୁ ସମସ୍ତ ରାଜ୍ୟ ମାନଙ୍କୁ ଆପଣାଇବା ଜରୁରୀ । ପ୍ରତ୍ୟେକ ରାଜ୍ୟକୁ ଯୋଡିବା ପାଇଁ କଣ ଭାଷାକୁ ଗୋଟିଏ ସୂତ୍ର ହେବା ଉଚିତ ।

ଏହି ପ୍ରଶ୍ନର ଉତରରେ ଅରୁଣ କୁମାର କହିଥିଲେ ଯେ ଭାଷା କୁ ନେଇ ଯେଉଁ ବିବାଦ ତିଆରି କରାଯାଉଛି ତାହା ଦୁର୍ଭାଗ୍ୟଜନକ । ପ୍ରତ୍ୟେକ ରାଜ୍ୟକୁ ନିଜ ଭାଷାର ବିକାଶ କରିବା ଆବଶ୍ୟକ । ସେଠାକାର ସରକାରୀ କାର୍ଯ୍ୟ, ପ୍ରଶାସନ, ନ୍ୟାୟିକ, ନିମ୍ନ କୋର୍ଟ, ସେଶନ୍ସ କୋର୍ଟ ଓ ହାଇକୋର୍ଟ ସବୁଥିରେ ସେହି ରାଜ୍ୟର ଭାଷାର ବ୍ୟବହାର ହେବା ଉଚିତ । ଦ୍ୱିତୀୟ କଥା ହେଲା ଯେ ଭାରତରେ କୌଣସି ପ୍ରାଦେଶିକ ଭାଷା ନାହିଁ । ଭାରତର ସମସ୍ତ ଭାଷା ହେଉଛନ୍ତି ରାଷ୍ଟ୍ରୀୟ ଭାଷା ।

ସଂଘର ଦ୍ୱିତୀୟ ସରସଂଘଚାଳକ ଶ୍ରୀଗୁରୁଜୀଙ୍କ ଉଦାହରଣ ଦେଇ ଅରୁଣ କୁମାର କହିଥିଲେ ଯେ ଥରେ ତାମିଲନାଡୁରେ ଶ୍ରୀଗୁରୁଜୀଙ୍କୁ ଜଣେ କେହି ପଚାରିଥିଲା ଯେ କଣ ରାଷ୍ଟ୍ର ଭାଷା ହିନ୍ଦୀ ହେବା ଆବଶ୍ୟକ । ସେତେବେଳେ ଗୁରୁଜୀ କହିଥିଲେ । ନା ଭାରତର ସମସ୍ତ ଭାଷା ହେଉଛନ୍ତି ରାଷ୍ଟ୍ରୀୟ ଭାଷା । ସବୁ ଭାଷାର ଭାବ ହେଇଛି ଏକ । ସବୁଥିରେ ଦେଶର ଭାବ ରହିଛି। କୌଣସି ଭାଷାରେ ରାଜ୍ୟର ବିଚାର ନାହିଁ ବରଂ ସମ୍ପୂର୍ଣରାଷ୍ଟ୍ରର ବିଚାର ରହିଛି । ଅର୍ଥାତ ଆମ ଦେଶରେ ଭାଷା ଅନେକ ରହିଛି ହେଲେ ଭାବ ଏକ । ଏହାକୁ ଦୃଷ୍ଟିରେ ରଖି ସବୁ ଭାଷାର ଉତଥାନ ହେବା ଆବଶ୍ୟକ ।

ଶ୍ରୀ ଗୁରୁଜୀ କହିଥିଲେ ଯେ ଆମେ ଭାରତକୁ ଏକ ଆଡମିନିଷ୍ଟ୍ରେଟିଭ ସେଟ ଅପ କରିଛୁ, ଯାହାର ପରିଚାଳନା ପାଇଁ ଆମେ ସମସ୍ତ ରାଷ୍ଟ୍ରୀୟ ଭାଷା ମଧ୍ୟରୁ ଗୋଟିଏ କମନ ନ୍ୟାସନାଲ ଲାଙ୍ଗୁଏଜ ନିର୍ଧାରିତ କରିବାକୁ ହେବ । କୌଣସି କାଳଖଣ୍ଡରେ ଏହା ସଂସ୍କୃତ ଥିଲା । ଆଜି ସମୟରେ ଏହା ସମ୍ଭବ ନୁହଁ । ହିନ୍ଦୀ ଏଭଳି ଏକ ଭାଷା ହୋଇ ପାରିବ । ଯଦି ଆପଣ ହିନ୍ଦୀକୁ ନିର୍ଧାରିତ ନ କରିବେ ତେବେ କେହି ନା କେହି କମନ ନ୍ୟାସନାଲ ଲାଙ୍ଗୁଏଜର ସ୍ଥାନ ନେବ । ଯଦି ଏହା ଇଂରାଜୀ ହେବ ତେବେ ତାହା କମନ ନ୍ୟାସନାଲ ଲାଙ୍ଗୁଏଜ ହେବ ନାହିଁ ବରଂ ଏହା କମନ ଫରେନ ଲାଙ୍ଗୁଏଜ ହେବ । ସେ ଭାରତୀୟ ଭାଷା ହୋଇ ପାରିବ ନାହିଁ । ଦ୍ୱିତୀୟ କଥା ହେଲା ଯେ ଶ୍ରୀଗୁରୁଜୀ ସେତେବେଳେ କହିଥିଲେ ଯେ, ଯଦି ଆମେ କୌଣସି ଫରେନ ଲାଙ୍ଗୁଏଜକୁ ନିଜର କମନ ନ୍ୟାସନାଲ ଲାଙ୍ଗୁଏଜ କରି ଦେବା ତେବେ ଆମର ନିଜ ଭାଷାର ଅସ୍ତିତ୍ୱ ମଧ୍ୟ ବିପଦରେ ପଡି ଯିବ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande